ElNino Warning / ତାଣ୍ଡବ ରଚିବ ଏଲନିନୋ…୨୦୨୭ରେ ଭାଙ୍ଗିବ ଗରମର ସବୁ ରେକର୍ଡ… WMOର ବଡ଼ ଚେତାବନୀ
·1 hour ago·2 min read

Key Points
ଏଲନିନୋ ପ୍ରଭାବ ଯୋଗୁଁ ୨୦୨୪ ବର୍ଷଟି ଇତିହାସର ସବୁଠାରୁ ଉତ୍ତପ୍ତ ବର୍ଷ ଭାବେ ରେକର୍ଡ ହୋଇଥିଲା ବୋଲି ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି
ଚଳିତଥର ଏଲନିନୋ ପୂର୍ବଥର ଅପେକ୍ଷା ଅଧିକ ଶକ୍ତିଶାଳୀ ହେବ। ଆଉ ଏହାର ପ୍ରଭାବ ୨୦୨୭ ମସିହା ପର୍ଯ୍ୟନ୍ତ ରହିବ। WMO ଅନୁଯାୟୀ ଫେବୃୟାରୀ ୨୦୨୭ ପର୍ଯ୍ୟନ୍ତ ଏହାର ପ୍ରଭାବ ଜାରି ରହିବ ବୋଲି ମିଳିତ ଜାତିସଂଘର ପାଣିପାଗ ସଂସ୍ଥା ଗୁରୁବାର ଚେତାବନୀ ଦେଇଛି। ବିଶ୍ୱ ପାଣିପାଗ ସଂଗଠନ (ଡବ୍ଲ୍ୟୁଏମ୍ଓ) ଅନୁଯାୟୀ ଚଳିତ ବର୍ଷ ଶେଷ ଆଡ଼କୁ ଏହା ଶୀର୍ଷ ସ୍ତରରେ ପହଞ୍ଚିବ।
ଏହାସହ ପଢ଼ନ୍ତୁ: ଆସନ୍ତା ୬ଦିନ ପାଗ ଶୁଖିଲା ରହିବ; ୯ରୁ ଏହି ୩ ଜିଲ୍ଲାରେ ପ୍ରବଳ ବର୍ଷିବ
ଏଲ୍ ନିନୋ ପ୍ରଭାବରେ ବିଶ୍ୱର ବିଭିନ୍ନ ଅଞ୍ଚଳରେ ବୃଷ୍ଟିପାତ ଏବଂ ତାପମାତ୍ରା ଶୈଳୀରେ ବ୍ୟାପକ ପରିବର୍ତ୍ତନ ଦେଖାଯିବ। ଏହା ଦ୍ୱାରା ବନ୍ୟା, ମରୁଡ଼ି ଏବଂ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଭଳି ଜଟିଳ ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ରହିଛି। ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରସ କହିଛନ୍ତି, ସମୁଦ୍ର ପୃଷ୍ଠର ତାପମାତ୍ରା କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ସମଗ୍ର ବିଶ୍ୱ ବର୍ତ୍ତମାନ ଚରମ ପାଣିପାଗର ବିପଦ ଜୋନ୍ରେ ରହିଛି। ସାଧାରଣତଃ ଏଲ୍ ନିନୋ ବର୍ଷର ଶେଷ ଭାଗରେ ଶୀର୍ଷକୁ ଛୁଇଁଥାଏ। ମାତ୍ର ମହାସାଗରରୁ ଉତ୍ତାପ ବାୟୁମଣ୍ଡଳକୁ ଧୀରେ ଧୀରେ ମୁକ୍ତ ହେଉଥିବାରୁ ଏହାର ପରବର୍ତ୍ତୀ ବର୍ଷ ଅର୍ଥାତ ୨୦୨୭ରେ ବିଶ୍ୱର ତାପମାତ୍ରା ଆହୁରି ଅଧିକ ବୃଦ୍ଧି ପାଇବ। ପୂର୍ବ ଏଲ୍ ନିନୋ ପ୍ରଭାବ ଯୋଗୁଁ ୨୦୨୪ ବର୍ଷଟି ଇତିହାସର ସବୁଠାରୁ ଉତ୍ତପ୍ତ ବର୍ଷ ଭାବେ ରେକର୍ଡ ହୋଇଥିଲା ବୋଲି ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି।
ଡବ୍ଲ୍ୟୁଏମଓ ମୁଖ୍ୟ ସେଲେଷ୍ଟେ ସାଉଲୋ କହିଛନ୍ତି ଯେ, ଏହି ଅସାଧାରଣ ଏଲ୍ ନିନୋ ସମଗ୍ର ବିଶ୍ୱର ଅର୍ଥନୀତି ଏବଂ ସମୁଦାୟକୁ ଗଭୀର ଆଘାତ ଦେବାର କ୍ଷମତା ରଖିଛି। କୃଷି, ସ୍ୱାସ୍ଥ୍ୟ, ଶକ୍ତି ଏବଂ ଜଳ ଭଳି ସମ୍ବେଦନଶୀଳ କ୍ଷେତ୍ରଗୁଡ଼ିକୁ ଏଥିପାଇଁ ସତର୍କ ରହିବାକୁ କୁହାଯାଇଛି। ପ୍ରଶାନ୍ତ ମହାସାଗରର କେନ୍ଦ୍ରୀୟ ଏବଂ ପୂର୍ବ ବିଷୁବରେଖା ଅଞ୍ଚଳରେ ସମୁଦ୍ର ପୃଷ୍ଠର ତାପମାତ୍ରା ସ୍ୱାଭାବିକଠାରୁ ପ୍ରାୟ ୨.୨ରୁ ୨.୬ ଡିଗ୍ରି ସେଲସିୟସ ଅଧିକ ରହିଛି। ଏହି ପ୍ରଭାବ ଯୋଗୁଁ ଆମାଜନ, ଇଣ୍ଡୋନେସିଆ ଏବଂ ଅଷ୍ଟ୍ରେଲିଆର କେତେକ ଭାଗରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହେବ। ଏହାସହ ଭାରତରେ ମଧ୍ୟ ମୌସୁମୀ ବାୟୁ ପ୍ରଭାବିତ ହେବାର ସମ୍ଭାବନା ରହିଛି। ସେପ୍ଟେମ୍ବରରୁ ନଭେମ୍ବର ମାସ ମଧ୍ୟରେ ସ୍ୱାଭାବିକଠାରୁ ଅଧିକ ତାପମାତ୍ରା ଅନୁଭୂତ ହେବ ବୋଲି ଜାତିସଂଘ ପାଣିପାଗ ସଂସ୍ଥା ସ୍ପଷ୍ଟ କରିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ଫସଲ ମଧ୍ୟ ପ୍ରଭାବିତ ହେବ
ପାଗରେ ବଡ ପରିବର୍ତ୍ତନ କୃଷି ଉପରେ ସିଧାସଳଖ ପ୍ରଭାବ ପକାଇପାରେ। ମରୁଡ଼ି ହୋଇପାରେ ବୋଲି ଆକଳନ କରାଯାଉଛି। ଅତ୍ୟଧିକ ବର୍ଷା ଏବଂ ବନ୍ୟା ମଧ୍ୟ ଚାଷଜମିକୁ କ୍ଷତି ପହଞ୍ଚାଇପାରେ। ଏଲ୍ ନିନୋ ପୂର୍ବରୁ ମଧ୍ୟ ଆମେରିକାର କିଛି ସ୍ଥାନରେ ଫସଲକୁ କ୍ଷତି ପହଞ୍ଚାଇଛି, ଯାହା ଖାଦ୍ୟ ଅଭାବର ଆଶଙ୍କା ବୃଦ୍ଧି କରିଛି। ଏହା କୃଷି ଶ୍ରମିକ ଏବଂ ଖାଦ୍ୟ ମୂଲ୍ୟ ଉଭୟକୁ ପ୍ରଭାବିତ କରିପାରେ।
Related Topics
Explore more stories