Videos
|
Weather-calamities

Malkangiri Flood Alert / ପ୍ରବଳ ବର୍ଷାରେ ବେହାଲ ମାଲକାନଗିରି, ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ପ୍ରବଳ ବର୍ଷାରେ ବେହାଲ ମାଲକାନଗିରି, ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
Malkangiri Flood Alert

Key Points

୪୮ ଘଣ୍ଟାର ବର୍ଷାରେ ସଙ୍ଗୀନ ସ୍ଥିତି
ମାଲକାନଗିରିରେ ଛୁଟି ବାତିଲ
ବନ୍ୟା ଆଶଙ୍କାରେ ମାଲକାନଗିରି ପ୍ରଶାସନ ସଜାଗ
ଲଘୁଚାପଜନିତ ଲଗାଣ ବର୍ଷାରେ ବେହାଲ ହୋଇପଡ଼ିଛି ମାଲକାନଗିରି ଜିଲ୍ଲା । ମାତ୍ର ୪୮ ଘଣ୍ଟାର ବର୍ଷା ପରେ ଜିଲ୍ଲାର ସ୍ଥିତି ସଙ୍ଗୀନ ହୋଇଥିବା ବେଳେ ଜିଲ୍ଲାର ବିଭିନ୍ନ ତଳୁଆ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି ।

ଜିଲ୍ଲା ଦେଇ ଯାଇଥିବା ୩୨୬ ନମ୍ବର ଜାତୀୟ ରାଜପଥର ପୋଟେରୁ ନିକଟସ୍ଥ ତଳୁଆ ପୋଲ ଉପରେ ପୁଣିଥରେ ପାଣି ଚାଲୁଥିବାରୁ ଯାତାୟାତ ପ୍ରଭାବିତ ହୋଇଛି । ଗତକାଲି ପୋଲ ଉପରେ ପ୍ରାୟ ୧ ଫୁଟ୍‌ର ବନ୍ୟାଜଳ ପ୍ରବାହିତ ହେବାରୁ କିଛି ସମୟ ପାଇଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ତେବେ ମଧ୍ୟରାତ୍ରୀ ସୁଦ୍ଧା ପାଣି କମିବା ପରେ ଯୋଗାଯୋଗ ସ୍ୱାଭାବିକ ହୋଇଥିଲା । ତେବେ ପୁଣି ପାଣି ବଢ଼ିବାରୁ ପୋଟେରୁ ପୋଲ ଉପରେ ଯାତାୟାତ ପ୍ରଭାବିତ ହୋଇଛି ।

ଏହାର ପ୍ରଭାବରେ କାଲିମେଳା ଓ ପଡ଼ିଆ ବ୍ଲକ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ସୂଚନା ମିଳିଛି । ଜିଲ୍ଲାର ବିଭିନ୍ନ ତଳୁଆ ଅଞ୍ଚଳ ଓ ପୋଲ ଉପରେ ପାଣିର ସ୍ଥିତି ଉପରେ ପ୍ରଶାସନ ନଜର ରଖିଛି ।

ସେପଟେ ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲ୍ଲାପାଳ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି । ସମସ୍ତ ବ୍ଲକର ବିଡିଓ ଓ ତହସିଲଦାରଙ୍କୁ ନିଜ ନିଜ ଅଞ୍ଚଳରେ ରହି ପରିସ୍ଥିତିର ଅନୁଧ୍ୟାନ କରିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବର୍ତ୍ତମାନ ଜିଲ୍ଲାରେ ୩୬ ଜଣିଆ ଗୋଟିଏ ଓଡ୍ରାଫ୍‌ ଟିମ୍‌ ନିୟୋଜିତ ରହିଛି । ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ କାଲିମେଳା ଓ ମାଥିଲି ବ୍ଲକକୁ ମଧ୍ୟ ଓଡ୍ରାଫ୍‌ ଟିମ୍‌ ପଠାଯାଇଛି । ଲଗାଣ ବର୍ଷା ଜାରି ରହିଲେ ସ୍ଥିତି ଆହୁରି ଗମ୍ଭୀର ହେବାର ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସତର୍କ ରହିବା ସହ ତଳୁଆ ଅଞ୍ଚଳ ଓ ବନ୍ୟାପ୍ରବଣ ପୋଲ ଦେଇ ଯାତାୟାତ ନକରିବାକୁ ସତର୍କ କରାଯାଉଛି ।