Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ବର୍ଷାରେ ବେହାଲ୍ ମୁମ୍ବାଇ: ଅମିତାଭ-ଅଜୟଙ୍କ ଘରେ ପଶିଲା ବର୍ଷା ପାଣି

Weather-calamities

Mumbai Rain / ବର୍ଷାରେ ବେହାଲ୍ ମୁମ୍ବାଇ: ଅମିତାଭ-ଅଜୟଙ୍କ ଘରେ ପଶିଲା ବର୍ଷା ପାଣି

Rashmita Mishra
Browse all articles by Rashmita Mishra
·1 hour ago·2 min read
ବର୍ଷାରେ ବେହାଲ୍ ମୁମ୍ବାଇ: ଅମିତାଭ-ଅଜୟଙ୍କ ଘରେ ପଶିଲା ବର୍ଷା ପାଣି
Mumbai Rain

Key Points

ମୁମ୍ବାଇରେ ବର୍ଷା ବିତ୍ପାତ... ବାଦ୍ ପଡିନାହାନ୍ତି ବଡ଼ ବଡ଼ ସେଲିବ୍ରିଟି...
ଅମିତାଭ ବଚ୍ଚନଙ୍କ ଘରେ ପଶିଲା ପାଣି ।
ବର୍ଷାରେ ବେହାଲ୍ ମୁମ୍ବାଇ.. 

ମୁମ୍ବାଇରେ ବର୍ଷା ବିତ୍ପାତ... ବାଦ୍ ପଡିନାହାନ୍ତି ବଡ଼ ବଡ଼ ସେଲିବ୍ରିଟି... ଅମିତାଭ ବଚ୍ଚନଙ୍କ ଘରେ ପଶିଲା ପାଣି । ବର୍ଷାରେ ବେହାଲ୍ ମୁମ୍ବାଇ । ସାଧାରଣ ଜନତାଙ୍କ ଘରେ ତ ପାଣି ପଶିଛି । ବଡ଼ ବଡ଼ ସେଲିବ୍ରିଟି ବି ଏଥିରୁ ବାଦ୍ ପଡିନାହାନ୍ତି । ଅମିତାଭ ବଚ୍ଚନ, ଅଜୟ ଦେଭଗନଙ୍କ ଭଳି ବଡ ବଡ ସେଲିବ୍ରିଟିଙ୍କ ଘର ଭିତରେ ପଶିଲାଣି ବର୍ଷା ପାଣି ।

ଅମିତାଭ ବଚ୍ଚନଙ୍କ ପ୍ରସିଦ୍ଧ ଜୁହୁ ଘର "ଜନକ"କୁ ମଧ୍ୟ ପ୍ରଭାବିତ କରିଛି । ଅଜୟ ଦେବଗନଙ୍କ 'ଶିବଶକ୍ତି' ବଙ୍ଗଳା ମଧ୍ୟ ପାଣିରେ ବୁଡ଼ି ରହିଥିବା ଦେଖାଯାଇଛି । ଫଳରେ ସାଧାରଣରେ ପ୍ରଶ୍ନ ଉଠିଛି ଯଦି ଜଣାଶୁଣା ସେଲିବ୍ରିଟିଙ୍କ ଘରର ଏହି ଅବସ୍ଥା, ତେବେ ସାଧାରଣ ଲୋକଙ୍କ ଅବସ୍ଥା କ'ଣ ହେଉଥିବ ଭାବନ୍ତୁ ।

ନିକଟରେ, ଜଣେ ସୋସିଆଲ ମିଡିଆ ଇନଫ୍ଲୁଏନସର୍ ଅମିତାଭ ବଚ୍ଚନଙ୍କ ବଙ୍ଗଳା "ଜନକ" ପରିଦର୍ଶନ କରିଥିଲେ । ଆଉ ସେଠାକାର ଅଞ୍ଚଳର ବର୍ତ୍ତମାନର ଅବସ୍ଥା ଦେଖାଇଥିଲେ । ଭିଡିଓ କ୍ୟାପସନ ସହିତ ସେ ଲେଖିଥିଲେ, "ପ୍ରବଳ ବର୍ଷା ମଧ୍ୟରେ ବିଗ୍ ବି ଅମିତାଭ ବଚ୍ଚନଙ୍କ ପ୍ରସିଦ୍ଧ ଜୁହୁ ବଙ୍ଗଳାରେ ବର୍ଷା ପାଣି ପ୍ରବେଶ କରିଛି ।

ଏଥିସହ ପଢ଼ନ୍ତୁ: ବିବାହ କଲେ ଲୋକପ୍ରିୟ ପପ୍ ସିଙ୍ଗର Taylor Swift; ସ୍ଵାମୀଙ୍କଠୁ ୨୦ ଗୁଣା ରୋଜଗାର କରନ୍ତି

ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓ ପ୍ରସ୍ତୁତ କରିବା ସମୟରେ, ପ୍ରଭାବଶାଳୀ ବ୍ୟକ୍ତି କହିଛନ୍ତି, "ଆପଣ ଦେଖିପାରିବେ ଯେ ଅମିତାଭ ବଚ୍ଚନଙ୍କ ଘର ମଧ୍ୟ ପାଣିରେ ବୁଡ଼ି ରହିଛି । ସମ୍ପୂର୍ଣ୍ଣ ବଙ୍ଗଳା ପାଣିରେ ପରିପୂର୍ଣ୍ଣ । ଏବଂ ଏହା ଅମିତାଭ ବଚ୍ଚନଙ୍କ ଦ୍ୱିତୀୟ ଘର । ମୁମ୍ବାଇରେ, ଆପଣ ବର୍ଷାରୁ ୧୦,୦୦୦ କୋଟି ଟଙ୍କାର ସମ୍ପତ୍ତିକୁ ମଧ୍ୟ ରକ୍ଷା କରିପାରିବେ ନାହିଁ । ସେହି ବଙ୍ଗଳା ମଧ୍ୟ ପାଣିରେ ବୁଡ଼ି ରହିଛି । ଏହା ମୁମ୍ବାଇରେ ଅମିତାଭ ବଚ୍ଚନଙ୍କ ବଙ୍ଗଳା ।"

ଅମିତାଭ ବଚ୍ଚନଙ୍କ ବଙ୍ଗଳା ସାମ୍ନା ଅଞ୍ଚଳ ମଧ୍ୟ ପାଣିରେ ବୁଡି ରହିଥିବା ଭିଡିଓରେ ଦେଖିବାକୁ ମିଳିଛି । ଅଜୟ ଦେବଗନଙ୍କ ଘର ମଧ୍ୟ ବର୍ଷାରେ ପ୍ରଭାବିତ ହୋଇଛି । ସେପଟେ ଗତ ୩ ରୁ ୪ ଦିନ ହେଲା ମୁମ୍ବାଇରେ ବର୍ଷା ଲାଗି ରହିଛି । ବର୍ଷା ଯୋଗୁଁ ରାସ୍ତାଗୁଡିକ ଜଳମଗ୍ନ ରହିଛି । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଦୁଃର୍ଭାଗ୍ୟବସତଃ ଏହି ବର୍ଷା ଯୋଗୁଁ ୩ ଦିନ ମଧ୍ୟରେ ଦୁର୍ଘଟଣା ଘଟି ୬ ଜଣଙ୍କ ଜୀବନ ଚାଲିଯାଇଛି ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored