Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ତାତି ସହ କାଳବୈଶାଖୀ ପ୍ରଭାବ: ୨୪ ଘଣ୍ଟା ପାଇଁ ୬ ଜିଲ୍ଲାକୁ ହିଟ୍‌ୱେଭ ଓ୍ବାର୍ଣ୍ଣିଂ

Weather & Calamities

Heatwave / ତାତି ସହ କାଳବୈଶାଖୀ ପ୍ରଭାବ: ୨୪ ଘଣ୍ଟା ପାଇଁ ୬ ଜିଲ୍ଲାକୁ ହିଟ୍‌ୱେଭ ଓ୍ବାର୍ଣ୍ଣିଂ

Rashmita Mishra
Browse all articles by Rashmita Mishra
·2 days ago·2 min read
ତାତି ସହ କାଳବୈଶାଖୀ ପ୍ରଭାବ: ୨୪ ଘଣ୍ଟା ପାଇଁ ୬ ଜିଲ୍ଲାକୁ ହିଟ୍‌ୱେଭ ଓ୍ବାର୍ଣ୍ଣିଂ
Heatwave

Key Points

ଦିନରେ ଜାଳିବ, ସନ୍ଧ୍ୟାରେ ଢ଼ାଳିବ
ରାଜ୍ୟରେ ତାତି ସହ କାଳବୈଶାଖୀ ପ୍ରଭାବ
୨୪ ଘଣ୍ଟା ପାଇଁ ୬ ଜିଲ୍ଲାକୁ ହିଟ୍‌ୱେଭ ଓ୍ଵାର୍ଣ୍ଣିଂ

ରାଜ୍ୟରେ ତାତି ସହ କାଳବୈଶାଖୀ ପ୍ରଭାବ । ଆସନ୍ତା ୨୪ ଘଣ୍ଟା ପାଇଁ ଗ୍ରୀଷ୍ମ ପ୍ରବାହ ବା ହିଟୱେଭ ନେଇ କଳାହାଣ୍ଡି, ବଲାଙ୍ଗୀର, ବୌଦ୍ଧ, ସୋନପୁର, ଝାରସୁଗୁଡା ଓ ନୟାଗଡ଼ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଉପକୂଳ ଓଡ଼ିଶାରେ ଗୁଳୁଗୁଳି ଅନୁଭବ ହେଉଥିବା ବେଳେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ଉଷ୍ମ ଓ ଆଦ୍ର ସ୍ଥିତି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ବିଭାଗ ।

ମାଲକାନଗିରି, କୋରାପୁଟ ରାୟଗଡା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା କଟକ, ଯାଜପୁର, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ ଏହି ୧୭ଟି ଜିଲ୍ଲାକୁ ବିଜୁଳି, ଘଡଘଡି ସହ ବର୍ଷ ସମ୍ଭାବନା ଥିବା ବେଳେ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ବର୍ଷା ସମୟରେ 30ରୁ 40 କିମି ଝଡ଼ ପବନ ହେବାର ମଧ୍ୟ ସମ୍ଭାବନା ରହିଛ । ତେବେ ଆଗାମି ୧ ତାରିଖ ଯାଏଁ ତାତିରୁ ନାହିଁ ନିସ୍ତାର । ୧ ତାରିଖ ପରେ ପାଗରେ ଆସିପାରେ ପରିବର୍ତ୍ତନ । କାଳବୈଶାଖୀ ଆଣିପାରେ ତାତିରୁ ନିସ୍ତାର ।

ଏଥିସହ ପଢ଼ନ୍ତୁ:  ମେ'ରେ ଆସୁଛି ବଡ଼ ବାତ୍ୟା ଏନେଇ ଆଇଏମଡିର ଆକଳନ

ଉପକୂଳ ଓଡ଼ିଶାରେ ଅଳ୍ପ କିଛି ସ୍ଥାନରେ ତାପମାତ୍ରା ଖସିଛି। କିନ୍ତୁ ପଶ୍ଚିମ ଓଡ଼ିଶା ସେମିତି ତାତିରେ ଫୁଟୁଛି । ଅଗ୍ନିବର୍ଷାରୁ ମୁକ୍ତି ମିଳିନି । ସୋମବାର ଝାରସୁଗୁଡ଼ାରେ ସର୍ବାଧିକ ୪୪.୭ ଡିଗ୍ରୀ ରେକର୍ଡ ହୋଇଥିଲା । ସେହିପରି ବରଗଡ଼ରେ ୪୩.୯, ବୌଦ୍ଧରେ ୪୩.୫, ବଲାଙ୍ଗୀରରେ ୪୩.୩, ସମ୍ବଲପୁର ଓ ନୂଆପଡ଼ାରେ ୪୩.୨, ରାଉରକେଲା, ଟିଟିଲାଗଡ଼ ଓ ସୁନ୍ଦରଗଡ଼ରେ ତାପମାତ୍ରା ୪୩ ଡିଗ୍ରୀ ରହିଥିଲା । ୧୫ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ଉପକୂଳ ଓଡ଼ିଶାରେ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଖୋର୍ଦ୍ଧାରେ ୧ ଡିଗ୍ରୀ କମିଛି । ଭୁବନେଶ୍ୱର ଓ ପୁରୀରେ ମଧ୍ୟ ସ୍ୱଳ୍ପ ଖସିଛି । ଭୁବନେଶ୍ୱରରେ ୩୬.୫, କଟକରେ ୩୬.୬, ପୁରୀରେ ୩୨.୪ ଡିଗ୍ରୀ ରେକର୍ଡ ହୋଇଛି । ନୟାଗଡ଼ରେ ପାରଦ ୪୧.୨ ଡିଗ୍ରୀ ଛୁଇଁଛି ।

ପାଣିପାଗ ବିଭାଗ ପୁଣି ଆଶା ଦେଖାଇଛି ଆଉ ଦୁଇ ଦିନରେ ତାତି ଆହୁରି ୨ରୁ ୩ ଡିଗ୍ରୀ କମିପାରେ । କାଳବୈଶାଖୀ ପ୍ରଭାବରେ ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ଓ କୁଆପଥର ସହ ବର୍ଷା ହୋଇପାରେ । ତଥାପି ଉପକୂଳ ଓଡ଼ିଶାରେ ଗରମ ଓ ଗୁଳୁଗୁଳି ସ୍ଥିତି ରହିବ । ପଶ୍ଚିମରେ ଗରମରୁ ନିସ୍ତାର ମିଳିବନି । ଗ୍ରୀଷ୍ମପ୍ରବାହ ସ୍ଥିତି ରହିପାରେ। ଗ୍ରୀଷ୍ମପ୍ରବାହ ଯୋଗୁ ଅସହ୍ୟ ଗରମ ହେବ। ତତଲା ପବନରେ ଲୋକଙ୍କୁ ନାକେଦମ୍ କରିପାରେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Heatwave | Heatwave Alert for 6 Districts Amid Kalbaisakhi Impact | Argus News