Videos
|
Weather-calamities

Bodies Found In India / ନେପାଳରୁ ଭାସି ଆସି ଭାରତରେ ଲାଗିଲା ଶବ; ଭିଡିଓ ଦେଖି ଆପଣ ବି ହୋଇଯିବେ ସ୍ତବ୍ଧ

Debashree Debasmita Sahoo
Browse all articles by Debashree Debasmita Sahoo
·21 mins ago·2 min read
ନେପାଳରୁ ଭାସି ଆସି ଭାରତରେ ଲାଗିଲା ଶବ; ଭିଡିଓ ଦେଖି ଆପଣ ବି ହୋଇଯିବେ ସ୍ତବ୍ଧ
Nepal Dead bodies found in India

Key Points

ନେପାଳ ବନ୍ୟାର ଭୟଙ୍କର ଦୃଶ୍ୟ
ସୀମା ଡେଇଁ ଭାରତରେ ପହଞ୍ଚିଲା ଶବ
ନେପାଳର ପ୍ରଳୟଙ୍କାରୀ ବନ୍ୟାର ପ୍ରଭାବ ଏବେ ଭାରତରେ ଦେଖିବାକୁ ମିଳିଛି । ପଡ଼ୋଶୀ ଦେଶର ନାରାୟଣୀ ନଦୀରେ ଆସିଥିବା ବନ୍ୟା ପାଣିରେ ଶବ ଭାସି ଭାସି ଆସି ଉତ୍ତର ପ୍ରଦେଶର ମହାରାଜଗଞ୍ଜରେ ପହଞ୍ଚିଛି । ଏଠାରେ ଏବେ ଯାଏଁ ପ୍ରାୟ ୧୦ଟି ଶବ ମିଳିଛି, ଯେଉଁଥିରୁ ୩ ଜଣ ଶିଶୁ ଅଛନ୍ତି । ନଦୀରେ ଭାସିଆସିଥିବା ଶବ, ମାଟି ଅତଡ଼ା, କାଠ ଓ ଅନ୍ୟାନ୍ୟ ସାମଗ୍ରୀ ନେପାଳ ବନ୍ୟାର ଭୟଙ୍କର ଓ ଛାତିଥର ଦୃଶ୍ୟକୁ ବର୍ଣ୍ଣିତ କରୁଛି । ଏଯାବତ ନେପାଳର ପ୍ରଚଣ୍ଡ ବନ୍ୟାରେ ୬୨୬ ଜଣଙ୍କର ମୃତ୍ଯୁ ଘଟିଛି । ଭାରତ, ଅଷ୍ଟ୍ରେଲିଆ, ବ୍ରିଟେନ, ଚୀନ ସମେତ ଅନେକ ଦେଶଗୁଡ଼ିକର ନାଗରିକମାନେ ନିଖୋଜ ହୋଇଯାଇଛନ୍ତି ।

  • ସୀମା ଡେଇଁ ଭାରତରେ ପହଞ୍ଚିଲା ଶବ
ଉତ୍ତର ପ୍ରଦେଶର କୁଶୀନଗର ଜିଲ୍ଲାର ମଦନପୁର-ସୁକରୌଲି ଅଞ୍ଚଳରେ ସ୍ଥିତ ଗଣ୍ଡକ ବ୍ୟାରେଜ ପିୟର ନମ୍ବର-୩ରେ ଲାଗିଛି ଅନେକ ଶବ । ଖଡ୍ଡାର ଏସଏଚଓ ସନ୍ଦୀପ ସିଂ କହିଛନ୍ତି ଯେ ମନିଟରିଂ ଟିମ ଏହି ଶବଗୁଡ଼ିକ ପାଣିରେ ଭାସୁଥିବା ଦେଖିଥିଲା ଓ ତୁରନ୍ତ ଉଦ୍ଧାର କରିଛି । ଏହାପରେ ପୋଲିସକୁ ଖବର ଦିଆଯାଇଛି । ପ୍ରଶାସନ କହିଛି ଯେ ଏହି ଶବଗୁଡ଼ିକ ସମ୍ପର୍କରେ ପଡ଼ୋଶୀ ନେପାଳର ଜିଲ୍ଲାଗୁଡ଼ିକୁ ସୂଚିତ କରାଯାଇଛି, ଫଳରେ ଶବର ପରିଚୟ ମିଳିପାରିବ । ଏଯାବତ ଶବଗୁଡ଼ିକର ପରିଚୟ ମିଳିପାରିନାହିଁ । ଭାରତରେ ଗଣ୍ଡକ ନଦୀରେ ଶବ ବ୍ୟତୀତ ଗ୍ୟାସ ସିଲିଣ୍ଡର, ଗାଡ଼ି, ଘରର ଆସବାବପତ୍ର ଓ ଭଗ୍ନାବଶେଷ ଆଦି ଦେଖିବାକୁ ମିଳିଛି ।

  • ଜୀବନକୁ ବାଜି ଲଗାଇ ସାମଗ୍ରୀ ପଛରେ ଲୋକେ
ବନ୍ୟାରେ ନଦୀରେ ଭାସୁଥିବା ସାମଗ୍ରୀଗୁଡ଼ିକୁ ବାହାର କରିବା ଲାଗି କିଛି ଲୋକ ନିଜ ଜୀବନକୁ ବାଜି ଲଗାଇଥିବା ଦେଖିବାକୁ ମିଳିଛି । ଉଦ୍ଧାରକାରୀ ଟିମ ବାରମ୍ବାର ସେମାନଙ୍କୁ ନଦୀଠାରୁ ଦୂରରେ ରହିବାକୁ ଚେତାବନୀ ଦେଇଛନ୍ତି । ସେପଟେ କିଛି ଲୋକ କାଠଗଣ୍ଡି ଓ ଅନ୍ୟ ସାମଗ୍ରୀଗୁଡ଼ିକୁ ବାହାର କରିବା ଲାଗି ନଦୀର ସେପଟ ପାରିରେ ପହଞ୍ଚିଛନ୍ତି ।

  • ଜୀବନକୁ ବାଜି ଲଗାଇ ସାମଗ୍ରୀ ପଛରେ ଲୋକେ
ବନ୍ୟାରେ ନଦୀରେ ଭାସୁଥିବା ସାମଗ୍ରୀଗୁଡ଼ିକୁ ବାହାର କରିବା ଲାଗି କିଛି ଲୋକ ନିଜ ଜୀବନକୁ ବାଜି ଲଗାଇଥିବା ଦେଖିବାକୁ ମିଳିଛି । ଉଦ୍ଧାରକାରୀ ଟିମ ବାରମ୍ବାର ସେମାନଙ୍କୁ ନଦୀଠାରୁ ଦୂରରେ ରହିବାକୁ ଚେତାବନୀ ଦେଇଛନ୍ତି । ସେପଟେ କିଛି ଲୋକ କାଠଗଣ୍ଡି ଓ ଅନ୍ୟ ସାମଗ୍ରୀଗୁଡ଼ିକୁ ବାହାର କରିବା ଲାଗି ନଦୀର ସେପଟ ପାରିରେ ପହଞ୍ଚିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ନେପାଳରେ ଜଳ ପ୍ରଳୟର ସବୁଠୁ ବଡ଼ କାରଣ କଣ ? ଏକ୍ସପର୍ଟ କଲେ ବଡ଼ ଖୁଲାସା

  • ଗୋଟିଏ ପରିବାରର ୪୦ଜଣ ନିଖୋଜ
ନେପାଳର ଗୋଟିଏ ପରିବାରର ମୋଟ ୪୦ ଜଣ ଲୋକ ବନ୍ୟାରେ ନିଖୋଜ ହୋଇଯାଇଛନ୍ତି । କେବଳ ଜଣେ ବ୍ୟକ୍ତି ରହିଯାଇଥିବାବେଳେ ଏ ନେଇ ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି, "କେହି ବି ମିଳୁନାହାନ୍ତି । ପ୍ରାକୃତିକ ବିପର୍ଯ୍ୟୟ ଆଗରେ କିଏ ବା କଣ କରିପାରିବ । ମୁଁ ନିଜକୁ ବହୁତ ଏକାକୀ ମନେ କରୁଛି । ଭାଙ୍ଗିପଡ଼ିଛି । ହେଲେ କଣ ବା କରିପାରିବି !" ଏହି ପରିବାର ଧୁଙ୍ଗେ ବଜାର ଅଞ୍ଚଳର ଅଧିବାସୀ, ଯାହାକି ଭୟଙ୍କର ବନ୍ୟାରେ ମାଟିରେ ମିଶିଯାଇଛି । ଏବେ ବି ପ୍ରାୟ ୨୦୦୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି ।