Weather Update / ଜାଡ଼ରେ ଥରୁଛି ପୁରା ଓଡ଼ିଶା
·7 months ago·2 min read

Key Points
ରାଜ୍ୟରେ ଆଉ ସାତ ଦିନ କଲବଲ କରିବ ଶୀତ ।
ଜାଡ଼ରେ ଥରୁଛି ପୁରା ଓଡ଼ିଶା ।
ଉପାନ୍ତରୁ ଉପକୂଳ ସବୁଠି ଶୀତର ରାଜୁତି ।
ଜାଡ଼ରେ ଥରୁଛି ପୁରା ଓଡ଼ିଶା ।
ଉପାନ୍ତରୁ ଉପକୂଳ ସବୁଠି ଶୀତର ରାଜୁତି ।
ରାଜ୍ୟରେ ଆଉ ସାତ ଦିନ କଲବଲ କରିବ ଶୀତ । ଜାଡ଼ରେ ଥରୁଛି ପୁରା ଓଡ଼ିଶା । ଉପାନ୍ତରୁ ଉପକୂଳ ସବୁଠି ଶୀତର ରାଜୁତି । କନ୍ଧମାଳ ଜି.ଉଦୟଗିରି ପାହାଡ଼ିଆ ଅଞ୍ଚଳରେ ଗତକାଲି ୩.୧ ଡିଗ୍ରୀ ତାପମାତ୍ରା ରେକର୍ଡ। ଫୁଲବାଣୀରେ ହାଡ଼ଭଙ୍ଗା ଶୀତ ସାଙ୍ଗକୁ ତୁଷାରପାତ।
ଶନିବାର ଓ ରବିବାର ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ସବୁଠୁ ଅଧିକ ଶୀତ ଅନୁଭୂତ ହେବ । ଫୁଲବାଣୀ, ବୌଦ୍ଧ, ଅନୁଗୁଳ, ସୋନପୁର, ବଲାଙ୍ଗିର, ଟିଟିଲାଗଡ଼, କୋରାପୁଟ ଓ ନବରଙ୍ଗପୁରରେ ପାରଦ ୧୦ ଡିଗ୍ରୀ ତଳେ ବା ଏହା ପାଖାପାଖି ରହିପାରେ । ଉତ୍ତର ଓ ଉପକୂଳ ଓଡ଼ିଶାରେ ବି ଶୀତରୁ ତ୍ରାହି ମିଳବନି ।
ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୧୦ରୁ ୧୨ ଡିଗ୍ରୀ ପାଖାପାଖି ରହିଛି । ୧୩ ଓ ୧୪ ତାରିଖରେ କିଛି ସ୍ଥାନରେ ଭୀଷଣ ଶୀତ ଲହରି ବହିପାରେ । ଅସମ୍ଭାଳ ଜାଡ଼ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇବ । ପାଣିପାଗ ବିଭାଗ ଏଭଳି ସତର୍କ କରାଇଛି ।
ଜି. ଉଦୟଗିରିରେ ପାରଦ ପୁଣି ତଳମୁହାଁ ହୋଇଛି । ଏଠାରେ ରାତି ତାପମାତ୍ରା ୩.୧ ଡିଗ୍ରୀ ରହିଥିଲା । ସେମିଳିଗୁଡ଼ାରେ ୩.୬,ଫୁଲବାଣୀରେ ୫.୫, ଦାରିଙ୍ଗବାଡ଼ିରେ ୬.୫, ଚିପିଲିମାରେ ୬.୬, ଝାରସୁଗୁଡ଼ାରେ ୭.୧, ରାଉରକେଲାରେ ୭.୨, ଭବାନୀପାଟଣାରେ ୭.୫, କୋରାପୁଟରେ ୮.୧, କିରେଇରେ ୮.୪, ଅନୁଗୁଳରେ ୮.୬, ବଲାଙ୍ଗିରରେ ୯, ନବରଙ୍ଗପୁରରେ ୯.୨, କେନ୍ଦୁଝର ଓ ସୁନ୍ଦରଗଡ଼ରେ ରାତି ତାପମାତ୍ରା ୯.୬ ଡିଗ୍ରୀ ରହିଥିଲା । ଝାରସୁଗୁଡ଼ାରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୬.୨ ଡିଗ୍ରୀ କମ୍ ରହିଥିଲା। ହୀରାକୁଦରେ ୪.୨, ଗୋପାଳପୁରରେ ୪.୧, ଫୁଲବାଣୀରେ ୩.୬, ଭୁବନେଶ୍ୱରରେ ୩.୪, କେନ୍ଦୁଝରରେ ସ୍ୱାଭାବିକଠାରୁ ୩.୨ ଡିଗ୍ରୀ କମ୍ ରେକର୍ଡ ହୋଇଛି ।
ଏଥିସହ ପଢ଼ନ୍ତୁ : ଶୀତରେ ଥୁରୁ ଥୁରୁ ଓଡ଼ିଶା; ୩ ଡିଗ୍ରୀରେ ଥରୁଛି କନ୍ଧମାଳ, ଦାରିଙ୍ଗବାଡ଼ିରେ ତୁଷାରପାତ
ସେପଟେ ଶୁକ୍ରବାର ଝାରସୁଗୁଡ଼ା ଏବଂ ରାଉରକେଲାରେ ପାରଦ ୭ ଡିଗ୍ରୀକୁ ଖସିଛି । ଝାରସୁଗୁଡ଼ାରେ ପାରଦ ୭.୧ ଡିଗ୍ରୀ ରହିଥିବା ବେଳେ ରାଉରକେଲା ୭.୨ ଡିଗ୍ରୀ, କେନ୍ଦୁଝରରେ ୯.୬ ଡିଗ୍ରୀ, ସମ୍ବଲପୁରରେ ୧୦.୮ ଡିଗ୍ରୀ, ହୀରାକୁଦରେ ୧୧.୪ ଡିଗ୍ରୀ ସର୍ବନିମ୍ନ ରାତି ତାପମାତ୍ରା ରେକର୍ଡ କରାଯାଇଛି ।
ସେହିଭଳି ଭୁବନେଶ୍ଵରର ସର୍ବନିମ୍ନ ରାତି ତାପମାତ୍ରା ୧୨.୬ ଡିଗ୍ରୀ ରହିଥିବା ବେଳେ ଗୋପାଳପୁରରେ ୧୩.୪ ଡିଗ୍ରୀ, ବାଲେଶ୍ଵରରେ ୧୩.୫ ଡିଗ୍ରୀ, ବାଲେଶ୍ଵରରେ ୧୩.୫ ଡିଗ୍ରୀ, ଚାନ୍ଦବାଲିରେ ୧୪.୪ ଡିଗ୍ରୀ, ପାରାଦୀପରେ ୧୪.୧ ଡିଗ୍ରୀ ଓ ପୁରୀରେ ୧୬.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।
ଅଧିକ ପଢ଼ନ୍ତୁ ପାଣିପାଗ ଖବର...

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories