Videos
|
Weather-calamities

Deep Depression Landfall / ମାଡ଼ି ଆସୁଛି ଗଭୀର ଅବପାତ, ୩ରୁ ୪ ଘଣ୍ଟା ମଧ୍ୟରେ ଆରମ୍ଭ ହେବ ଉପକୂଳ ଅତିକ୍ରମ ପ୍ରକ୍ରିୟା

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ମାଡ଼ି ଆସୁଛି ଗଭୀର ଅବପାତ, ୩ରୁ ୪ ଘଣ୍ଟା ମଧ୍ୟରେ ଆରମ୍ଭ ହେବ ଉପକୂଳ ଅତିକ୍ରମ ପ୍ରକ୍ରିୟା
Deep Depression Landfall

Key Points

୪ ଘଣ୍ଟାରେ ଉପକୂଳ ଅତିକ୍ରମ କରିବ !
ଘଣ୍ଟା ପ୍ରତି ୭କିମି ବେଗରେ ଗତି କରୁଛି ଗଭୀର ଅବପାତ
ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବ ଗଭୀର ଅବପାତ

ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଏବେ ଧୀରେ ଧୀରେ ଉପକୂଳମୁହାଁ ହେଉଛି । ବର୍ତ୍ତମାନ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଆଗକୁ ବଢ଼ୁଛି । ମନ୍ଥରଗତିରେ ଘଣ୍ଟାପ୍ରତି ପ୍ରାୟ ୭ କିମି ବେଗରେ ଗତି କରୁଛି । ଅବପାତର ଗତି ମନ୍ଥର ରହୁଥିବାରୁ ଶଙ୍କା ବଢୁଛି । ଗଭୀର ଅବପାତ ଏବେ ଗୋପାଳପୁରଠାରୁ ପ୍ରାୟ ୧୬୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଥିବା ବେଳେ କଳିଙ୍ଗପାଟନମ୍ ଠାରୁ ୩୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି । ତେବେ ଆଗାମୀ ୩ରୁ ୪ଘଣ୍ଟାରେ ବିଶାଖାପାଟନମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । କଳିଙ୍ଗପାଟନମ୍‌ର ଦକ୍ଷିଣପଶ୍ଚିମରେ ଅତିକ୍ରମ କରିବା ସମ୍ଭାବନା ରହିଛି ।

ବର୍ତ୍ତମାନ ପବନର ବେଗ ଘଣ୍ଟାପ୍ରତି ୫୫ରୁ ୬୫ କିଲୋମିଟର ରହିଥିବା ବେଳେ ଝଟକା ପବନ ୭୫ କିଲୋମିଟର ପର୍ଯ୍ୟନ୍ତ ରହୁଛି । ତେବେ ସ୍ଥଳ ଭାଗ ଛୁଇଁବା ବେଳକୁ ପବନର ବେଗ ଘଣ୍ଟା ପ୍ରତି ୬୦ରୁ ୭୦ କିମି ରହିବ । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଜାରି ରହିବ । ପବନ ଯୋଗୁଁ ଛୋଟ ଗଛ ଉପୁଡ଼ିବା, ଡାଳ ଭାଙ୍ଗିବା ସହ ଠିଆ ଧାନ ଓ ପନିପରିବା ଫସଲ ପ୍ରଭାବିତ ହୋଇପାରେ ।

ସେପଟେ ଗଭୀର ଅବପାତ ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବିଭିନ୍ନ ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ଆଶଙ୍କା ରହିଛି । କୋରାପୁଟ, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ବୌଦ୍ଧ, କନ୍ଧମାଳ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, ଗଞ୍ଜାମ ଓ ଗଜପତିରେ ଅତିପ୍ରବଳ ବର୍ଷା ହୋଇପାରେ । କେତେକ ସ୍ଥାନରେ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ଆଶଙ୍କା ରହିଛି । କଳାହାଣ୍ଡି,ନବରଙ୍ଗପୁର,କୋରାପୁଟ, ମାଲକାନଗିରି ଜିଲ୍ଲାକୁ କାଲି ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି। ନୂଆପଡ଼ା, ବଲାଙ୍ଗୀର, ରାୟଗଡ଼ା, କନ୍ଧମାଳ, ଗଞ୍ଜାମ, ଗଜପତି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗି ରହିଥିବା ଯୋଗୁଁ ପ୍ରଭାବିତ ହୋଇଛି ଜନଜୀବନ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: