Videos
|
Weather-calamities

Odisha Weather Update / ବାତ୍ୟା ଦୁର୍ବଳ, ଓଡ଼ିଶାରୁ ଧୀରେ ଧୀରେ ହଟୁଛି ବିପଦ; ୨୨ରୁ ବଢ଼ିବ ଶୀତ

Santosh Kumar Sahoo
Browse all articles by Santosh Kumar Sahoo
·2 hours ago·2 min read
ବାତ୍ୟା ଦୁର୍ବଳ, ଓଡ଼ିଶାରୁ ଧୀରେ ଧୀରେ ହଟୁଛି ବିପଦ; ୨୨ରୁ ବଢ଼ିବ ଶୀତ
Odisha Weather Update

Key Points

ବାତ୍ୟାର ଭୟ ଶେଷ
ଏବେ ଓଡ଼ିଶାକୁ ମାଡ଼ି ଆସିବ ଶୀତ
୨ରୁ ୪ ଡିଗ୍ରୀ କମିବ ତାପମାତ୍ରା
ବାତ୍ୟାର ପ୍ରଭାବରୁ ମିଳିବ ଆଶ୍ୱସ୍ତି । ଧୀରେ ଧୀରେ ଦୁର୍ବଳ ହେଉଛି ବାତ୍ୟା । ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହେବା ପରେ ବର୍ତ୍ତମାନ ଏହା ଗଭୀର ଅବପାତରେ ପରିଣତ ହୋଇଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନା ଅନୁଯାୟୀ, ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଏହା ବର୍ତ୍ତମାନ ଗୋପାଳପୁରଠାରୁ ପ୍ରାୟ ୮୦ କିଲୋମିଟର ଉତ୍ତରରେ କେନ୍ଦ୍ରୀଭୂତ ରହିଛି ।

ଆଗାମୀ ୩ ଘଣ୍ଟା ମଧ୍ୟରେ ଏହା ଉତ୍ତର ଦିଗକୁ ଗତି କରି ଆହୁରି ଦୁର୍ବଳ ହେବା ସହ ଅବପାତରେ ପରିଣତ ହେବ । ଏହାପରେ ପରବର୍ତ୍ତୀ ୬ ଘଣ୍ଟା ମଧ୍ୟରେ ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି ।

ବାତ୍ୟାର ପ୍ରଭାବ ସମ୍ପୂର୍ଣ୍ଣ ଶେଷ ହୋଇନଥିଲେ ମଧ୍ୟ ରାଜ୍ୟରେ ବର୍ଷାର ପରିମାଣ ଯଥେଷ୍ଟ କମିଛି । ତେବେ ଆଜି ରାତି ପର୍ଯ୍ୟନ୍ତ ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, କେନ୍ଦ୍ରାପଡ଼ା, ଭଦ୍ରକ, ଜଗତସିଂହପୁର, ଯାଜପୁର, ପୁରୀ, ଖୋର୍ଦ୍ଧା ଓ କଟକ ଜିଲ୍ଲାର କିଛି ସ୍ଥାନରେ ବର୍ଷା ଲାଗି ରହିବ । ତେବେ ଆସନ୍ତାକାଲି ୨୧ ତାରିଖ ସକାଳଠାରୁ ବର୍ଷାର ପରିମାଣ ବହୁ ମାତ୍ରାରେ ହ୍ରାସ ପାଇବ ।

ଆସନ୍ତାକାଲି ପାଇଁ କୌଣସି ଜିଲ୍ଲାକୁ ସ୍ୱତନ୍ତ୍ର ବର୍ଷା ୱାର୍ଣ୍ଣିଂ ଜାରି ହୋଇନାହିଁ । କେବଳ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅନ୍ୟପଟେ ଗଭୀର ଅବପାତ ପ୍ରଭାବରେ ପବନର ବେଗ ଘଣ୍ଟାପ୍ରତି ୫୫ରୁ ୬୫ କିଲୋମିଟର ରହିଥିବା ବେଳେ ଝଟକା ପବନର ବେଗ ୭୫ କିଲୋମିଟର ପର୍ଯ୍ୟନ୍ତ ରହିଥିଲା । ତେବେ ଏହା ଧୀରେ ଧୀରେ କମୁଛି । ଆଜି ସନ୍ଧ୍ୟା କିମ୍ବା ରାତି ସୁଦ୍ଧା ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟରକୁ ଖସି ଆସିବାର ଆକଳନ କରାଯାଇଛି ।

ମତ୍ସ୍ୟଜୀବୀଙ୍କ ପାଇଁ ଜାରି ହୋଇଥିବା ସତର୍କ ସୂଚନା ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହାପରେ ଆଉ କୌଣସି ସତର୍କତା ଜାରି ରହିବ ନାହିଁ ବୋଲି ପାଣିପାଗ ବିଭାଗ କହିଛି ।

ତେବେ ବାତ୍ୟା ପରେ ଓଡ଼ିଶାରେ ଆସିବ ଶୀତର ଲହରୀ । ଆକାଶ ମେଘମୁକ୍ତ ହୋଇ ଖରା ଆସିବା ପରେ ରାତିର ତାପମାତ୍ରା ହ୍ରାସ ପାଇବ । ବିଶେଷକରି ଆସନ୍ତା ୨୨ ତାରିଖଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ କମିବାର ସମ୍ଭାବନା ରହିଛି । ଫଳରେ ରାଜ୍ୟବାସୀ ଅନୁଭବ କରିବେ ଶୀତର ପ୍ରକୋପ । ଅର୍ଥାତ୍ ବାତ୍ୟାର ଭୟ ଧୀରେ ଧୀରେ ଟଳୁଥିବା ବେଳେ ଏବେ ଓଡ଼ିଶାକୁ ଶୀତର ଆଗମନ ହେବାକୁ ଯାଉଛି ।