Keralam Monsoon Update / ତାତିରୁ ମିଳିବ ଆଶ୍ବସ୍ତି, ୨୪ ଘଣ୍ଟା ମଧ୍ୟରେ କେରଳମ୍ ଛୁଇଁବ ମୌସୁମୀ
·1 hour ago·2 min read

Key Points
ମୌସୁମୀ ନେଇ ଖୁସି ଖବର
ଖରାରୁ ମିଳିବ ତ୍ରାହି
୨୪ ଘଣ୍ଟାରେ କେରଳ ଛୁଇଁବ ମୌସୁମୀ
ଖରାରୁ ମିଳିବ ତ୍ରାହି
୨୪ ଘଣ୍ଟାରେ କେରଳ ଛୁଇଁବ ମୌସୁମୀ
ମୌସୁମୀକୁ ନେଇ ଏକ ଖୁସି ଖବର ସାମ୍ନାକୁ ଆସିଛି । ଅସହ୍ୟ ତାତିରୁ ମିଳିବ ତ୍ରାହି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ମୌସୁମୀ କେରଳମ୍ ଉପକୂଳରେ ପହଞ୍ଚିବ । ଏହା ପରେ ଆରମ୍ଭ ହୋଇଯିବ ପ୍ରବଳ ବର୍ଷା । କେରଳମ୍ ଛୁଇଁବା ପରେ ମୌସୁମୀ ମହାରାଷ୍ଟ୍ର, ରାଜସ୍ଥାନ, ହରିୟାଣା ଏବଂ ଦିଲ୍ଲୀରେ ପହଞ୍ଚିବ ।
ଚଳିତ ବର୍ଷ ମୌସୁମୀ କେରଳମରେ କିଛି ଦିନ ବିଳମ୍ବରେ ପହଞ୍ଚିଛି । ସାଧାରଣତଃ, ମୌସୁମୀ ଜୁନ୍ ୧ ତାରିଖ କିମ୍ବା ତା ପୂର୍ବରୁ କେରଳମରେ ପହଞ୍ଚିଥାଏ । କିନ୍ତୁ ଏଥର ଏହା ୪ ଜୁନ୍ରେ କେରଳରେ ପହଞ୍ଚିବ । ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ଏହି ବର୍ଷ ଭାରତରେ ହାରାହାରି ବର୍ଷା ଅପେକ୍ଷା କମ୍ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି ।
ଭାରତୀୟ ପାଣିପାଗ ବିଭାଗ କହିଛି, "ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ କେରଳମ ଏବଂ ତାମିଲନାଡୁର କିଛି ଅଂଶ, ଦକ୍ଷିଣ-ପଶ୍ଚିମ ଏବଂ ଦକ୍ଷିଣ-ପୂର୍ବ ଆରବ ସାଗରର କିଛି ଅଂଶ, ଲକ୍ଷଦ୍ୱୀପ ଦ୍ୱୀପପୁଞ୍ଜ, ଦକ୍ଷିଣ-ପଶ୍ଚିମ, ପଶ୍ଚିମ-ମଧ୍ୟ, ପୂର୍ବ-ମଧ୍ୟ ଏବଂ ଉତ୍ତର-ପୂର୍ବ ବଙ୍ଗୋପସାଗରର କିଛି ଅଂଶ ଏବଂ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରର ଅବଶିଷ୍ଟ ଅଂଶରେ ଆଗକୁ ବଢ଼ିବା ପାଇଁ ପାଗ ଅନୁକୂଳ ରହିଛି''।
IMD ପୂର୍ବରୁ ପୂର୍ବାନୁମାନ କରିଥିଲା ଯେ ମୌସୁମୀ ୨୬ ମେ'ରେ କେରଳମରେ ପହଞ୍ଚିବ । କିନ୍ତୁ, ଏହା ହୋଇନଥିଲା । ପରେ, ମେ' ୨୯ ରେ ପାଣିପାଗ ବିଭାଗ କହିଥିଲା ଯେ ପରବର୍ତ୍ତୀ ସପ୍ତାହରେ ମୌସୁମୀ କେରଳମ୍ ଛୁଇଁପାରେ । ତେବେ ଚଳିତ ବର୍ଷ ଭାରତରେ ହାରିହାରି ବର୍ଷାଠାରୁ କମ୍ ବର୍ଷା ହେବ ବୋଲି ପାଣିପାଗ ପୂର୍ବାନୁମାନ କରିଛି ।
ସମଗ୍ର ଦେଶରେ ମୌସୁମୀ ଋତୁ ଅର୍ଥାତ ଜୁନରୁ ସେପ୍ଟେମ୍ବର ମଧ୍ୟରେ ବର୍ଷାର ପିରମାଣ କେତେ ରହିବ ସେନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । IMDର ଆକଳନ ଅନୁସାରେ ଉତ୍ତର ଓ ଉତ୍ତର-ପୂର୍ବ ଭାରତରେ ସାମାନ୍ୟ ବର୍ଷା ହେବ । କାରଣ ଏଠାରେ ଲଙ୍ଗ ପ୍ରୋଜେକ୍ଟେଡ୍ ଆଭରେଜ୍ ଅର୍ଥାତ ଦୀର୍ଘକାଳୀନ ହାରାହାରି ୯୪%ରୁ ୧୦୬% ପ୍ରତିଶତ ବର୍ଷା ହୋଇପାରେ ।
କିନ୍ତୁ ମଧ୍ୟ ଓ ଦକ୍ଷିଣ ଉପଦ୍ବୀପ ଭାରତରେ ୯୪%ରୁ କମ ବର୍ଷା ଏବଂ ଉତ୍ତର-ପଶ୍ଚିମ ଭାରତରେ ୯୨%ରୁ କମ ବର୍ଷା ନେଇ ଆକଳନ କରିଛି IMD । ଅର୍ଥାତ ଏସଵୁ ଅଞ୍ଚଳରେ ଜୁନରୁ ସେପ୍ଟେମ୍ବର ମୌସୁମୀ ଋତୁରେ ସ୍ବାଭାବିକ ଠାରୁ କମ୍ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭରାତୀୟ ପାଣିପାଗ ବିଭାଗ ।
ସେହିପରି ମୌସୁମୀର କୋର ଜୋନରେ ଆସୁଥିବା ଓଡ଼ିଶା ସମେତ ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ଦୀର୍ଘକାଳୀନ ହାରାହାରି ୯୪%ରୁ କମ୍ ବର୍ଷା ହୋଇପାରେ ।

ଅଧିକ ପଢ଼ନ୍ତୁ: ରାଜ୍ୟକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗମନ ପାଇଁ ପାଗ ଅନୁକୂଳ
ଭାରତୀୟ ପାଣିପାଗ ବିଭାଗ କହିଛି, "ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ କେରଳମ ଏବଂ ତାମିଲନାଡୁର କିଛି ଅଂଶ, ଦକ୍ଷିଣ-ପଶ୍ଚିମ ଏବଂ ଦକ୍ଷିଣ-ପୂର୍ବ ଆରବ ସାଗରର କିଛି ଅଂଶ, ଲକ୍ଷଦ୍ୱୀପ ଦ୍ୱୀପପୁଞ୍ଜ, ଦକ୍ଷିଣ-ପଶ୍ଚିମ, ପଶ୍ଚିମ-ମଧ୍ୟ, ପୂର୍ବ-ମଧ୍ୟ ଏବଂ ଉତ୍ତର-ପୂର୍ବ ବଙ୍ଗୋପସାଗରର କିଛି ଅଂଶ ଏବଂ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରର ଅବଶିଷ୍ଟ ଅଂଶରେ ଆଗକୁ ବଢ଼ିବା ପାଇଁ ପାଗ ଅନୁକୂଳ ରହିଛି''।
Southwest Monsoon Update !
— India Meteorological Department (@Indiametdept) June 2, 2026
Southwest monsoon is likely to set in over Kerala around 4th June, 2026.
Isolated heavy to very heavy rainfall (7-20cm) very likely over Kerala during next 5 days.#SouthwestMonsoon #KeralaRainfall #HeavyRainAlert #Monsoon2026 #WeatherUpdate… pic.twitter.com/J9JnFjMkXd
IMD ପୂର୍ବରୁ ପୂର୍ବାନୁମାନ କରିଥିଲା ଯେ ମୌସୁମୀ ୨୬ ମେ'ରେ କେରଳମରେ ପହଞ୍ଚିବ । କିନ୍ତୁ, ଏହା ହୋଇନଥିଲା । ପରେ, ମେ' ୨୯ ରେ ପାଣିପାଗ ବିଭାଗ କହିଥିଲା ଯେ ପରବର୍ତ୍ତୀ ସପ୍ତାହରେ ମୌସୁମୀ କେରଳମ୍ ଛୁଇଁପାରେ । ତେବେ ଚଳିତ ବର୍ଷ ଭାରତରେ ହାରିହାରି ବର୍ଷାଠାରୁ କମ୍ ବର୍ଷା ହେବ ବୋଲି ପାଣିପାଗ ପୂର୍ବାନୁମାନ କରିଛି ।
ସମଗ୍ର ଦେଶରେ ମୌସୁମୀ ଋତୁ ଅର୍ଥାତ ଜୁନରୁ ସେପ୍ଟେମ୍ବର ମଧ୍ୟରେ ବର୍ଷାର ପିରମାଣ କେତେ ରହିବ ସେନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । IMDର ଆକଳନ ଅନୁସାରେ ଉତ୍ତର ଓ ଉତ୍ତର-ପୂର୍ବ ଭାରତରେ ସାମାନ୍ୟ ବର୍ଷା ହେବ । କାରଣ ଏଠାରେ ଲଙ୍ଗ ପ୍ରୋଜେକ୍ଟେଡ୍ ଆଭରେଜ୍ ଅର୍ଥାତ ଦୀର୍ଘକାଳୀନ ହାରାହାରି ୯୪%ରୁ ୧୦୬% ପ୍ରତିଶତ ବର୍ଷା ହୋଇପାରେ ।
କିନ୍ତୁ ମଧ୍ୟ ଓ ଦକ୍ଷିଣ ଉପଦ୍ବୀପ ଭାରତରେ ୯୪%ରୁ କମ ବର୍ଷା ଏବଂ ଉତ୍ତର-ପଶ୍ଚିମ ଭାରତରେ ୯୨%ରୁ କମ ବର୍ଷା ନେଇ ଆକଳନ କରିଛି IMD । ଅର୍ଥାତ ଏସଵୁ ଅଞ୍ଚଳରେ ଜୁନରୁ ସେପ୍ଟେମ୍ବର ମୌସୁମୀ ଋତୁରେ ସ୍ବାଭାବିକ ଠାରୁ କମ୍ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭରାତୀୟ ପାଣିପାଗ ବିଭାଗ ।
ସେହିପରି ମୌସୁମୀର କୋର ଜୋନରେ ଆସୁଥିବା ଓଡ଼ିଶା ସମେତ ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ଦୀର୍ଘକାଳୀନ ହାରାହାରି ୯୪%ରୁ କମ୍ ବର୍ଷା ହୋଇପାରେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories