Heatwave / ଏବେଠୁ ଡରାଇଲାଣି ଖରା: ଜାଣନ୍ତୁ ରାଜଧାନୀରେ ଦିନର ତାପମାତ୍ରା
·7 months ago·2 min read

Key Points
ବଢିଲା ରାତ୍ରି ତାପମାତ୍ରା
ରାଜ୍ୟରୁ ଶୀତ ଗାଏବ।
ରାଜ୍ୟରୁ ଶୀତ ଗାଏବ।
ରାଜ୍ୟରୁ ଯାଇନି ଶୀତ। କମିନି ଥଣ୍ଡା କିନ୍ତୁ ଆସିଗଲାଣି ଖରା। ଜାନୁଆରୀରୁ ରାଜ୍ୟରେ ଖରାର ପ୍ରକୋପ ଦେଖିବାକୁ ମିଳିଲାଣି। ବଢିଲା ରାତ୍ରି ତାପମାତ୍ରା । ରାଜ୍ୟରୁ ଶୀତ ଗାଏବ। ଆଜି ସକାଳ 5ଟା 30 ରେ ରେକର୍ଡ ହୋଇଛି ତାପମାତ୍ରା। ଅନେକ ସ୍ଥାନରେ ରାତି ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ୍ ତଳେ କିମ୍ବା ପାଖାପାଖି ରହିଛି। ଏପଟେ ଡରାଇଲାଣି ଖରା ପ୍ରକୋପ। ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ବୃଦ୍ଧି ପାଇଛି । ସ୍ୱାଭାବିକଠାରୁ ସାଢ଼େ ୩ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ଅଧିକ ରହିଛି ଦିନ ତାପମାତ୍ରା । ପାରଳାଖେମୁଣ୍ଡିରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୨ ଡିଗ୍ରୀରେ ପହଞ୍ଚିଛି । ଚଳିତବର୍ଷ ସୂର୍ଯ୍ୟାଙ୍କର ଉତ୍ତରାୟଣ ଗତି ଆରମ୍ଭ ପରେ ପ୍ରଥମ ଥର ପାଇଁ ଗତକାଲି ରାଜଧାନୀ ଭୁବନେଶ୍ୱର ରେ ଗତ କାଲି 30ଡ଼ିଗ୍ରୀ ଛୁଇଁଥିଲା ପାରଦ ।
ରାତିରେ ଥଣ୍ଡା ପ୍ରକୋପ କମିନାହିଁ । କିନ୍ତୁ, ଦିନ ୧୧ଟା ପରେ ଖରା ଟାଏଁଟାଏଁ ହେଲାଣି । ସୋମବାର ରାଜ୍ୟର ୧୨ଟି ସ୍ଥାନରେ ଦିନ ତାପମାତ୍ରା ୩୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ଥିଲା । ପାରଳାଖେମୁଣ୍ଡି ପଛକୁ ଝାରସୁଗୁଡ଼ାରେ ଦିନ ତାପମାତ୍ରା ୩୧.୮, ସୁନ୍ଦରଗଡ଼ ୩୧.୮, ସମ୍ବଲପୁର ୩୧.୮, ବଲାଙ୍ଗୀର ୩୧.୪, ହୀରାକୁଦ ୩୧.୨ ଡିଗ୍ରୀ ସେଲସିୟସ୍ ଛୁଇଁଥିଲା । ଟିଟିଲାଗଡ଼, ଭୁବନେଶ୍ୱର ଓ ଭବାନୀପାଟଣାରେ ପାରଦ ୩୧ ଡିଗ୍ରୀ ଥିବାବେଳେ ରାଉରକେଲା ୩୦.୫, ନବରଙ୍ଗପୁର ୩୦, ତାଳଚେର ୩୦ ଡିଗ୍ରୀ ଥିଲା । ଝାରସୁଗୁଡ଼ାରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ ୩.୫ ଡିଗ୍ରୀ ଅଧିକ ଥିବା ବେଳେ ସମ୍ବଲପୁର ୩, ସୁନ୍ଦରଗଡ଼ ୨.୯, ବଲାଙ୍ଗୀର ୨.୯, ଭବାନୀପାଟଣା ୨.୧, ହୀରାକୁଦ ୨, ଭୁବନେଶ୍ୱର ୧.୫ ଡିଗ୍ରୀ ଅଧିକ ଥିଲା । ଅଧିକାଂଶ ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରା ୨୮ରୁ ୩୦ ଡିଗ୍ରୀ ଭିତରେ ରହିଥିଲା । ଦିନ ତାପମାତ୍ରା ୩୧ ଡିଗ୍ରୀ ପାଖାପାଖି ରହିବା ସମ୍ଭାବନା ଅଛି ।
ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି, ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ସହ ଦିନ ତାପମାତ୍ରା ବଢ଼ିଛି । ଏବେ ଖରା ଏଭଳି ରହିବ । ରାତି ତାପମାତ୍ରା ବଢ଼ିବନି, କିନ୍ତୁ, ପ୍ରାୟତଃ ଏପରି ରହିବ । ଆଗକୁ ଦୁଇଟି ପଶ୍ଚିମା ଝଡ଼ (ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସ) ପ୍ରଭାବ ଯୋଗୁ ଉତ୍ତର ଆଭ୍ୟନ୍ତରୀଣରେ ସାମାନ୍ୟ (ଅସରାଏ) କୁଆପଥର ସହ ବର୍ଷା ହୋଇପାରେ ।
ଏଥିସହ ପଢ଼ନ୍ତୁ: ଜଳିଲା ଭୁବନେଶ୍ୱର: ୪୦ରୁ ଅଧିକ ଦୋକାନ ପୋଡି ପାଉଁଶ, କୋଟି କୋଟି ଟଙ୍କାର ସାମଗ୍ରୀ ନଷ୍ଟ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ବର୍ତ୍ତମାନ ରାଜ୍ୟରେ କୌଣସି ପାଣିପାଗ ନିୟାମକ ସକ୍ରିୟ ନଥିବା ବେଳେ ୭ ଦିନ ଯାଏ ପାଗ ଶୁଖିଲା ରହିବ। ସେହିପରି ଶୀତକୁ ନେଇ କୌଣସି ସତର୍କ ସୂଚନା ନଥିବା ବେଳେ ଅନେକ ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର କୁହୁଡି ର ସମ୍ଭାବନା ଦେଇଛି ପାଣିପାଗ ବିଭାଗ। ଆସନ୍ତା ୨୪ ଘଂଟାରେ କଳାହାଣ୍ଡି କନ୍ଧମାଳ, ରାୟଗଡା, ସୁନ୍ଦରଗଡ, ବାଲେଶ୍ୱର, ଭଦ୍ରକ, ଯାଜପୁର କେନ୍ଦ୍ରାପଡା ,କଟକ, ଜଗତସିଂହପୁର ,ପୁରୀ ଖୋର୍ଦ୍ଧା, ନୟାଗଡ, ଗଂଜାମ ଓ ଗଜପତି ଏହି ୧୫ ଜିଲ୍ଲାରେ ହାଲୁକରୁ ମଧ୍ୟମ ଧରଣର କୁହୁଡି ର ସତର୍କତା ଦେଇଛି ପାଣିପାଗ ବିଭାଗ।
ଅଧିକ ପଢ଼ନ୍ତୁ ପାଣିପାଗ ଖବର:
ଅଧିକ ପଢ଼ନ୍ତୁ ପାଣିପାଗ ଖବର:
Related Topics
Explore more stories