Videos
|
Weather-calamities

Heavy Rain Alert / ଆଜି ୧୭ ରାଜ୍ୟରେ ପ୍ରବଳ ବର୍ଷା ! ଦିଲ୍ଲୀ-NCR ପାଇଁ ରେଡ୍ ଆଲର୍ଟ, ଜାଣନ୍ତୁ ପାଣିପାଗ ଅପଡେଟ୍

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ଆଜି ୧୭ ରାଜ୍ୟରେ ପ୍ରବଳ ବର୍ଷା ! ଦିଲ୍ଲୀ-NCR ପାଇଁ ରେଡ୍ ଆଲର୍ଟ, ଜାଣନ୍ତୁ ପାଣିପାଗ ଅପଡେଟ୍
Heavy Rain Alert

Key Points

ଦିଲ୍ଲୀରୁ ବିହାର-ଓଡ଼ିଶା ପର୍ଯ୍ୟନ୍ତ ବର୍ଷାର ତାଣ୍ଡବ !
IMD ଜାରି କଲା ବଡ଼ ଚେତାବନୀ
୧୭ ରାଜ୍ୟରେ ପ୍ରବଳ ବର୍ଷା
ସାରା ଦେଶରେ ମୌସୁମୀର ମହାପ୍ରକୋପ । ଆଜି ପୁଣି ୧୭ଟି ରାଜ୍ୟରେ ପ୍ରବଳ ବର୍ଷାର ଆଲର୍ଟ, ତା’ସହ ଦିଲ୍ଲୀ-NCR ପାଇଁ ଜାରି ହୋଇଛି ରେଡ୍ ଆଲର୍ଟ । କେବଳ ବର୍ଷା ନୁହେଁ, ଘଣ୍ଟାପ୍ରତି ୭୦ରୁ ୮୦ କିଲୋମିଟର ବେଗରେ ପବନ ବହିବାର ମଧ୍ୟ ଆଶଙ୍କା ରହିଛି ।

ସେହିପରି ପୂର୍ବ ଭାରତର ବିଭିନ୍ନ ଅଞ୍ଚଳରେ ଘଡ଼ଘଡ଼ି ଓ ବିଜୁଳି ସହ ବର୍ଷା ହୋଇପାରେ । ଏଥିପାଇଁ ଚାଷୀମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଅନ୍ୟପଟେ ପାହାଡ଼ିଆ ଅଞ୍ଚଳରେ ବାଦଲ ଫଟା ବର୍ଷା ଏବଂ ଭୂସ୍ଖଳନର ଆଶଙ୍କା ରହିଛି । ତେଣୁ ପର୍ଯ୍ୟଟକମାନଙ୍କୁ ଏହି ସମୟରେ ପାହାଡ଼ିଆ ଅଞ୍ଚଳକୁ ଯାତ୍ରା ନକରିବାକୁ ସତର୍କ କରାଯାଇଛି । ଉତ୍ତରାଖଣ୍ଡରେ ଖରାପ ପାଣିପାଗ ଯୋଗୁଁ ଚାରିଧାମ ଯାତ୍ରା ମଧ୍ୟ ସାମୟିକ ଭାବେ ବନ୍ଦ ରଖାଯାଇଛି ।

ଭାରତୀୟ ପାଣିପାଗ ବିଭାଗ ଅନୁସାରେ, ଉତ୍ତର ମଧ୍ୟପ୍ରଦେଶର ମଧ୍ୟଭାଗ ଏବଂ ଏହା ସଂଲଗ୍ନ ଦକ୍ଷିଣ ଉତ୍ତରପ୍ରଦେଶ ଉପରେ ଏକ ‘ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର' ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ପୂର୍ବ ରାଜସ୍ଥାନ ଓ ପଶ୍ଚିମ ମଧ୍ୟପ୍ରଦେଶରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।


ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ରର ପ୍ରଭାବରେ ମୌସୁମୀ ଟ୍ରଫ୍ ଉତ୍ତର ଓ ମଧ୍ୟ ଭାରତ ଦେଇ ଗତି କରୁଛି । ଏହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟାରେ ଅନେକ ଅଞ୍ଚଳରେ ଭଲ ବର୍ଷା ହୋଇପାରେ ।

ଦିଲ୍ଲୀ ବ୍ୟତୀତ ଉତ୍ତରପ୍ରଦେଶ, ବିହାର, ମଧ୍ୟପ୍ରଦେଶ, ଜମ୍ମୁ-କଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ରାଜସ୍ଥାନ, ହରିୟାଣା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଓଡ଼ିଶା, ଗୁଜରାଟ, ମହାରାଷ୍ଟ୍ର, ତେଲେଙ୍ଗାନା ଏବଂ ଆସାମ ସମେତ ଅନ୍ୟ କେତେକ ରାଜ୍ୟରେ ମଧ୍ୟ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ ରହିଛି ।

IMD କହିଛି ଯେ ଉତ୍ତର-ପୂର୍ବ ମଧ୍ୟପ୍ରଦେଶ ଏବଂ ଏହାର ଆଖପାଖ ଅଞ୍ଚଳରେ ଥିବା ଲଘୁଚାପ କ୍ଷେତ୍ର ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ପ୍ରାୟ ସମାନ ଅଞ୍ଚଳରେ ରହିପାରେ । ଏହା ସହ ଉତ୍ତର-ପୂର୍ବ ରାଜସ୍ଥାନରୁ ମଣିପୁର ପର୍ଯ୍ୟନ୍ତ, ଦକ୍ଷିଣ ଗୁଜରାଟରୁ ଝାଡ଼ଖଣ୍ଡ ପର୍ଯ୍ୟନ୍ତ ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକରୁ ମନ୍ନାର ଉପସାଗର ପର୍ଯ୍ୟନ୍ତ ମୌସୁମୀ ଟ୍ରଫ୍ ସକ୍ରିୟ ରହିଛି । ଏହା ସହ ଏକ ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସ ମଧ୍ୟ ସକ୍ରିୟ ଥିବାରୁ ଦେଶର ବିଭିନ୍ନ ଅଞ୍ଚଳରେ ବର୍ଷା ଜାରି ରହିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: