Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - କାଳବୈଶାଖୀ ପ୍ରଭାବ କମ୍‌ ରହିବା ଫଳରେ ତାପମାତ୍ରା ବଢ଼ୁଛି… ଆସନ୍ତା ୩ଦିନ ଯାଏ ରହିବ ଗ୍ରୀଷ୍ମ କୋପ

Weather & Calamities

Heatwave / କାଳବୈଶାଖୀ ପ୍ରଭାବ କମ୍‌ ରହିବା ଫଳରେ ତାପମାତ୍ରା ବଢ଼ୁଛି… ଆସନ୍ତା ୩ଦିନ ଯାଏ ରହିବ ଗ୍ରୀଷ୍ମ କୋପ

Ritu Das
Browse all articles by Ritu Das
·1 day ago·2 min read
କାଳବୈଶାଖୀ ପ୍ରଭାବ କମ୍‌ ରହିବା ଫଳରେ ତାପମାତ୍ରା ବଢ଼ୁଛି… ଆସନ୍ତା ୩ଦିନ ଯାଏ ରହିବ ଗ୍ରୀଷ୍ମ କୋପ
Weather

Key Points

ଆଗକୁ ଅସମ୍ଭାଳ ତାତି
୩ ଦିନରେ ବଢ଼ିବ ୩ ଡିଗ୍ରି ସେଲସିୟସ
୪୫ ଡିଗ୍ରୀ ମୁହାଁ ପାରଦ 
ଆଗକୁ ଅସମ୍ଭାଳ ତାତି । ୩ ଦିନରେ ବଢ଼ିବ ୩ ଡିଗ୍ରି ସେଲସିୟସ । ୪୫ ଡିଗ୍ରୀ ମୁହାଁ ପାରଦ । ବର୍ତ୍ତମାନ ରାଜ୍ୟରେ ପ୍ରଚଣ୍ଡ ଖରା, ଭୀଷଣ ଗରମ ଓ ଅସହ୍ୟ ଗୁଳୁଗୁଳି କିଛି ଦିନର ବ୍ୟବଧାନ ପରେ ପୁଣି ରାଜ୍ୟକୁ ଫେରିଥିବା ବେଳେ, ଆଗକୁ ଆହୁରି ଉପରମୁହାଁ ହେବ ପାରଦ । କାହିଁକି ନା ରାଜ୍ୟକୁ ଉତ୍ତର ଦିଗରୁ ଶୁଷ୍କ ବାୟୁ ପ୍ରବାହିତ ହେଉଥିବାରୁ ଜଳୀୟବାଷ୍ପ ମାତ୍ରା ହ୍ରାସ ପାଇଛି । କାଳବୈଶାଖୀ ପ୍ରଭାବ କମ୍‌ ରହିବା ଫଳରେ ତାପମାତ୍ରା ବଢ଼ୁଛି । ଆଜି ଦିନ 2ଟା 30 ସୁଦ୍ଧା ରାଜ୍ୟରେ 44ଡ଼ିଗ୍ରୀ ଛୁଇଁଲା ପାରଦ। ହୀରାକୁଦ ରେ 44ଡ଼ିଗ୍ରୀ ତାତି ରେକର୍ଡ ହୋଇଥିବା ବେଳେ ଝାରସୁଗୁଡାରେ ୪୩.୮, ସମ୍ବଲପୁରରେ ୪୩.୪ ଡିଗ୍ରୀ ରେକର୍ଡ କରାଯାଇଛି।

ରାଉରକେଲା ଏବଂ ଭୁବନେଶ୍ବରରେ ୩୯.୬ ଡିଗ୍ରୀ ସେଲସିୟସ୍ ଖରା ରେକର୍ଡ କରାଯାଇଛି । ଆସନ୍ତା ୨୪ ଘଣ୍ଟା ପାଇଁ ସୋନପୁର, ବୌଦ୍ଧ, ଅନୁଗୁଳ,ନୟାଗଡ଼, ଗଞ୍ଜାମ, ଗଜପତି, ପୁରୀ ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ବାଲେଶ୍ୱର ଜିଲ୍ଲାରେ ଗରମ ଓ ଗୁଳୁଗୁଳି ହେବାର ସମ୍ଭାବନା ଥିବାରୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଏଭଳି ସ୍ଥିତି ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ। କାଲିଠାରୁ ତାପମାତ୍ରା ବଢିବାର ସମ୍ଭାବନା ଥିବା ବେଳେ ଆଗାମୀ ଦିନରେ ୪୫ ଡିଗ୍ରୀ ଅତିକ୍ରମ କରିପାରେ ବୋଲି ଶରତ ସାହୁ ପୂର୍ବାନୁମାନ କରିଛନ୍ତି।

ଏହାସହ ପଢ଼ନ୍ତୁ: ୪୫ ଡିଗ୍ରୀ ମୁହାଁ ହେବ ପାରଦ; ତାତି ଭିତରେ ତାଣ୍ଡବ ରଚିବ କାଳବୈଶାଖୀ

ସେପଟେ ଉତ୍ତର ଭାରତ ସମେତ ଦେଶର ଅନେକ ସ୍ଥାନରେ ପ୍ରବଳ ଗରମ ଯୋଗୁଁ ଲୋକଙ୍କ ଘରୁ ବାହାରିବା କଷ୍ଟକର ହୋଇପଡ଼ିଛି। ଭାରତ ପାଣିପାଗ ବିଭାଗ (IMD) ଅନୁଯାୟୀ, ଉତ୍ତର ଏବଂ ମଧ୍ୟ ଭାରତର ଅନେକ ସ୍ଥାନରେ ଏହି ସପ୍ତାହ ସାରା ପ୍ରବଳ ଗରମ ଏବଂ ଗରମ ଲହରୀ ଜାରି ରହିବ। ଅନ୍ୟପକ୍ଷରେ, ଉତ୍ତର-ପୂର୍ବ ଭାରତ (୨୧ ରୁ ୨୫ ମଇ ମଧ୍ୟରେ) ଏବଂ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ଏହି ସପ୍ତାହରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଏହି ରାଜ୍ୟଗୁଡ଼ିକରେ ପ୍ରବଳ ବର୍ଷା ସତର୍କତା
ପାଣିପାଗ ବିଭାଗ ଅନୁଯାୟୀ, ଆସାମ, ମେଘାଳୟ ଏବଂ ଅରୁଣାଚଳ ପ୍ରଦେଶରେ ମେ ୨୧ ପର୍ଯ୍ୟନ୍ତ ହାଲୁକା ବର୍ଷା ହେବ, ମେ ୨୨ ରୁ ୨୫ ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ତିନୋଟି ରାଜ୍ୟ ପାଇଁ ମେ ୨୩ ରୁ ୨୪ ତାରିଖରେ ପ୍ରବଳ ବର୍ଷା ସତର୍କତା ଜାରି କରାଯାଇଛି। ମେ ୧୯ ରୁ ୨୫ ମଧ୍ୟରେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ, ବିହାର, ଝାଡ଼ଖଣ୍ଡ, ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ଘଡ଼ଘଡ଼ି, ବିଜୁଳି ଏବଂ ଘଣ୍ଟା ପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ପ୍ରବଳ ପବନ ବହିବାର ସମ୍ଭାବନା ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Heatwave Conditions Intensify As Kalabaisakhi Impact Remains Weak Across Odisha | Argus News