Heatwave / ତାତିରୁ ମିଳିପାରେ ଆଶ୍ୱସ୍ତି, ଆସୁଛି କାଳବୈଶାଖୀ

Key Points
୪୩.୪ ଡିଗ୍ରୀ ସହ ରେକର୍ଡ ଭାଙ୍ଗିଲା ଝାରସୁଗୁଡ଼ା ।
ଆସନ୍ତା ୩ ଦିନ ଯାଏ ଗରମ ଓ ଗୁଳୁଗୁଳିରୁ ନିସ୍ତାର ନାହିଁ ।
୨୮ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରା ୪୫ ଡିଗ୍ରୀ ପାଖାପାଖି ରହିବ ।
ଓଡ଼ିଶାରେ ଏବେ ଅସହ୍ୟ ଗ୍ରୀଷ୍ମ ପ୍ରବାହ। ତାତି ସାଙ୍ଗକୁ ଗୁଳୁଗୁଳିରେ ନାକେଦମ୍ ହେଉଛନ୍ତି ଲୋକେ। ବିଶେଷ କରି ପଶ୍ଚିମ ଓଡ଼ିଶାରେ ସ୍ଥିତି ବେହାଲ୍। ଗତକାଲି ଝାରସୁଗୁଡ଼ାରେ ପାରଦ ୪୩ ଡିଗ୍ରୀ ଅତିକ୍ରମ କରି ରେକର୍ଡ ସୃଷ୍ଟି କରିଛି । ରାଉରକେଲା ଏବଂ ସମ୍ବଲପୁରରେ ତାପମାତ୍ରା ୪୨.୨ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ହୀରାକୁଦରେ ମଧ୍ୟ ପାରଦ ୪୨ ଡିଗ୍ରୀ ଛୁଇଁଥିଲା । ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ସୋମବାର ବି ପ୍ରାୟତଃ ସମାନ ସ୍ଥିତି ସ୍ଥିତି ରହିପାରେ । ୨୮ ତାରିଖ ବେଳକୁ ସାମାନ୍ୟ କମିପାରେ ପାରେ ତାପମାତ୍ରା । ହେଲେ ବଡ଼ ଧରଣର ଆଶ୍ୱସ୍ତି ମିଳିନପାରେ।
ତେବେ ୪୦ ଡିଗ୍ରୀ ଉପରେ ୧୭ ସହର ଓଡ଼ିଶା କିଛିଦିନ ହେବ ଗ୍ରୀଷ୍ମ ନିଆଁରେ ଜଳୁଛି । ଶନିବାର ୧୭ଟି ସ୍ଥାନରେ ତାପମାତ୍ରା ୪୦ ଡି ଡିଗ୍ରୀ ସେଲସିୟସ୍ ଉ ଉପରେ ଥିଲା । ଝାରସୁଗୁଡ଼ା ଯେମିତି ନିଆଁ ନିଆଁ ପିଣ୍ଡୁଳା ପାଲଟିଯାଇଛି । ଶନିବାର ତାପମାତ୍ରା ଥିଲା ୪୪.୧ ଡିଗ୍ରୀ ସେଲସିୟସ୍ । ସ୍ବାଭାବିକ ଠାରୁ ପ୍ରାୟ ୩ ଡିଗ୍ରୀ ଅଧିକ । ନ। ସ୍ବାଭାବିକ ତୁଳନାରେ ଅଢ଼େଇ ଡିଗ୍ରୀ ଉପରକୁ ଉଠି ଟିଟିଲାଗଡ଼ ତାପମାତ୍ରା ୪୩ ଛୁଇଁଥିଲା । ବଲାଙ୍ଗୀର ତାପମାତ୍ରା ୪୩.୫ ଡିଗ୍ରୀ, ଗ୍ରୀ, ନୂଆପଡ଼ା ୪୩, ସୁନ୍ଦରଗଡ଼ ୪୨.୮, ସମ୍ବଲପୁର ସୋନପୁର ୪୨.୬, ହୀରାକୁଦ ୪୨.୬, ସୋନା ୪୨.୩, ଭବାନୀପାଟଣା ୪୨ ୪୨ ଡିଗ୍ରୀ ଥିଲା । ଭୁବନେଶ୍ଵର ଓ କଟକ ସାମାନ୍ୟ କମିଥିଲା, କଟକରେ ତାତି ଭିତରେ ପାରଦ ଥିଲା ଯଥାକ୍ରମେ ୩୬.୮ ଡିଗ୍ରୀ ଓ ୩୬.୬ ଡିଗ୍ରୀ ସେଲସିୟସ ।
ଏହାସହ ପଢ଼ନ୍ତୁ: ରାଜ୍ୟରେ ୪୫ ଡିଗ୍ରୀ ମୁହାଁ ପାରଦ, ୧୩ ଜିଲ୍ଲାକୁ ଗରମ ଗୁଳୁଗୁଳି ନେଇ ଆଲର୍ଟ
ପାଣିପାଗ ବିଭାଗ ପୂର୍ବାନୁମାନ ହେଲା, ଆସନ୍ତା ୨/ ୩ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ତା'ପରେ ୨ରୁ ୪ ଡିଗ୍ରୀ କମିପାରେ। ରବିବାର ଦକ୍ଷିଣ ଓଡ଼ିଶାର କେତେକ ଜାଗାରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇପାରେ। ଅନ୍ୟପଟେ ଉପକୂଳ ଓଡ଼ିଶା ଓ ପାର୍ଶ୍ଵବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଆସଜ୍ଜା ୨ ଦିନ ଗରମ ଓ ଗୁଳୁଗୁଳି ଲାଗି ରହିବ ।
ଆସନ୍ତା ୧ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା ଅଧିକ ରହିଛି। ଗଢିବାର ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା,କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ଝାରସୁଗୁଡ଼ା, ବଲାଙ୍ଗୀର, ସମ୍ବଲପୁର ଓ ଅନୁଗୁଳ ଜିଲ୍ଲାର କେତେକ ସ୍ଥାନରେ ଗରମ ସହ ଗୁଳୁଗୁଳି ନାକେଦମ କରିପାରେ ।
କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ, ଆସନ୍ତା ୨୭ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ଅଧିକ ରହିବ । ୨୬ ରାତିରୁ କାଳବୈଶାଖୀ ବଢିପାରେ । ଏହି ବର୍ଷା ଚାଷୀଙ୍କ ପାଇଁ ଆଶ୍ୱସ୍ତି ଆଣିବ ।
📱 Get Argus News App
✨Related Topics
Explore more stories