Heavy Rain Alert / ଆନ୍ଧ୍ର ଉପକୂଳ ଆଡ଼କୁ ମୁହାଁଇବ ଅବପାତ: ଗଞ୍ଜାମରେ ପୁଣି ବଢ଼ିବ ବର୍ଷା
·48 mins ago·2 min read

Key Points
ଆନ୍ଧ୍ର ଉପକୂଳ ଆଡ଼କୁ ମୁହାଁଇବ ଅବପାତ
ଗଞ୍ଜାମରେ ପୁଣି ବଢ଼ିବ ବର୍ଷା
ଗଞ୍ଜାମରେ ପୁଣି ବଢ଼ିବ ବର୍ଷା
ଦକ୍ଷିଣ ଆଣ୍ଡାମାନ ସାଗର ଓ ସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଆସନ୍ତା ୩୧ ଅକ୍ଟୋବର ସୁଦ୍ଧା ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ପରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଯାଇପାରେ। ତେବେ ଏହାର ଗତିପଥ, ତୀବ୍ରତା ଓ ସ୍ଥଳଭାଗ ଅତିକ୍ରମ କରିବାର ସ୍ଥାନ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।''
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ଅନୁଯାୟୀ, ନଭେମ୍ବର ୧ରୁ ୩ ତାରିଖ ମଧ୍ୟରେ ଏହି ପ୍ରଣାଳୀ ବଙ୍ଗୋପସାଗରରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଅଗ୍ରସର ହୋଇପାରେ। ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ଥିବାବେଳେ ଉତ୍ତର ତାମିଲନାଡୁ ଉପକୂଳକୁ ମଧ୍ୟ ଏହା ମୁହାଁଇପାରେ। ପ୍ରଣାଳୀର ତୀବ୍ରତା ବୃଦ୍ଧିରେ ପବନର ଉଚ୍ଚତାଭିତ୍ତିକ ବେଗ ଓ ଦିଗର ପାର୍ଥକ୍ୟ ସହ ମଧ୍ୟ ବାୟୁମଣ୍ଡଳରେ ଶୁଷ୍କ ବାୟୁର ପ୍ରବେଶ ବାଧା ସୃଷ୍ଟି କରିପାରେ। ତେଣୁ ଏହା ଗଭୀର ଅବପାତ କିମ୍ବା ସାମାନ୍ୟ ତୀବ୍ରତାର ବାତ୍ୟାରେ ପରିଣତ ହୋଇପାରେ। ତେବେ ଏହାଠାରୁ ଅଧିକ ତୀବ୍ର ହେବାର ସମ୍ଭାବନାକୁ ମଧ୍ୟ ସମ୍ପୂର୍ଣ୍ଣ ଏଡ଼ାଇ ଦିଆଯାଇନାହିଁ।''
.ଗଞ୍ଜାମରେ ପୁଣି ପ୍ରବଳ ବର୍ଷା ସମ୍ଭାବନା:
ଏହି ପାଣିପାଗ ପ୍ରଣାଳୀର ପ୍ରଭାବରେ ନଭେମ୍ବର ୧ ଓ ୨ ତାରିଖରେ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବର୍ଷା ହୋଇପାରେ। ଗଞ୍ଜାମର କେତେକ ସ୍ଥାନରେ ୨୪ ଘଣ୍ଟା ମଧ୍ୟରେ ୬୪.୫ରୁ ୧୧୫.୫ ମିଲିମିଟର ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ଆକଳନ କରାଯାଇଛି।ଏହାବ୍ୟତୀତ କୋରାପୁଟ, ରାୟଗଡ଼ା ଓ ମାଲକାନଗିରିରେ ମଧ୍ୟ ବର୍ଷା ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଖୋର୍ଦ୍ଧା ଓ କଟକରେ ମେଘୁଆ ପାଗ ସହ କେତେକ ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ବର୍ତ୍ତମାନର ସମ୍ଭାବ୍ୟ ଗତିପଥ ଅନୁସାରେ ଓଡ଼ିଶା ଉପରେ ବାତ୍ୟାର ସିଧାସଳଖ ପ୍ରଭାବ ପଡ଼ିବାର ଆଶଙ୍କା କମ୍। ତେବେ ପ୍ରଣାଳୀର ବାହ୍ୟ ମେଘମାଳା ଓ ଜଳୀୟବାଷ୍ପପୂର୍ଣ୍ଣ ପବନ ଯୋଗୁଁ ଦକ୍ଷିଣ ଓଡ଼ିଶାରେ ବର୍ଷା ହୋଇପାରେ।''

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ପଢ଼ନ୍ତୁ: ଦକ୍ଷିଣ ଓଡ଼ିଶା ବନ୍ୟା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା, ମୁକାବିଲା ପାଇଁ ସରକାର ପୂର୍ବ ପ୍ରସ୍ତୁତି କରିଥିଲେ
ଅନ୍ୟପଟେ, ପୂର୍ବରୁ ସୃଷ୍ଟ ଅବପାତଟି ଦୁର୍ବଳ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଆଜି ସକାଳ ୮.୩୦ ପର୍ଯ୍ୟନ୍ତ ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା, ବଜ୍ରପାତ ସହ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ଭଦ୍ରକ, ସୁନ୍ଦରଗଡ଼, ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼ ଓ ବରଗଡ଼କୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ସେହିପରି ଖୋର୍ଦ୍ଧା, କଟକ, ପୁରୀ, ନୟାଗଡ଼, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଢ଼େଙ୍କାନାଳ, ଗଞ୍ଜାମ, ଗଜପତି, ଅନୁଗୁଳ, କନ୍ଧମାଳ, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର, ସୋନପୁର, ନବରଙ୍ଗପୁର ଓ କଳାହାଣ୍ଡିକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସମ୍ଭାବ୍ୟ ବଜ୍ରପାତ ଓ ବର୍ଷାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି ।''
ଅଧିକ ପଢ଼ନ୍ତୁ ପାଣିପାଗ ଖବର:

Related Topics
Explore more stories