Videos
|
Weather-calamities

Low Pressure / ସୃଷ୍ଟି ହେଲା ଲଘୁଚାପ: ମୟୂରଭଞ୍ଜକୁ ରେର୍ଡ ଆଲର୍ଟ, ୨୪ ଘଣ୍ଟାରେ ପ୍ରବଳ ବର୍ଷା !

Banajyotshna Ray
Browse all articles by Banajyotshna Ray
·20 mins ago·2 min read
ସୃଷ୍ଟି ହେଲା ଲଘୁଚାପ: ମୟୂରଭଞ୍ଜକୁ ରେର୍ଡ ଆଲର୍ଟ, ୨୪ ଘଣ୍ଟାରେ ପ୍ରବଳ ବର୍ଷା !
Low Pressure

Key Points

ଉତ୍ତର ବଙ୍ଗୋପସାଗର ସଂଲଗ୍ନ ବାଂଲାଦେଶ ଉପକୂଳରେ ସୃଷ୍ଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ପ୍ରଭାବରେ ଆଜି ଉତ୍ତର ବଙ୍ଗୋପସାଗର ଓ ତାର ପାଖାପାଖି ଅଂଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ।
ରାଜ୍ୟରେ ବର୍ଷା ଜାରି ରହିଛି। ଗତକାଲି ରାତିରୁ ବର୍ଷା ଲାଗି ରହିଛି। କିଛି କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ଆସୁଛି ବଡ଼ ବର୍ଷା। ରାଜ୍ୟରେ ପ୍ରବଳ କାଚିବ ବର୍ଷା। ସୃଷ୍ଟି ହେଲା ଲଘୁଚାପ। ଯାହାକୁ ନେଇ ଏବେଠୁ ଭୟ ସୃଷ୍ଟି ହେଲାଣି। ଉତ୍ତରବଙ୍ଗୋପସାଗର ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲା। ଅନେକ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ବର୍ଷା ଛାଡ଼ି ଚାଲିଯାଇଥିବା ପରେ ପରିସ୍ଥିତି ସାମାନ୍ୟ ସୁଧୁରିଛି। ଏହାପରେ ପୁଣି ଆସୁଛି ଆଉ ଏକ ବଡ଼ ବର୍ଷା। ବଙ୍ଗୋପସାଗରରେ ଦୁଇଟି ଲଘୁଚାପ ସମ୍ଭାବନା । ୯ରୁ ବର୍ଷା ଆରମ୍ଭ ହୋଇସାରିଛି। ଏହାସହ ୧୦-୧୨ରେ ପ୍ରବଳ ବର୍ଷା ଆଶଙ୍କା । ବଙ୍ଗୋପସାଗରରେ ଚଳିତ ସେପ୍ଟେମ୍ବର ମାସରେ ଦୁଇଟି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି।''

ଉତ୍ତର ବଙ୍ଗୋପସାଗର ସଂଲଗ୍ନ ବାଂଲାଦେଶ ଉପକୂଳରେ ସୃଷ୍ଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ପ୍ରଭାବରେ ଆଜି ଉତ୍ତର ବଙ୍ଗୋପସାଗର ଓ ତାର ପାଖାପାଖି ଅଂଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ପାଇଁ ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେଉଁଝର, ସୁନ୍ଦରଗଡ଼ ଜିଲ୍ଲାରେ ବିଜୁଳି ଘଡଘଡି ସହ ୪୦ ରୁ ୫୦ କିମି ଝଟକା ପବନ ବହିବାର ସମ୍ଭାବନା କୁ ନେଇ ଅରେଞ୍ଜ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭଗ।ସେହିପରି ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର,ଦେବଗଡ଼,ଅନୁଗୁଳ, ଢେଙ୍କାନାଳ, ଯାଜପୁର, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବିଜୁଳି ଘଡଘଡି ସହ ୩୦ ରୁ ୪୦ କିମି ଝଟକା ପବନ ବହିବାର ସମ୍ଭାବନା କୁ ନେଇ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି ।''

ଏଥିସହ ପଢ଼ନ୍ତୁ: ଓଡ଼ିଶାକୁ ପୁଣି ବର୍ଷା ବିପଦ ! ୫ ଜିଲ୍ଲାକୁ ଅରେଞ୍ଜ, ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ବଙ୍ଗୋପସାଗରରେ ପୁଣି ସକ୍ରିୟ ହୋଇଛି ଲଘୁଚାପ। ଉତ୍ତର ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ପ୍ରଭାବ ଦେଖାଦେଇଛି। ଏହାର ପ୍ରଭାବରେ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଲଘୁଚାପ ପ୍ରଭାବରେ ଓଡ଼ିଶାରେ ପୁଣି ବର୍ଷାର ପରିମାଣ ବଢ଼ିପାରେ। ଏହାର ପ୍ରଭାବରେ ଆଜିଠାରୁ ରାଜ୍ୟରେ ବର୍ଷା ବଢ଼ିବାର ସମ୍ଭାବନା ରହିଛି। ଅନେକ ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। କିଛି ସ୍ଥାନରେ ଭାରି ବର୍ଷା ଯୋଗୁଁ ଜଳବନ୍ଦୀ, ରାସ୍ତାରେ ପାଣି ଜମିବା ଓ ଯାତାୟାତରେ ସମସ୍ୟା ଭଳି ସ୍ଥିତି ମଧ୍ୟ ଦେଖାଦେଇପାରେ। ବିଶେଷକରି ଭାରି ବର୍ଷା ସମୟରେ ନଦୀ, ନାଳା ଓ ତଳିଆ ଅଞ୍ଚଳ ଉପରେ ନଜର ରଖିବା ଆବଶ୍ୟକ। ଲଗାତାର ବର୍ଷା ହେଲେ ସହରାଞ୍ଚଳରେ ଜଳବନ୍ଦୀ ଏବଂ ଗ୍ରାମାଞ୍ଚଳରେ ରାସ୍ତା ଯୋଗାଯୋଗ ପ୍ରଭାବିତ ହେବାର ଆଶଙ୍କା ରହିପାରେ।''

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ ପାଣିପାଗ ଖବର:



Related Topics

Explore more stories