Rain Alert / ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ; ଦୁଇ ଦିନ ହାଲୁକା ବର୍ଷା ପୂର୍ବାନୁମାନ
·4 months ago·2 min read

Key Points
ରାଜ୍ୟରେ ତାପମାତ୍ରା ବଢ଼ୁଥିବା ବେଳେ ଶୀତ ଅପସରି ଯାଇଛି । ଏଭଳି ସମୟରେ ଭାରତ ମହାସାଗର ସଂଲଗ୍ନ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ରହିଛି । ଏଥିସହ ଆଉ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ରହିଛି ।
ଭୁବନେଶ୍ଵର: ଫେବ୍ରୁଆରୀ ତୃତୀୟ ସପ୍ତାହରୁ ଜଳୁଛି ଓଡ଼ିଶା । ଗୁରୁବାର ୧୦ ସହରର ତାପମାତ୍ରା ୩୩ ଡିଗ୍ରୀ ଉପରେ ରହିଛି । ବୁଧବାର ରାଜ୍ୟରେ ଝାରସୁଗୁଡ଼ାରେ ପାରଦ ୪୫ ଡିଗ୍ରୀ ଡେଇଁଥିବା ବେଳେ ଗୁରୁବାର ସାମାନ୍ୟ ଖସିଛି ସତ ତଥାପି ଉତ୍ତପ୍ତ ରହିଛି । ଆଜି ବି ଝାରସୁଗୁଡ଼ା ରାଜ୍ୟର ଉତ୍ତପ୍ତ ସହର ରହିଥିବା ବେଳେ ସର୍ବୋଚ୍ଚ ତାପମାତ୍ରା ୩୪.୨ ଡିଗ୍ରୀ ରେକର୍ଡ କରାଯାଇଛି ।
ରାଜଧାନୀ ଭୁବନେଶ୍ଵରର ସର୍ବୋଚ୍ଚ ଦିନ ତାପମାତ୍ରା ୩୩.୮ ଡିଗ୍ରୀ ରହିଥିବା ବେଳେ ବାରିପଦା ଓ ସମ୍ବଲପୁରରେ ପାରଦ ୩୩.୪ ଡିଗ୍ରୀ, ତାଳଚେର ଓ ଭବାନୀପାଟଣାରେ ୩୩ ଡିଗ୍ରୀ, ପାରଳାଖେମୁଣ୍ଡିରେ ୩୩.୮ ଡିଗ୍ରୀ, ଢେଙ୍କାନାଳରେ ୩୩.୯ ଡିଗ୍ରୀ, ନବରଙ୍ଗପୁରରେ ୩୩ ଡିଗ୍ରୀ ଓ ଖୋର୍ଦ୍ଧାରେ ପାରଦ ୩୩.୫ ଡିଗ୍ରୀ ରହିଛି ।
ଏଥିସହ ପଢ଼ନ୍ତୁ: ଫେବ୍ରୁଆରୀ ଅଧାରୁ ଟାଇଁ ଟାଇଁ ଖରା, ଆଗକୁ ଅସମ୍ଭାଳ ତାତି...
ରାଜ୍ୟରେ ତାପମାତ୍ରା ବଢ଼ୁଥିବା ବେଳେ ଶୀତ ଅପସରି ଯାଇଛି । ଏଭଳି ସମୟରେ ଭାରତ ମହାସାଗର ସଂଲଗ୍ନ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ରହିଛି । ଏଥିସହ ଆଉ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ରହିଛି । ଲଘୁଚାପ କ୍ଷେତ୍ରଟି କ୍ରମଶଃ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଶ୍ରୀଲଙ୍କା ମୁହାଁ ହୋଇ ପରବର୍ତ୍ତୀ ୨୪ ଘଣ୍ଟାରେ ଦୁର୍ବଳ ହେବ ।
ସେପଟେ ବଙ୍ଗୋପସାଗରର ୫.୮ କିଲୋମିଟର ଉଚ୍ଚତାରେ ଥିବା ଘୂର୍ଣ୍ଣିବଳୟଟି ଆହୁରି ଘନୀଭୀତ ହେବ । ସେହି ଅଞ୍ଚଳରେ ଆଗମୀ ୨୪ ଘଣ୍ଟାରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି । ଲଘୁଚାପ ସୃଷ୍ଟି ହେବା ପରେ ଏହା ପଶ୍ଚିମଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ।
ଏହା ପ୍ରଭାବରେ ରାଜ୍ୟର କେତକ ଜିଲ୍ଲାରେ ହାଲୁକା ବର୍ଷା ସହ ବଜ୍ରପାତ ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ୨୧ ତାରିଖ ପର୍ଯ୍ୟ ପୁରୀ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ କୁହୁଡ଼ି ଅନୁଭୂତ ହେବ । ଏହାପରେ ପାଗ ମୁଖ୍ୟତଃ ଶୁଖିଲା ରହିବ ।
ଏଥିସହ ପଢ଼ନ୍ତୁ: କମ୍ ବର୍ଷା, ଅଧିକ ଖରା... ପ୍ରଭାବିତ ହେବ ଫସଲ ଉତ୍ପାଦନ: IMDର ପୂର୍ବାନୁମାନ
ଏସବୁ ଜିଲ୍ଲାରେ ୨ ଦିନ ବର୍ଷା
ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଆସନ୍ତା ୨୩ ଓ ୨୪ ତାରିଖରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହାଲୁକା ବର୍ଷା ହେବାର ଆକଳନ କରାଯାଇଛି । ୨୩ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ଯାଜପୁର ଓ ଢେଙ୍କାନାଳ ଜିଲ୍ଲାରେ ବର୍ଷା ହୋଇପାରେ ।
ସେହିଭଳି ୨୪ ତାରିଖରେ ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ହାଲୁକା ବର୍ଷା କିମ୍ବା ବଜ୍ରପାତ ହୋଇପାରେ । ପାଣିପାଗ ବିଭାଗ ଅନୁସାରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories