Videos
|
Weather-calamities

Climate Change Impacts on Cyclone / ଜଳବାୟୁ ପରିବର୍ତ୍ତନର ପ୍ରଭାବ; ଦେଶରେ ହ୍ରାସ ପାଉଛି ଘୂର୍ଣ୍ଣିଝଡ଼ ସଂଖ୍ୟା

Subhramjit Ray
Browse all articles by Subhramjit Ray
·53 mins ago·3 min read
ଜଳବାୟୁ ପରିବର୍ତ୍ତନର ପ୍ରଭାବ; ଦେଶରେ ହ୍ରାସ ପାଉଛି ଘୂର୍ଣ୍ଣିଝଡ଼ ସଂଖ୍ୟା
Climate Change Impacts on Cyclone

Key Points

ପାଣିପାଗ ବିଭାଗ ଅନୁଯାୟୀ, ବଙ୍ଗୋପସାଗରରେ ଘୂର୍ଣ୍ଣିଝଡ଼ ପୂର୍ବ ଉପକୂଳ ଆଡକୁ ଆସିବା ସହିତ ଧିର ହୋଇଯାଏ। ଏହି କାରଣରୁ ସମାନ ତୀବ୍ରତାର ଘୂର୍ଣ୍ଣିଝଡ଼ ମଧ୍ୟ ଅଧିକ ପ୍ରଭାବ ପକାଇପାରେ।
ଜଳବାୟୁ ପରିବର୍ତ୍ତନ ଯୋଗୁଁ ଦେଶରେ ଘୂର୍ଣ୍ଣିଝଡ଼ ସଂଖ୍ୟା ହ୍ରାସ ପାଉଛି କି? ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ପକ୍ଷରୁ ଶନିବାର (୩୧ ଅକ୍ଟୋବର) " ୨୦୨୬ ନଭେମ୍ବର ପାଇଁ ବର୍ଷା ଏବଂ ତାପମାତ୍ରାର ମାସିକ ପୂର୍ବାନୁମାନ" (November 2026 Rainfall & Temperature Monthly Forecast) ରିପୋର୍ଟ ପ୍ରକାଶିତ ହୋଇଥିଲା। ଯାହାକୁ ପ୍ରକାଶ କରିଥିଲେ ଆଇଏମଡ଼ି (IMD) ମହାନିର୍ଦ୍ଦେଶକ ଡ଼କ୍ଟର ମୃତ୍ୟୁଞ୍ଜୟ ମହାପାତ୍ର। ଏହି ରିପୋର୍ଟ ପ୍ରକାଶ କରିବା ସମୟରେ ସେ ଏହି ଗୁରୁତ୍ୱପୂର୍ଣ୍ଣ ଘଟଣା ବିଷୟରେ ଉଲ୍ଲେଖ କରିଛନ୍ତି। ଏନେଇ ସେ କହିଛନ୍ତି ଯେ ବାତ୍ୟା "ମୁରାସୁ" (Cyclone Murasu) ଚଳିତ ବର୍ଷର ଦ୍ୱିତୀୟ ସାମୁଦ୍ରିକ ଘୂର୍ଣ୍ଣିଝଡ଼। ଚଳିତ ବର୍ଷର ପ୍ରଥମ ଘୂର୍ଣ୍ଣିଝଡ଼ ଥିଲା "ଅର୍ଣ୍ଣବ"(Cyclonic Storm Arnab 2026)।

ବାତ୍ୟାର ବାର୍ଷିକ ଆବର୍ତ୍ତନ ସଂଖ୍ୟା (ବର୍ଷକୁ କେତେ ଥର ବାତ୍ୟା ଆସୁଛି) ଏବଂ ଏହାର ତୀବ୍ରତା (ବାତ୍ୟା କେତେ ଶକ୍ତିଶାଳୀ କିମ୍ବା କେତେ ଭୟଙ୍କର) ତୀବ୍ରତା ଉପରେ ଜଳବାୟୁ ପରିବର୍ତ୍ତନର କ'ଣ ପ୍ରଭାବ ପଡୁଛି ସେ ବିଷୟରେ କହିଛନ୍ତି ଆଇଏମଡ଼ି ମହାନିର୍ଦ୍ଦେଶକ। ଏନେଇ ସେ କହିଛନ୍ତି ଗୋଟିଏ ବର୍ଷରେ ପ୍ରାୟ ୪-୫ ଘୂର୍ଣ୍ଣିଝଡ଼ ସୃଷ୍ଟି ହୋଇଥାଏ। ଏହା ମଧ୍ୟରୁ ୩-୪ ବାତ୍ୟା ବର୍ଷର ଅକ୍ଟୋବର ମାସରୁ ଡିସେମ୍ବର ମଧ୍ୟରେ ଏବଂ ୧-୨ ଅପ୍ରେଲ ମାସରୁ ଜୁନ ମଧ୍ୟରେ ପ୍ରାକ-ମୌସୁମୀ ଋତୁରେ ସୃଷ୍ଟି ହୋଇଥାଏ। ଚଳିତ ବର୍ଷ ପ୍ରାକ-ମୌସୁମୀ କିମ୍ବା ମୌସୁମୀ ଋତୁରେ କୌଣସି ଘୂର୍ଣ୍ଣିଝଡ଼ ସୃଷ୍ଟି ହୋଇନାହିଁ।

ପାଣିପାଗ ବିଭାଗ ମହାନିର୍ଦ୍ଦେଶକଙ୍କ ଅନୁଯାୟୀ "ଏଲ୍ ନିନୋ" (El Nino) ପ୍ରଭାବ ଅନୁଭୂତ ହେଉଥିବା ବର୍ଷରେ ବଙ୍ଗୋପ ସାଗର ଏବଂ ଆରବ ସାଗରରେ ଘୂର୍ଣ୍ଣିଝଡ଼ ସଂଖ୍ୟା ସାଧାରଣତଃ ସ୍ୱାଭାବିକ ଠାରୁ କମ୍ ରହିଥାଏ। ଏହି ଘୂର୍ଣ୍ଣିଝଡ଼ର ତୀବ୍ରତା କମ୍, ଏହାର ଗତିପଥ ଛୋଟ ହୋଇଥାଏ ଏବଂ ଏହାର ଜୀବନକାଳ ମଧ୍ୟ କମ୍ ହୋଇଥାଏ। ଏଗୁଡ଼ିକ ସାଧାରଣତଃ ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ କେତେକ ସମୟରେ ଶ୍ରୀଲଙ୍କାକୁ ପ୍ରଭାବିତ କରିଥାନ୍ତି।

ଏହା ସହ ବଢନ୍ତୁ: ସାରା ଦେଶରେ ଛାଇ ରହିଛି ମେଘ ବାଦଲ; ହେଲେ ତଥାପି କାହିଁକି ଘାରିଛି 'ଗଡଜିଲା ଏଲ୍ ନିନୋ' ଭୟ?

ଚଳିତ ବର୍ଷ "ଏଲ୍ ନିନୋ" ସ୍ଥିତି ବହୁତ ଶକ୍ତିଶାଳୀ ରହିଛି। ଯାହା ଫଳରେ ସାଧାରଣତଃ କମ୍ ଘୂର୍ଣ୍ଣିଝଡ଼ ସୃଷ୍ଟି ହୋଇଛି। ଏଥର କେବଳ ୨ ଝଡ଼ ଆସିଛି। ହେଲେ ଠିକ ଏହାର ବିପରୀତ ବିପରୀତ, "ଲା ନିନା" (La Nina) ପ୍ରଭାବ ଅନୁଭୂତ ହେଉଥିବା ବର୍ଷରେ, ଅଧିକାଂଶ ଘୂର୍ଣ୍ଣିଝଡ଼ ଓଡ଼ିଶା, ପଶ୍ଚିମବଙ୍ଗ, ମିଆଁମାର ଏବଂ ବାଂଲାଦେଶ ଆଡକୁ ଗତି କରିଥାଏ। ସେମାନଙ୍କର ଗତିପଥ ଲମ୍ବା ହୋଇଥିବା ଏହାର ତୀବ୍ରତା ଅଧିକ ହୋଇଥିବା। ଯାହା "ଲା ନିନା" ସକ୍ରିୟ ରହିଥିବା ବର୍ଷରେ ଝଡ଼ ତୋଫାନକୁ ଅଧିକ ପ୍ରଭାବଶାଳୀ କରିଥାଏ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଜଳବାୟୁ ପରିବର୍ତ୍ତନ (Climate Change) ଘୂର୍ଣ୍ଣିଝଡ଼କୁ ପ୍ରଭାବିତ କରିଥାଏ। ଏହା ବ୍ୟତୀତ, "ଏଲ୍ ନିନୋ" ଏବଂ "ଲା ନିନା" ମଧ୍ୟ ଏହାକୁ ପ୍ରଭାବିତ କରେ। ଦେଶର ଉପକୂଳରେ ଘୂର୍ଣ୍ଣିଝଡ଼ ସଂଖ୍ୟା ହ୍ରାସ ପାଉଥିବା ବେଳେ, ଅତ୍ୟନ୍ତ ତୀବ୍ର ଘୂର୍ଣ୍ଣିଝଡ଼ (Intense Cyclon) ସଂଖ୍ୟା ସ୍ଥିର କିମ୍ବା ବଢ଼ିଥାଏ। ଆରବ ସାଗରରେ ସାମୁଦ୍ରିକ ଝଡ଼ ସଂଖ୍ୟା ବୃଦ୍ଧି ପାଉଛି। ହେଲେ ଅନ୍ୟପଟେ ବଙ୍ଗୋପ ସାଗରରେ ଘୂର୍ଣ୍ଣିଝଡ଼ ସଂଖ୍ୟା ପ୍ରାୟତଃ ସ୍ଥିର ରହିଛି। ସେ ଏଠାରେ ଅତ୍ୟନ୍ତ ଭୟଙ୍କର ଘୂର୍ଣ୍ଣିଝଡ଼ ବାତ୍ୟା (Extremely Severe Cyclonic Storm) ବିଷୟରେ କହୁଛନ୍ତି।

ପାଣିପାଗ ବିଭାଗ ଅନୁଯାୟୀ ଯେତେବେଳେ ବଙ୍ଗୋପ ସାଗରରେ ଘୂର୍ଣ୍ଣିଝଡ଼ ପୂର୍ବ ଉପକୂଳ ଆଡକୁ ଆସେ, ସେତେବେଳେ ସେମାନଙ୍କର ଗତି ହ୍ରାସ ପାଇଥାଏ। ଏହି କାରଣରୁ, ସମାନ ତୀବ୍ରତା ବିଶିଷ୍ଟ ଘୂର୍ଣ୍ଣିଝଡ଼ର ମଧ୍ୟ ପ୍ରଭାବ ବହୁତ ଅଧିକ ପଡ଼ିଥାଏ। ସାମ୍ପ୍ରତିକ ଘୂର୍ଣ୍ଣିଝଡ଼ "ଅର୍ଣ୍ଣବ" ଏହାର ଏକ ପ୍ରମୁଖ ଉଦାହରଣ। ଆନ୍ଧ୍ର ପ୍ରଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବା (Landfall) ପାଇଁ ଏହାକୁ ୬ ଘଣ୍ଟା ସମୟ ଲାଗିଥିଲା। ଯେତେବେଳେ ଘୂର୍ଣ୍ଣିଝଡ଼ ଧିର ହୋଇଥାଏ ସେତେବେଳେ ପବନ ଏବଂ ବର୍ଷାର ପ୍ରଭାବ ଆହୁରି ବୃଦ୍ଧି ପାଇଥାଏ। ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ଏହା ଆମର ନିଷ୍କର୍ଷ।