Videos
|
Weather-calamities

Fresh Low Pressure System / ‘ଅର୍ଣ୍ଣବ’ର ପ୍ରକୋପ ସରିନି, ବଙ୍ଗୋପସାଗରରେ ଆସୁଛି ଆଉ ଏକ ଲଘୁଚାପ !

Santosh Kumar Sahoo
Browse all articles by Santosh Kumar Sahoo
·19 mins ago·1 min read
‘ଅର୍ଣ୍ଣବ’ର ପ୍ରକୋପ ସରିନି, ବଙ୍ଗୋପସାଗରରେ ଆସୁଛି ଆଉ ଏକ ଲଘୁଚାପ !
Fresh Low Pressure System

Key Points

ବାତ୍ୟା ବିପଦ ଟଳିନି
ପୁଣି ଆସୁଛି ଲଘୁଚାପ !
ଓଡ଼ିଶା ପାଇଁ ପୁଣି ବର୍ଷା ଭୟ !
ଏବେ ବି ସରିନି 'ଅର୍ଣ୍ଣବ'ର ପ୍ରକୋପ । ଯଦିଓ ଏହା ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଛି କିନ୍ତୁ ଏହାର ପ୍ରକୋପ ଏବେ ବି ଜାରି ରହିଛି । ଏହାର ପ୍ରଭାବରେ ରାଜ୍ୟର କିଛି ଜିଲ୍ଲାରେ ଆଜି ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆଲର୍ଟ ଜାରି କରିଛି । ଏସବୁ ମଧ୍ୟ ଗୋଟିଏ ବାତ୍ୟାର ବିପଦ ଟଳି ନଥିବା ବେଳେ ଆସୁଛି ଆଉ ଏକ ଲଘୁଚାପ ।



ଭାରତୀୟ ପାଣିପାଗ ବିଭାଗ(IMD)ର ସୂଚନା ଅନୁସାରେ, ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଗତ ଦୁଇଦିନ ଧରି ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଯାହା ବାୟୁମଣ୍ଡଳର ମଧ୍ୟ ଭାଗ ଯାଏଁ ବ୍ୟାପିଛି । ଏହାର ପ୍ରଭାବରେ ୨୪ ଘଣ୍ଟା ମଧ୍ୟରେ ସମାନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଆଗକୁ ଏହା କେତେ ଘନୀଭୂତ ହେବ, ସେନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇନାହିଁ ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: