Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପାଣିପାଗ ବିଭାଗର ପୂର୍ବାନୁମାନ, ଏହି ଦିନ କେରଳ ଛୁଇଁବ ମୌସୁମୀ !

Weather & Calamities

IMD Monsoon Forecast / ପାଣିପାଗ ବିଭାଗର ପୂର୍ବାନୁମାନ, ଏହି ଦିନ କେରଳ ଛୁଇଁବ ମୌସୁମୀ !

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·1 min read
ପାଣିପାଗ ବିଭାଗର ପୂର୍ବାନୁମାନ, ଏହି ଦିନ କେରଳ ଛୁଇଁବ ମୌସୁମୀ !
Monsoon

Key Points

୬ରେ କେରଳ ଛୁଇଁପାରେ ମୌସୁମୀ ବାୟୁ
ମୌସୁମୀର ଆଗମନ ନେଇ IMDର ଆକଳନ
୬ ଦିନ ଆଗରୁ ମୌସୁମୀ ପହଞ୍ଚିବା ନେଇ ଆକଳନ
ଆସନ୍ତା ୨୬ ତାରିଖରେ କେରଳ ଛୁଇଁପାରେ ମୌସୁମୀ । ଆଗୁଆ ମୌସୁମୀ କେରଳ ଛୁଇଁବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଚଳିତ ବର୍ଷ ଶୀଘ୍ର ଆସିବା ନେଇ ପୂର୍ବରୁ ମଧ୍ୟ ଅନୁମାନ କରିଥିଲା ପାଣିପାଗ ବିଭାଗ । ତେବେ ଏବେ ଏହା ଆହୁରି ସ୍ପଷ୍ଟ ହୋଇଛି ।

ଚଳିତ ମାସ ଶେଷ ଆଡ଼କୁ ଅର୍ଥାତ ମେ' ମାସ ୨୬ ତାରିଖରେ ମୌସୁମୀ କେରଳ ଛୁଇଁବା ନେଇ ଆକଳନ କରିଛି IMD । ଦକ୍ଷିଣ ବଙ୍ଗୋପସାଗର, ଆଣ୍ଡାମାନ ସାଗର ଏବଂ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର କିଛି ଅଂଶରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ପାଇଁ ପରିସ୍ଥିତି ଅନୁକୂଳ ରହିଛି । ଉତ୍ତର-ପଶ୍ଚିମ ଏବଂ କେନ୍ଦ୍ରୀୟ ଭାରତରେ ଗ୍ରୀଷ୍ମ ଲହରୀ ତୀବ୍ର ପରିସ୍ଥିତି ସୃଷ୍ଟି କରିବାର ସମ୍ଭାବନା ଅଛି ।

ସପ୍ତାହ ମଧ୍ୟରେ ଉତ୍ତର-ପୂର୍ବ ଭାରତରେ ଏବଂ ତାମିଲନାଡୁ, ପୁଡୁଚେରୀ ଏବଂ କେରଳମ ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକରେ ଆଗାମୀ ୩-୪ ଦିନ ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ସୂଚନା ଦେଇଛି ପାଣିପାଗ ବିଭାଗ । ଏହା ସହ ମତ୍ସ୍ୟଜୀବୀ ମାନଙ୍କ ଲାଗି ସତର୍କ ସୂଚନା ଜାରି କରାଯାଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Monsoon Likely to Hit Keralam on May 26, Says IMD | Argus News