Weather Update / ଦାରିଙ୍ଗବାଡିରେ ଖସୁଛି ପାରଦ... ଅସ୍ତ୍ୟବସ୍ତ ଜନଜୀବନ
·10 months ago·2 min read

Key Points
ପ୍ରବଳ ଜାଡ଼ରେ ଥରୁଛି ଦାରିଙ୍ଗବାଡି... ଅସ୍ତ୍ୟବସ୍ତ ଜନଜୀବନ ।
ଘନ କୁହୁଡ଼ି ଯୋଗୁଁ ୧୦ମିଟର ଦୂରତାରୁ ଦୃଶ୍ୟମାନ ହେଉନି ରାସ୍ତା ।

ପ୍ରବଳ ଜାଡ଼ରେ ଥରୁଛି ଦାରିଙ୍ଗବାଡି... ଅସ୍ତ୍ୟବସ୍ତ ଜନଜୀବନ । ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିକୁ ଶୀତ ଆସିବାରେ ବିଳମ୍ବ ହୋଇଛି । ତେବେ ଗତ ୨ ଦିନ ହେଲା ପାରଦ ଖସୁଛି ଏବଂ ଶୀତ ଧୀରେ ଧୀରେ ଅନୁଭୂତ ହେଉଛି। ଘର ଭିତର ଅପେକ୍ଷା ଶୀତ ବାହାର ପରିବେଶରେ ଅଧିକା ଅନୁଭୂତ ହେଉଛି ବିନା ଶୀତ ବସ୍ତ୍ରରେ ବାଇକ କିମ୍ବା ଖୋଲା ଯାନରେ ଯାତାୟାତ କଲେ ଦେହ ଥରୁଛି।
ବିଳମ୍ବିତ ରାତିଠାରୁ ଘନ କୁହୁଡି ଆରମ୍ଭ ହୋଇ ସକାଳ ୮ଟା ପର୍ଯ୍ୟନ୍ତ ଆଚ୍ଛାଦିତ ହୋଇ ରହୁଛି । ଫଳରେ ସେହି ସମୟରେ ଶୀତ ଦ୍ଵିଗୁଣିତ ଅନୁଭୂତ ହେଉଛି । ସଂଧ୍ୟା ଓ ସକାଳ ସମୟରେ ଶୀତ ଦାଉରୁ ଟିକିଏ ରକ୍ଷା ପାଇବା ପାଇଁ ବିଭିନ୍ନ ସ୍ଥାନରେ ଲୋକ ନିଆଁ ଲଗାଇ ଲୋକ ବସୁଥିବା ଦୃଶ୍ୟ ଦେଖିବାକୁ ମିଳୁଛି। ସେହିପରି ଚାହା ଦୋକାନରେ ଚା' ଖଟି ବୃଦ୍ଧି ପାଇଛି। ସେହିପରି ଦାରିଙ୍ଗବାଡିକୁ ଶୀତର ମଜା ନେବାକୁ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି ।
ଏହାସହ ପଢ଼ନ୍ତୁ: ୨ରୁ ୩ ଡିଗ୍ରୀ ଖସିବ ପାରଦ; ୨୦ ଡିଗ୍ରୀ ତଳେ ୧୯ ସ୍ଥାନର ତାପମାତ୍ରା
ସେପଟେ ଆସନ୍ତା ଦୁଇ ସପ୍ତାହ ଯାଏ ରାଜ୍ୟର ବହୁ ସ୍ଥାନରେ ଅଧିକ ଶୀତ ଅନୁଭୂତ ହେବ । ଦକ୍ଷିଣ ଅଭ୍ୟନ୍ତରରେ ଦିନ ତାପମାତ୍ରା ୨୪ ଡିଗ୍ରୀ, ଉତ୍ତର ଅଭ୍ୟନ୍ତରରେ ୨୪ରୁ ୨୫ ଡିଗ୍ରୀ, ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ୨୭ରୁ ୨୮ ଡିଗ୍ରୀ ରହିବ ବୋଲି ସେ ଆକଳନ କରିଛନ୍ତି । ଶୁକ୍ରବାରରୁ ରବିବାର ଯାଏ ବାଲେଶ୍ୱରରେ ୧୬ ଡିଗ୍ରୀ ଓ ଭୁବନେଶ୍ୱରରେ ରାତି ବେଳା ତାପମାତ୍ରା ୧୮ ଡିଗ୍ରୀ ରହିବ ବୋଲି ସେ କହିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି, ଆସନ୍ତା ଦୁଇ ଦିନ ଯାଏ ରାଜ୍ୟରେ ତାପମାତ୍ରା ଅପରିବର୍ତ୍ତିତ ରହିବ । ପରବର୍ତ୍ତୀ ତିନି ଦିନରେ ପାରଦ ପ୍ରାୟ ୨ରୁ ୩ ଡିଗ୍ରୀ ଖସିବ । ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ବେଲ ନୋଲ୍ ଇସିଏମଡବ୍ଲୁଏଫ୍ ମଡେଲକୁ ଆଧାର କରି କହିଛନ୍ତି, ୨୦୨୬ର ଆରମ୍ଭରୁ ଲା ନିନାରୁ ଏଲ୍ନିନୋ ସ୍ଥିତିକୁ ଆସିବ । ପଶ୍ଚିମ ପ୍ରଶାନ୍ତ ମହାସାଗରର ଜଳରାଶି ହଠାତ୍ ଉତ୍ତପ୍ତ ହେବା ଯୋଗୁ ଏହା ପୂର୍ବ ଦିଗକୁ ମୁହାଁଇବା ସହ ଏଲ ନିନୋ ସ୍ଥିତି ସୃଷ୍ଟି ହେବ ।
ଅଧିକ ପଢ଼ନ୍ତୁ ପାଣିପାଗ ଖବର...
ଅଧିକ ପଢ଼ନ୍ତୁ ପାଣିପାଗ ଖବର...
Related Topics
Explore more stories