Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Weather-calamities

Cold Wave / ଶୀତରେ ଥୁରୁ ଥୁରୁ ଓଡ଼ିଶା; ୩ ଡିଗ୍ରୀରେ ଥରୁଛି କନ୍ଧମାଳ, ଦାରିଙ୍ଗବାଡ଼ିରେ ତୁଷାରପାତ

Sushanta Sahoo
Browse all articles by Sushanta Sahoo
·7 months ago·2 min read
ଶୀତରେ ଥୁରୁ ଥୁରୁ ଓଡ଼ିଶା; ୩ ଡିଗ୍ରୀରେ ଥରୁଛି କନ୍ଧମାଳ, ଦାରିଙ୍ଗବାଡ଼ିରେ ତୁଷାରପାତ
Odisha Cold Wave Intensifies; Frost in Daringbadi

Key Points

ପୁଣି ଥରେ ପାରଦ ୩ ଡିଗ୍ରୀକୁ ଖସିଛି । କନ୍ଧମାଳ ଜିଲ୍ଲାର ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୩.୧ ଡିଗ୍ରୀ ରେକର୍ଡ କରାଯାଛି । ସେହିଭଳି କୋରାପୁଟ ଜିଲ୍ଲାର ସେମିଳିଗୁଡ଼ାରେ ସର୍ବନିମ୍ନ ରାତି ତାପମାତ୍ର ୩.୬ ଡିଗ୍ରୀ ରହିଛି ।
ଭୁବନେଶ୍ଵର: ଥରୁଛି ଓଡ଼ିଶା । ଦକ୍ଷିଣରୁ ଉତ୍ତର ଓ ଉପକୂଳ ସବୁଠି ଶୀତର ପ୍ରକୋପ ଲାଗି ରହିଛି । ପୁଣି ଥରେ ପାରଦ ୩ ଡିଗ୍ରୀକୁ ଖସିଛି । କନ୍ଧମାଳ ଜିଲ୍ଲାର ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୩.୧ ଡିଗ୍ରୀ ରେକର୍ଡ କରାଯାଛି । ସେହିଭଳି କୋରାପୁଟ ଜିଲ୍ଲାର ସେମିଳିଗୁଡ଼ାରେ ସର୍ବନିମ୍ନ ରାତି ତାପମାତ୍ର ୩.୬ ଡିଗ୍ରୀ ରହିଛି ।

ଶୀତରେ କନ୍ଧମାଳ ଥରୁଥିବା ବେଳେ ଶୁକ୍ରବାର ପୁଣି ହୋଇଛି ତୁଷାରପାତ । ଗୁରୁବାର ଫୁଲବାଣୀରେ ତୁଷାରପାତ ହୋଇଥିବା ବେଳେ ଦାରିଙ୍ଗବାଡ଼ିରେ ଆଜି ସମାନ୍ୟ ଦୃଷ୍ୟ ଦେଖିବାକୁ ମିଳିଛି । ଶୁକ୍ରବାର ଦାରିଙ୍ଗବାଡ଼ିର ଇଲେକ୍ଟ୍ରି ସାହି, କିଲାବାଡ଼ି, ଗ୍ରୀନବାଡ଼ି, ସିମନବାଡ଼ି ଆଦି ଅଞ୍ଚଳରେ ତୁଷାରପାତ ହୋଇଛି ।

ଏଥିସହ ପଢ଼ନ୍ତୁ: ହାଡ଼ଭଙ୍ଗା ଜାଡ଼ରେ ଥରୁଛି ଓଡ଼ିଶା; ରାଉରକେଲା ଓ ଝାରସୁଗୁଡ଼ାରେ ୬ ଡିଗ୍ରୀକୁ ଖସିଲା ପାରଦ


ସେପଟେ ଝାରସୁଗୁଡ଼ା ଏବଂ ରାଉରକେଲାରେ ପାରଦ ୭ ଡିଗ୍ରୀକୁ ଖସିଛି । ଝାରସୁଗୁଡ଼ାରେ ପାରଦ ୭.୧ ଡିଗ୍ରୀ ରହିଥିବା ବେଳେ ରାଉରକେଲା ୭.୨ ଡିଗ୍ରୀ, କେନ୍ଦୁଝରରେ ୯.୬ ଡିଗ୍ରୀ, ସମ୍ବଲପୁରରେ ୧୦.୮ ଡିଗ୍ରୀ, ହୀରାକୁଦରେ ୧୧.୪ ଡିଗ୍ରୀ ସର୍ବନିମ୍ନ ରାତି ତାପମାତ୍ରା ରେକର୍ଡ କରାଯାଇଛି ।


ସେହିଭଳି ଭୁବନେଶ୍ଵରର ସର୍ବନିମ୍ନ ରାତି ତାପମାତ୍ରା ୧୨.୬ ଡିଗ୍ରୀ ରହିଥିବା ବେଳେ ଗୋପାଳପୁରରେ ୧୩.୪ ଡିଗ୍ରୀ, ବାଲେଶ୍ଵରରେ ୧୩.୫ ଡିଗ୍ରୀ, ବାଲେଶ୍ଵରରେ ୧୩.୫ ଡିଗ୍ରୀ, ଚାନ୍ଦବାଲିରେ ୧୪.୪ ଡିଗ୍ରୀ, ପାରାଦୀପରେ ୧୪.୧ ଡିଗ୍ରୀ ଓ ପୁରୀରେ ୧୬.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ଏଥିସହ ପଢ଼ନ୍ତୁ: ୨୧ ବଲ୍‍, ୨୧ ରନ୍; ୩ ନମ୍ବରରେ ବ୍ୟାଟିଂ କରି କାହିଁକି ବିଫଳ ହେଲେ ଅକ୍ଷର ପଟେଲ୍ ?

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ, ୧୨ ତାରିଖ ଶୁକ୍ରବାର ସୁନ୍ଦରଗଡ଼ ଓ କୋରାପୁଟ ଜିଲ୍ଲାରେ ଘନ କୁହୁଡ଼ି ଅନୁଭୂତ ହେବ । ସେହିଭଳି ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ଅନୁଗୁଳକୁ ଶୀତ ଲହରୀ ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ଆଗାମୀ ୭ ଦିନ ପର୍ଯ୍ୟନ୍ତ ରାତିର ସର୍ବନିମ୍ନ ତାପମାତ୍ରାରେ ବଡ଼ ଧରଣର ପରିବର୍ତ୍ତନ ଆଶଙ୍କା ନାହିଁ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Odisha Shivers: 3°C in Kandhamal, Frost in Daringbadi | Argus News | Argus News