Heavy Rain / ଆସୁଛି ପଶ୍ଚିମା ଝଡ଼: ପ୍ରବଳ ହେବ ବର୍ଷା, ଓଡ଼ିଶାରେ ବି ପଡ଼ିବ ପ୍ରଭାବ
·5 months ago·2 min read

Key Points
୧୦ ରାଜ୍ୟକୁ ରେଡ୍ ଓ୍ୱାର୍ଣ୍ଣିଂ
ଓଡ଼ିଶାରେ ବି ଦେଖାଇବ ପ୍ରକୋପ
ପ୍ରବଳରୁ ଅତି ପ୍ରବଳ ହେବ ବର୍ଷା
ଓଡ଼ିଶାରେ ବି ଦେଖାଇବ ପ୍ରକୋପ
ପ୍ରବଳରୁ ଅତି ପ୍ରବଳ ହେବ ବର୍ଷା
ଆସୁଛି ପଶ୍ଚିମା ଝଡ଼। ପ୍ରବଳ ବର୍ଷିବ। ତୁହାକୁ ତୁହା ହେବ ବର୍ଷା। ବହିବ ପବନ। ତେବେ ଓଡ଼ିଶାରେ କଣ ଏହାର ପ୍ରଭାବ ପଡ଼ିବ କି ? ଦେଶର ବିଭିନ୍ନ ରାଜ୍ୟ ଘଡ଼ଘଡ଼ି ସହ ବଜ୍ରପାତ ନେଇ ଓ୍ୱାର୍ଣ୍ଣିଂ ଜାରି କରିଛି ଆଇଏମଡି। ଭାରତୀୟ ପାଣିପାଗ ବିଭାଗ (IMD) ଦେଶର ଅନେକ ସ୍ଥାନରେ ପ୍ରବଳ ଝଡ଼ବର୍ଷା, ଏବଂ ବଜ୍ରପାତର ଆଶଙ୍କା ବିଷୟରେ ଆଗୁଆ ସତର୍କତା ଜାରି କରିଛି। ଯାତାୟାତ ଏବଂ ବିଦ୍ୟୁତ୍ ଯୋଗାଣ ପ୍ରଭାବିତ ହୋଇପାରେ ବୋଲି ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂର୍ବାନୁମାନ ଅନୁସାରେ ଗୁରୁବାର ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୋନପୁର, ବୌଦ୍ଧକୁ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।
ଗତକାଲି ୧୮ ମାର୍ଚ୍ଚ ସନ୍ଧ୍ୟାରେ ରାଜଧାନୀ ଦିଲ୍ଲୀ ଏବଂ ଆଖପାଖ ଅଞ୍ଚଳରେ ହଠାତ୍ ପାଗ ପରିବର୍ତ୍ତନ ହୋଇଥିଲା। ପ୍ରାୟ ସନ୍ଧ୍ୟା ୬ଟା ବେଳେ ଝଡ଼ ଏବଂ ବର୍ଷା ସହିତ ଏକ ପ୍ରବଳ ଧୂଳି ଝଡ଼ ଆରମ୍ଭ ହୋଇଥିଲା। ଏହା ୪୫ ମିନିଟ୍ ପର୍ଯ୍ୟନ୍ତ ଜାରି ରହିଥିଲା। ଘଣ୍ଟା ପ୍ରତି ୩୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ଫଳରେ ଯାନବାହାନ ଅଟକି ଯାଇଥିଲା। ଅନେକ ସ୍ଥାନରେ ପ୍ରବଳ ପବନ ଗଛ ଡାଳ ଭାଙ୍ଗି କେବୁଲ ଫଲ୍ଟ ସୃଷ୍ଟି କରିଥିଲା।ପାଣିପାଗ ବିଭାଗ ଏହି ଝଡ଼କୁ ପଶ୍ଚିମା ଝଡ଼ ବୋଲି କହିଛି। ବାହାରକୁ ଯିବା ସମୟରେ ଲୋକଙ୍କୁ ଛତା ଏବଂ ରେନକୋଟ୍ ଧରିବାକୁ ପରାମର୍ଶ ଦିଆଯାଉଛି। ଆଗାମୀ ତିନି ଦିନ ମଧ୍ୟରେ ସର୍ବାଧିକ ତାପମାତ୍ରା ୪ ରୁ ୬ ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା ରହିଛି।
ଆନ୍ଧ୍ର ପ୍ରଦେଶର ପ୍ରକାଶମ, ଗୁଣ୍ଟୁର, କୃଷ୍ଣା, ଏଲୁରୁ ଏବଂ ପଶ୍ଚିମ ଗୋଦାବରୀ ଜିଲ୍ଲା ପାଇଁ ଏକ ରେଡ୍ ଆଲର୍ଟ ଜାରି କରିଛି ଆଇଏମଡି। ଏଠାରେ ଅଧିକାଂଶ ସ୍ଥାନରେ ଘଣ୍ଟା ପ୍ରତି ୬୨ ରୁ ୮୭ କିଲୋମିଟର ବେଗରେ ପ୍ରବଳ ପବନ ବହିବାର ସମ୍ଭାବନା ଅଛି। ପ୍ରତି ଘଣ୍ଟାରେ ୫ରୁ ୧୫ ମିଲିମିଟର ହାଲୁକା ବର୍ଷା ମଧ୍ୟ ସମ୍ଭବ। ଚାଷୀମାନଙ୍କୁ ବିଶେଷ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ସେହିପରି ରାଜ୍ୟରେ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବ ରହିବ। ଏହା ପ୍ରଭାବରେ ପ୍ରତିଦିନ ରାଜ୍ୟର କେତେକ ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ପବନ ହୋଇପାରେ। ଅନ୍ୟପକ୍ଷରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ଖରା ପ୍ରକୋପରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ। ଏହା ପରେ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ କମିପାରେ, ଯାହାକି ପରବର୍ତ୍ତୀ ୫ ଦିନ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିବ।
ଏଥିସହ ପଢ଼ନ୍ତୁ: ସତର୍କ କଲା ପାଣିପାଗ ବିଭାଗ, ରାଜ୍ୟରେ ଆହୁରି ୫ଦିନ ଘଡ଼ଘଡ଼ି ସହ ବର୍ଷା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେହିପରି ଓଡ଼ିଶା ସମେତ ଜମ୍ମୁ, ହିମାଚଳ ପ୍ରଦେଶ, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ, ମହାରାଷ୍ଟ୍ର ଏବଂ ଗୁଜରାଟ ପାଇଁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଅଞ୍ଚଳଗୁଡ଼ିକରେ ହାଲୁକାରୁ ମଧ୍ୟମ ବର୍ଷା, ଝଡ଼ବର୍ଷା, ବଜ୍ରପାତ ଏବଂ ପ୍ରବଳ ପବନ ହେବାର ସମ୍ଭାବନା ଅଛି। ଆଇଏମଡି ସ୍ପଷ୍ଟ ଭାବରେ କହିଛି ଯେ ସାରା ଦେଶରେ ବଜ୍ରପାତ କାର୍ଯ୍ୟକଳାପ ଜାରି ରହିଛି। ଖୋଲା ପଡ଼ିଆ, ଫାର୍ମ କିମ୍ବା ଉଚ୍ଚ ସ୍ଥାନଗୁଡ଼ିକୁ ଏଡାଇବାକୁ କୁହାଯାଇଛି। ଘର ଭିତରେ ରୁହନ୍ତୁ ଏବଂ ଇଲେକ୍ଟ୍ରୋନିକ୍ ଉପକରଣରୁ ଦୂରେଇ ରୁହନ୍ତୁ ପରାମର୍ଶ ଦିଆଯାଇଛି।
ଅଧିକ ପଢ଼ନ୍ତୁ ପାଣିପାଗ ଖବର:
ଅଧିକ ପଢ଼ନ୍ତୁ ପାଣିପାଗ ଖବର:
Related Topics
Explore more stories