Videos
|
Weather-calamities

School Closed / ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତି, ଆସନ୍ତାକାଲି ଏହି ଜିଲ୍ଲାରେ ୨୯୭ଟି ସ୍କୁଲ ବନ୍ଦ

Banajyotshna Ray
Browse all articles by Banajyotshna Ray
·2 weeks ago·2 min read
ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତି, ଆସନ୍ତାକାଲି ଏହି ଜିଲ୍ଲାରେ ୨୯୭ଟି ସ୍କୁଲ ବନ୍ଦ
School Closed

Key Points

ଆସନ୍ତାକାଲି ଭଦ୍ରକର ୨୯୭ଟି ସ୍କୁଲ ବନ୍ଦ
ଭଦ୍ରକ ଜିଲ୍ଲାରେ ଲଗାଣ ବର୍ଷା, ବନ୍ୟା ପରିସ୍ଥିତି
ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାରେ ୬ଟି ବ୍ଲକରେ ସ୍କୁଲ ବନ୍ଦ

ରାଜ୍ୟରୁ ବନ୍ୟା ଦୁର୍ଦ୍ଦଶା ଯାଇ ନଥିବା ବେଳେ ବଙ୍ଗୋପସାଗରରେ ସୃଷ୍ଟି ହେଉଛି ପଛକୁ ପଛ ଲଘୁଚାପ। ପୁଣି ଆସୁଛି ବଡ଼ବର୍ଷା । ଏହା ଉପକୂଳ ଓ ଉତ୍ତର ଓଡ଼ିଶାବାସୀଙ୍କୁ ଆତଙ୍କିତ କରିଛି । ଉତ୍ତର ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ସଂଲଗ୍ନ ଅଞ୍ଚଳରେ ଅବପାତ ସକ୍ରିୟ ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅବପାତଟି ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଝାଡ଼ଖଣ୍ଡ ଓ ବିହାର ଅତିକ୍ରମ କରିବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଓ ବଲାଙ୍ଗିର, ସୁବର୍ଣ୍ଣପୁର, ସମ୍ବଲପୁର, ଦେବଗଡ଼, କେନ୍ଦୁଝର ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ନେଇ ଜାରି ହୋଇଛି ୟେଲୋ ଆଲର୍ଟ । ରାଜ୍ୟରେ ୨୨ ତାରିଖ ଯାଏଁ ବର୍ଷା ଜାରି ରହିବ ।

.ଭଦ୍ରକରେ ସ୍କୁଲ ଛୁଟି:


ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି। ଯାହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଭଦ୍ରକ ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ ରହିବ। ଭଦ୍ରକ ଜିଲ୍ଲାରେ ଲଗାଣ ବର୍ଷା, ବନ୍ୟା ପରିସ୍ଥିତି ଓ ପୁନରୁଦ୍ଧାର କାର୍ଯ୍ୟକୁ ଦୃଷ୍ଟିରେ ରଖି ଜ଼ିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜ଼ିଲ୍ଲାରେ ୬ଟି ବ୍ଲକର (ଭଦ୍ରକ,ବାସୁଦେବପୁର,ତିହିଡି, ଧାମନଗର, ଭଣ୍ଡାରିପୋଖରୀ ଓ ଚାନ୍ଦବାଲି ) ୨୯୭ଟି ସ୍କୁଲ ଆସନ୍ତାକାଲି ବନ୍ଦ ରହିବ।''

ଆଜି ମଧ୍ୟ ବନ୍ୟା ପାଇଁ ଯାଜପୁର ଜିଲ୍ଲାରେ ସ୍କୁଲ ବନ୍ଦ ରହିଥିଲା। ଯାଜପୁରରେ ବନ୍ୟା ଓ ବର୍ଷାର ବିଭୀଷିକା । ବରୀ ଓ ଦଶରଥପୁରରେ ୧୪୦ରୁ ଅଧିକ ଗାଁ ଜଳବନ୍ଦୀ ରହିଥିବା ବନ୍ଦ ରହିଛି ସ୍କୁଲ୍ । ବୈତରଣୀ ଓ ବ୍ରାହ୍ମଣୀ ନଦୀର ବନ୍ୟାଜଳ ଯୋଗୁଁ ଯାଜପୁର ଜିଲ୍ଲାର ବରୀ ବ୍ଲକର ୧୯ଟି ପଞ୍ଚାୟତର ପ୍ରାୟ ୮୦ଟି ଏବଂ ଦଶରଥପୁର ବ୍ଲକର ୨୦ଟି ପଞ୍ଚାୟତର ୬୦ରୁ ଅଧିକ ଗାଁ ବନ୍ୟାଜଳ ଘେରରେ ରହିଛି ।''ଏହାସହ ମୟୁରଭଞ୍ଜ ଜିଲ୍ଲାର ସମସ୍ତ ସ୍କୁଲ ଛୁଟି ଥିଲା।''

ଏଥିସହ ପଢ଼ନ୍ତୁ: ଓଡ଼ିଶାରେ ବର୍ଷାର ତାଣ୍ଡବ... ୩ ଜିଲ୍ଲାରେ ସମସ୍ତ ସ୍କୁଲ ଛୁଟି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବିପଦ ସଂକେତ ଉପରେ ସାଳନ୍ଦୀ ନଦୀର ଜଳସ୍ତର। ଗତ କିଛିଦିନ ହେବ ସାଳନ୍ଦୀ ନଦୀର ଜଳସ୍ତର କମିବାରେ ନା ଧରୁନାହିଁ । କେତେବେଳେ ପାଣି କମୁଛି ତ ପୁଣି କେତେବେଳେ ପାଣି ବଢୁଛି। ରାଜଘାଟଠାରେ ବିପଦ ସଂକେତ 17 ଫୁଟ ଥିଲା ବେଳେ ଏଠାରେ ବର୍ତ୍ତମାନ 18.20 ଫୁଟ ଉପରେ ବନ୍ୟା ପାଣି ପ୍ରବାହିତ ହେଉଛି । ହଦ ଗଡ଼ ଡ୍ୟାମ କତୃପକ୍ଷ ଏବେ ଏହି ନଦୀକୁ 4 ଟି ଗେଟରେ ପଖାପଖି 3500 କ୍ୟୁସେକ ପାଣି ଛାଡ଼ୁଛନ୍ତି । ଏହା ଦ୍ୱାରା ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ଫଳରେ ମୁକୁନ୍ଦପୁର ଏବଂ ମାତଗଜପୁର ବ୍ରିଜ ଉପରେ 4 ଫୁଟର ବନ୍ୟା ଜଳ ପ୍ରବାହିତ ହେବା ଫଳରେ ଲୋକେ ନାହିଁ ନ ଥିବାର ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଏପରି ସ୍ଥଳେ ବନ୍ୟା ପାଣି ଚାଷ ଜମି କୁ ମାଡି ବାରେ ଲାଗିଛି।''

ବନ୍ୟା ପାଣି ଆଣି ଦେଇଛି ଅଳିଆ ଆବର୍ଜନା ଓ ଅସ୍ୱାସ୍ଥ୍ୟକର ପରିବେଶ । ଘର ଚାରିପଟେ ଜମି ରହିଛି ଅପରିଷ୍କାର ପାଣି । ଶୌଚାଳୟର ଅବସ୍ଥା ବି ଦୟନୀୟ । ଶୌଚ ପାଇଁ ଘରେ ବ୍ଯବସ୍ଥା ଥିଲେ ମଧ୍ୟ ବନ୍ୟା ପାଣି ଯୋଗୁଁ ଅନ୍ୟତ୍ର ଯିବାକୁ ପଡୁଛି । ଏଭଳି ପରିବେଶରେ ଦିନ କାଟୁଛନ୍ତି ବନ୍ୟା ବିପନ୍ନ । ଦୀର୍ଘଦିନ ଧରି ପାଣି ଜମି ରହିବା ଯୋଗୁଁ ଦୁର୍ଗନ୍ଧ ବଢ଼ିବା ସହ ସଂକ୍ରମଣର ଆଶଙ୍କା ଦେଖାଦେଇଛି । ପିଇବା ପାଣିଠୁ ଆରମ୍ଭ କରି ପରିବେଶର ସ୍ୱଚ୍ଛତା ସବୁକିଛି ଏବେ ଚିନ୍ତାର କାରଣ ପାଲଟିଛି ।''

ଅଧିକ ପଢ଼ନ୍ତୁ ପାଣିପାଗ ଖବର:


Related Topics

Explore more stories