School Closed / ପ୍ରବଳ ବର୍ଷା: ଆସନ୍ତାକାଲି ଏହି ଜିଲ୍ଲାରେ ସବୁ ସ୍କୁଲ, କଲେଜ ଓ ଅଙ୍ଗନବାଡ଼ି ବନ୍ଦ
·54 mins ago·2 min read

Key Points
ପ୍ରବଳ ବର୍ଷା ପାଇଁ ଆସନ୍ତା କାଲି ମାଲକାନଗିରିରେ ସ୍କୁଲ, କଲେଜ ଓ ଅଙ୍ଗନବାଡ଼ି ବନ୍ଦ
ଜିଲ୍ଲା ପ୍ରଶାସନ ବଡ଼ ନିଷ୍ପତ୍ତି ନେଇଛି
ଜିଲ୍ଲା ପ୍ରଶାସନ ବଡ଼ ନିଷ୍ପତ୍ତି ନେଇଛି
ଗଭୀର ଅବପାତ ପ୍ରଭାବରେ ସାରା ରାଜ୍ୟରେ ଜାରି ରହିଛି ପ୍ରବଳ ବର୍ଷା । ରାଜ୍ୟରେ ଜାରି ରହିଛି ବର୍ଷା ଓ ପବନ। ତୁହାକୁ ତୁହା ବର୍ଷା ହେଉଥିବାବେଳେ ପ୍ରଶାସନ ବଡ଼ ନିଷ୍ପତ୍ତି ନେଇଛି। ପ୍ରବଳ ବର୍ଷା ପାଇଁ ଆସନ୍ତା କାଲି ମାଲକାନଗିରିରେ ସ୍କୁଲ, କଲେଜ ଓ ଅଙ୍ଗନବାଡ଼ି ବନ୍ଦ ରହିବ। ଜିଲ୍ଲାରେ ଜାରି ରହିଥିବା ପ୍ରବଳ ବର୍ଷା, ଘଡ଼ଘଡ଼ି ଓ ବଜ୍ରପାତକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ବଡ଼ ନିଷ୍ପତ୍ତି ନେଇଛି। ଆସନ୍ତା କାଲି ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ, କଲେଜ ଏବଂ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ, OAV, ଉଚ୍ଚ ମାଧ୍ୟମିକ ଓ ଡିଗ୍ରୀ କଲେଜ ସମେତ ସମସ୍ତ ପ୍ରକାର ଶିକ୍ଷାନୁଷ୍ଠାନକୁ ଏହି ନିର୍ଦ୍ଦେଶ ଲାଗୁ ହେବ ବୋଲି କୁହାଯାଇଛି।''
.ସ୍କୁଲ ଓ କଲେଜ ବନ୍ଦ ଶିକ୍ଷକ ରହିବେ ଉପସ୍ଥିତ:
ତେବେ ଶିକ୍ଷକ, ଅଣଶିକ୍ଷକ କର୍ମଚାରୀ ଓ ଅଙ୍ଗନବାଡ଼ି କର୍ମୀମାନେ ସାଧାରଣ ଭାବେ ନିଜ ଦାୟିତ୍ୱରେ ଉପସ୍ଥିତ ରହିବେ। ଆବଶ୍ୟକ ପଡ଼ିଲେ ବନ୍ୟା, ବର୍ଷାଜନିତ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟରେ ଜିଲ୍ଲା ପ୍ରଶାସନ ସେମାନଙ୍କ ସେବା ବ୍ୟବହାର କରିପାରିବ। ଅନ୍ୟପକ୍ଷରେ, ଯଦି କୌଣସି ପରୀକ୍ଷା ସମ୍ପୃକ୍ତ ବୋର୍ଡ, କାଉନସିଲ୍ କିମ୍ବା ବିଶ୍ୱବିଦ୍ୟାଳୟର ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ରହିଥାଏ, ତେବେ ସେଗୁଡ଼ିକ ପୂର୍ବ ନିର୍ଦ୍ଧାରିତ ସମୟସୂଚୀ ଅନୁଯାୟୀ ହିଁ ଅନୁଷ୍ଠିତ ହେବ।''
ଅନ୍ୟପକ୍ଷରେ ଗଭୀର ଅବପାତ ଦୁର୍ବଳ ହେବାରେ ଲାଗିଥିବା ବେଳେ ରାତିସାରା ହୋଇଛି ବର୍ଷା । ପବନର ବେଗ ମଧ୍ୟ ରାତିରେ ଅଧିକ ଥିବାର ଜଣାପଡ଼ିଛି । ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ଅବପାତ ଆହୁରି ଦୁର୍ବଳ ହେବ । ଗଭୀର ଅବପାତ ଦ୍ବାରା କୋରାପୁଟ, ରାୟଗଡ଼ା, ମାଲକାନଗିରି, ଗଞ୍ଜାମ, ଗଜପତି, କନ୍ଧମାଳ, ନବରଙ୍ଗପୁରଜିଲ୍ଲା ପ୍ରଭାବିତ ହୋଇଛି । ଲଗାଣ ବର୍ଷା ଯୋଗୁଁ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି ।''

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ପଢ଼ନ୍ତୁ: ରାଜ୍ୟରେ ପ୍ରବଳ ବର୍ଷା, ମୟୂରଭଞ୍ଜ ଓ ପୁରୀରେ ସବୁ ସ୍କୁଲ ଛୁଟି
ସେପଟେ କନ୍ଧମାଳ ଜିଲ୍ଲାର ୪ଟି ବ୍ଲକର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଘୋଷଣା । ଦାରିଙ୍ଗବାଡ଼ି, ଜି. ଉଦୟଗିରି, ଟିକାବାଲି ଓ ଚକାପାଦ ବ୍ଲକର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଘୋଷଣା କରିଛନ୍ତି କନ୍ଧମାଳ ଜିଲ୍ଲାପାଳ । ଜିଲ୍ଲାରେ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ବର୍ଷାକୁ ଦୃଷ୍ଟିରେ ରଖି ଆଜି ମଧ୍ୟ ଅନେକ ଜିଲ୍ଲାରେ ସ୍କୁଲ ଓ କଳେଜ ବନ୍ଦ ରହିଥିଲା। ସେହିପରି କୋରାପୁଟ, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର, ଗଜପତି, ଗଞ୍ଜାମ, କଳାହାଣ୍ଡି ଓ କେନ୍ଦ୍ରାପଡ଼ାରେ ବନ୍ଦ ରହିବ ସମସ୍ତ ସ୍କୁଲ । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ସଂପୃକ୍ତ ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛନ୍ତି । ଏହି ୮ ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ ସ୍କୁଲ ସହ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ବନ୍ଦ ରହିବ । ସ୍କୁଲ ଛୁଟି ସତ୍ତ୍ବେ ଶିକ୍ଷକ ଓ କର୍ମଚାରୀ ସ୍କୁଲ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି ।''
ଅଧିକ ପଢ଼ନ୍ତୁ ପାଣିପାଗ ଖବର:

Related Topics
Explore more stories