Odisha Weather Update / ଆସନ୍ତା ୬ଦିନ ପାଗ ଶୁଖିଲା ରହିବ; ୯ରୁ ଏହି ୩ ଜିଲ୍ଲାରେ ପ୍ରବଳ ବର୍ଷିବ
·1 hour ago·2 min read

Key Points
ଏବେ ରାଜ୍ୟରେ ପାଗ ଶୁଖିଲା ରହିଛି
ହେଲେ ୯ ତାରିଖରୁ ପ୍ରବଳ ବର୍ଷା ସମ୍ଭାବନା
ରାଜ୍ୟର ୩ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ
ହେଲେ ୯ ତାରିଖରୁ ପ୍ରବଳ ବର୍ଷା ସମ୍ଭାବନା
ରାଜ୍ୟର ୩ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ
ଭୁବନେଶ୍ଵର: ରାଜ୍ୟରେ ବର୍ଷାର ପ୍ରଭାବ ଧୀରେ ଧୀରେ କମିବାରେ ଲାଗିଛି । ଅନେକ ସ୍ଥାନରେ ପାଗ ଶୁଖିଲା ରହିଛି । ଲଘୁଚାପର ପ୍ରଭାବ ଓଡ଼ିଶା ଉପରେ ଆଉ ବିଶେଷ ନଥିବାରୁ ରାଜ୍ୟରେ ବଡ଼ ବର୍ଷାର ସମ୍ଭାବନା ସହ ଚେତାବନୀ ମଧ୍ୟ ନାହିଁ । ତେବେ ୬ ଦିନ ଯାଏଁ ବର୍ଷା ସହ କୌଣସି ଚେତାବନୀ ନଥିବା ବେଳେ ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ପାଇଁ ପୂର୍ବାନୁମାନ କରିଛି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ପଢନ୍ତୁ ଏହି ଖବର: ଭୟଙ୍କର ଭାବେ ଉଛୁଳୁଛି ସମୁଦ୍ର… ପୃଥିବୀ ଆଡ଼କୁ ମାଡ଼ିଆସୁଛି ବଡ଼ ‘ବିପର୍ଯ୍ୟୟ’? ବର୍ଷା ଏବଂ ବନ୍ୟା ଦେଉଛି ବାରମ୍ବାର ସଙ୍କେତ
- ଆସନ୍ତା ୬ ଦିନ ପାଗ ଶୁଖିଲା
- ୯ରୁ ଏହି ୩ ଜିଲ୍ଲାରେ ପ୍ରବଳ ବର୍ଷିବ
ପଢନ୍ତୁ ଏହି ଖବର: ଭୟଙ୍କର ଭାବେ ଉଛୁଳୁଛି ସମୁଦ୍ର… ପୃଥିବୀ ଆଡ଼କୁ ମାଡ଼ିଆସୁଛି ବଡ଼ ‘ବିପର୍ଯ୍ୟୟ’? ବର୍ଷା ଏବଂ ବନ୍ୟା ଦେଉଛି ବାରମ୍ବାର ସଙ୍କେତ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ବେଳେ କୋରାପୁଟ ବୋରିଗୁମାରେ ସର୍ବାଧିକ ୩୬ ମିଲିମିଟର ବର୍ଷା ରେକର୍ଡ ହୋଇଛି । ତେବେ ଜୁନ ୧ ତାରିଖରୁ ସେପ୍ଟେମ୍ବର ୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୧୧୭୨.୮ ମିଲିମିଟର ବର୍ଷା ରେକର୍ଡ ହୋଇଛି, ଯାହାକି ସ୍ଵାଭାବିକ ବର୍ଷା ୯୪୧.୧ ମିଲିମିଟର ଠାରୁ ଅଧିକ ହୋଇଛି । ଫଳରେ ୨୫ ପ୍ରତିଶତ ଅଧିକ ବର୍ଷା ହୋଇଛି ।
Related Topics
Explore more stories