Odisha Rain Alert / ଓଡ଼ିଶାକୁ ପୁଣି ବର୍ଷା ବିପଦ ! ୫ ଜିଲ୍ଲାକୁ ଅରେଞ୍ଜ, ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
·32 mins ago·2 min read

Key Points
ପୁଣି ଭିଜିବ ଓଡ଼ିଶା !
ଲଘୁଚାପ ପ୍ରଭାବରେ ବଢ଼ିବ ବର୍ଷା
୫ ଜିଲ୍ଲାକୁ ଅରେଞ୍ଜ, ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆସୁଛି ବଡ଼ ବର୍ଷା । ପୁଣି ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ । ଆସନ୍ତା ସେପ୍ଟେମ୍ବର ୧୧ ତାରିଖ ବେଳକୁ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ୧୧ ତାରିଖ ବେଳକୁ ପଶ୍ଚିମ-କେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତତସଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଉପକୂଳ ଓଡ଼ିଶାରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ଯାହା ଫଳରେ ଆଗାମୀ ୧୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି ।
ଅଧିକ ପଢ଼ନ୍ତୁ: ମହିଳା ରୋଷେୟାଙ୍କୁ ଦୁଷ୍କର୍ମ, ବାନ୍ଧା ହେଲା ଘର ମାଲିକ; ଭଡ଼ା ଘରେ ବି ଯୁବତୀଙ୍କୁ ଛାଡ଼ିଲେନି
ଏପଟେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱର, ମୟୂରଭଞ୍ଜ, କେଉଁଝର, ସୁନ୍ଦରଗଡ଼, ସମ୍ବଲପୁର ଜିଲ୍ଲାରେ ବିଜୁଳି ଘଡ଼ିଘଡ଼ି ସହ ୪୦ରୁ ୫୦ କିମି ଝଟକା ପବନ ବହିବାର ସମ୍ଭାବନାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭଗ । ସେହିପରି ବରଗଡ଼, ଝାରସୁଗୁଡ଼ା, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ୩୦ରୁ ୪୦ କିମି ଝଟକା ପବନ ବହିବାର ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ସେପଟେ ଗତ ୨୪ ଘଣ୍ଟାରେ ରାଜ୍ୟର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଥିବା ବେଳେ ଗୋଟିଏ ସ୍ଥାନରେ ଅତି ଭୀଷଣ ବର୍ଷା ରେକର୍ଡ କରାଯାଇଛି । ୧୬ ଜିଲ୍ଲାରେ ଅତି ପ୍ରବଳ ବର୍ଷା ,୧୧ ଜିଲ୍ଲାରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ଏହା ସହ ଗଜପତି ଓ ନବରଙ୍ଗପୁର ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି । ଅନ୍ୟପକ୍ଷରେ ଜୁନ୍ ୧ ରୁ ଏଯାବତ ୧୧୮୪.୦ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ସ୍ୱାଭାବିକ ବର୍ଷା ରହିଛି ୯୯୨.୭ ମିଲିମିଟର । ଯାହା ସ୍ୱାଭାବିକ ବର୍ଷା ଠାରୁ ୧୯ ପ୍ରତିଶତ ଅଧିକ ।

Warning for Odisha.
— Meteorological Centre, Bhubaneswar (@mcbbsr) September 8, 2026
Day-3 & Day-4 : Heavy to Very Heavy Rainfall.
Day-2 to Day-5 : Heavy Rainfall.
Day-1 to Day-5 : Thunderstorm with Lightning and Gusty Wind.
Day-6 & Day-7: No Warning.
#odisha #rainfall #weather #warning pic.twitter.com/4AmKw4pKeJ
ସେପଟେ ଗତ ୨୪ ଘଣ୍ଟାରେ ରାଜ୍ୟର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଥିବା ବେଳେ ଗୋଟିଏ ସ୍ଥାନରେ ଅତି ଭୀଷଣ ବର୍ଷା ରେକର୍ଡ କରାଯାଇଛି । ୧୬ ଜିଲ୍ଲାରେ ଅତି ପ୍ରବଳ ବର୍ଷା ,୧୧ ଜିଲ୍ଲାରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ଏହା ସହ ଗଜପତି ଓ ନବରଙ୍ଗପୁର ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି । ଅନ୍ୟପକ୍ଷରେ ଜୁନ୍ ୧ ରୁ ଏଯାବତ ୧୧୮୪.୦ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ସ୍ୱାଭାବିକ ବର୍ଷା ରହିଛି ୯୯୨.୭ ମିଲିମିଟର । ଯାହା ସ୍ୱାଭାବିକ ବର୍ଷା ଠାରୁ ୧୯ ପ୍ରତିଶତ ଅଧିକ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories