Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - କାଳବୈଶାଖୀ ପରେ ବଢ଼ିବ ଖରା, ଏହି ଦିନଠାରୁ ହେବ ସକାଳୁଆ ସ୍କୁଲ...

Weather-calamities

Weather Update / କାଳବୈଶାଖୀ ପରେ ବଢ଼ିବ ଖରା, ଏହି ଦିନଠାରୁ ହେବ ସକାଳୁଆ ସ୍କୁଲ...

Banajyotshna Ray
Browse all articles by Banajyotshna Ray
·3 months ago·2 min read
କାଳବୈଶାଖୀ ପରେ ବଢ଼ିବ ଖରା, ଏହି ଦିନଠାରୁ ହେବ ସକାଳୁଆ ସ୍କୁଲ...
Morning School

Key Points

ସକାଳୁଆ ହୋଇପାରେ ସ୍କୁଲ!
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗୀୟ ମନ୍ତ୍ରୀଙ୍କ ସୂଚନା
ସକାଳୁଆ ହୋଇପାରେ ସ୍କୁଲ ! ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସୂଚନା। ବର୍ଦ୍ଧିତ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନିଷ୍ପତି ନିଆଯିବ ବୋଲି ସୂଚନା ଦେଇଛନ୍ତି। ଏହାକୁ ନେଇ ଖୁବ୍ ଶୀଘ୍ର ବିଭାଗ କରିବ ବୈଠକ । ରାଜ୍ୟରେ ତାପମାତ୍ରା ସହ ଖରା ପ୍ରକୋପ ଅଧିକ ରହୁଛି। ମାର୍ଚ୍ଚରେ ବିଭିନ୍ନ ସ୍ଥାନରେ ଅସହ୍ୟ ଗରମ ଅନୁଭବ ହେଉଛି। ଏମିତିକି କିଛି ଜିଲାରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଲାଣି। ତେବେ କେବେ ସ୍କୁଲରେ ସକାଳୁଆ ପାଠପଢ଼ା ହେବ ସେନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ଅଧିକାରୀମାନେ ସ୍ଥିତିକୁ ଦେଖି ନିଷ୍ପତ୍ତି ନେବେ ବୋଲି ମନ୍ତ୍ରୀ କହିଛନ୍ତି।

ଏଥିପାଇଁ ସରକାର ସକାଳୁଆ ସ୍କୁଲ ପାଇଁ ଚିନ୍ତା କରୁଛନ୍ତି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଶନିବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି, ପାଣିପାଗ ବିଭାଗର ଆକଳନ ଅନୁସାରେ ଆଗକୁ ଖରାର ପ୍ରକୋପ ଅସହ୍ୟ ହେବ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ ପାଇଁ ନିଷ୍ପତ୍ତି ନିଆଯିବ।ରାଜ୍ୟରେ ଦିନକୁ ଦିନ ବଢ଼ୁଛି ତାତି। ଅସହ୍ୟ ହେଲାଣି ଖରା। ସକାଳ ୮ଟା ହେଉ ହେଉ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି। ମାର୍ଚ୍ଚରୁ ତାତି ଏତେ ବଢ଼ିଲାଣି ଯେ, ଆଗକୁ ପରିସ୍ଥିତି କଣ ହେବ ତାହା କଳ୍ପନା ବାହାରେ। ଦ୍ଵାର ଦେଶରେ ପହଞ୍ଚିଗଲାଣି ଗ୍ରୀଷ୍ମ ଋତୁ । ଧିରେ ଧିରେ ବଢ଼ିଲାଣି ତାପମାତ୍ର । ଏବେଠୁ ଡରାଇଲାଣି ଖରା ।

ଏଥିସହ ପଢ଼ନ୍ତୁ: ଆସନ୍ତା ୨୪ ଘଣ୍ଟାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା, ୟେଲୋ ୱାର୍ଣ୍ଣିଂ ଜାରି

ସେପଟେ ସୂଚନା ରହିଛି ଯେ, ଆସନ୍ତା ୨୪ ଘଣ୍ଟା ପାଇଁ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ବିଜୁଳି ଘଡ଼ଘଡ଼ି ସହ ପ୍ରବଳରୁ ପ୍ରବଳ ବର୍ଷା ଓ ପବନ ୩୦ ରୁ ୪୦ କିମି ବେଗରେ ବହିବାର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଛି ୟେଲୋ ଆଲର୍ଟ। ଏହା ପରେ ପୁଣି ବଢିବ ଦିନ ତାପମାତ୍ରା । 25 ରୁ କାଳବୈଶାଖୀ ବର୍ଷା। ଯାହାକୁ ଦୃଷ୍ଟିରେ ରଖି ନିଆଯିବ ନିଷ୍ପତ୍ତି କି କେବେ ଠାରୁ ସ୍କୁଲ ସକାଳୁଆ ହେବ। ପିଲାମାନଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି କରାଯିବ ସକାଳୁଆ ସ୍କୁଲ ବୋଲି ସୂଚନା ରହିଛି। ମାର୍ଚ୍ଚରୁ ଯଦି ତାତି ଅସମ୍ଭାଳ କଲାଣି, ତେବେ ଏପ୍ରିଲ ମେ ମାସରେ ଅଧିକ ଗୁଳୁଗୁଳି ସହ ଖରା ହେବ ବୋଲି ଅନୁମାନ କରାଯାଉଛି। 

ଅଧିକ ପଢ଼ନ୍ତୁ ପାଣିପାଗ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Morning School | After the Kalbaishakhi storm, the temperature is expected to rise significantly | Argus News | Argus News