Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Weather-calamities

Low Pressure / ଆଜି ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ, ୫ ଦିନ ଯାଏ ବର୍ଷା ସମ୍ଭାବନା

Santosh Kumar Sahoo
Browse all articles by Santosh Kumar Sahoo
·8 months ago·2 min read
ଆଜି ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ, ୫ ଦିନ ଯାଏ ବର୍ଷା ସମ୍ଭାବନା

Key Points

ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା
ଆଗାମୀ ୨୪ ଘଣ୍ଟାରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଆହୁରି ଘନୀଭୂତ ହେବ
୫ ଦିନ ଯାଏ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା
ଆଜି ଦକ୍ଷିଣପୂର୍ବ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆଜି ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଆହୁରି ଘନୀଭୂତ ହେବ । ଫଳରେ ଆଗାମୀ ୫ ଦିନ ଯାଏ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଥିବା ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଅଧିକ ପଢ଼ନ୍ତୁ: ଶେଷ ଲଘୁଚାପ ଭାରି ଭୟଙ୍କର ହେବ !


ତେବେ ଏହାର ପ୍ରଭାବ ସିଧାସଳଖ ଓଡ଼ିଶା ଉପରେ ନଥିବା ବେଳେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ଆଗାମୀ ୨୪ ଘଣ୍ଟାରେ ମାଲକାନଗିରି, କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର, କନ୍ଧମାଳ, ରାୟଗଡା, ଗଞ୍ଜାମ, ଗଜପତି, ନୟାଗଡ଼, ଖୋର୍ଦ୍ଧା ଓ ପୁରୀ ଏହି ୧୧ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୨୫ ତାରିଖରୁ ବର୍ଷାର ବିସ୍ତୃତି ବଢିବା ସହ ବର୍ଷା ସମୟରେ ୩୦ରୁ ୪୦ କିଲୋମିଟର ଝଟକା ପବନ ବହିପାରେ । ଗତ ୨୪ ଘଣ୍ଟାରେ ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇଥିବାବେଳେ କଳାହାଣ୍ଡି ଭବାନୀପାଟଣାରେ ସର୍ବାଧିକ ୧୮ ମିମି ବର୍ଷା ରେକର୍ଡ ହୋଇଛି ।

ସେପଟେ ମାସ ଶେଷ ବେଳକୁ ଓଡ଼ିଶାରେ ହେବ କି ବାତ୍ୟା ? ପୂର୍ବରୁ ବାତ୍ୟାକୁ ନେଇ ଆମେରିକୀୟ ପାଣିପାଗ ସଂସ୍ଥା GFS ମଡେଲ ଆକଳନ କରିଥିଲା । ଆଉ ଏବେ ପାଣିପାଗ ବିଜ୍ଞାନୀ ଡକ୍ଟର ଶରତ ସାହୁଙ୍କ ଆକଳନ, ଅକ୍ଟୋବର ଶେଷ ଆଡ଼କୁ ଆସିପାରେ ସାଇକ୍ଲୋନ । ଶୁକ୍ରବାର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ଏବେର ଲଘୁଚାପ ସହ ପଛକୁ ପଛ ଆହୁରି ୨ଟି ଲଘୁଚାପ ଆସୁଛି । ଶେଷ ଲଘୁଚାପଟି ଅଧିକ ଶକ୍ତିଶାଳୀ ହେବ।

୨୬ ତାରିଖ ବେଳକୁ ଦ୍ବିତୀୟ ଓ ୨୯ ବେଳକୁ ତୃତୀୟ ଲଘୁଚାପ ସୃଷ୍ଟି ହେବ । ଦ୍ବିତୀୟ ଅପେକ୍ଷା ତୃତୀୟଟି ଅଧିକ ଶକ୍ତିଶାଳୀ ହେବା ଭଳି ଜଣାପଡୁଛି । ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଫେରିଛି ଓ ଉତ୍ତର-ପୂର୍ବ ମୌସୁମୀ ଶକ୍ତିଶାଳୀ ହେଉଛି । ତେଣୁ ଅକ୍ଟୋବର ହିଁ ଲଘୁଚାପକୁ ବାତ୍ୟାରେ ପରିଣତ କରାଇବାର ପ୍ରକୃଷ୍ଟ ସମୟ ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ ଡକ୍ଟର ଶରତ ସାହୁ ।

ଅନ୍ୟପଟେ ସମ୍ଭାବ୍ୟ ବାତ୍ୟାକୁ ନେଇ ପ୍ରସ୍ତୁତ ଅଛନ୍ତି ରାଜ୍ୟ ସରକାର । ରାଜସ୍ବ ମନ୍ତ୍ରୀ କହିଛନ୍ତି- ଆସନ୍ତାକାଲିଠୁ ଆନ୍ଧ୍ର ପ୍ରଦେଶ, ତାମିଲନାଡୁରେ ବର୍ଷା ଆରମ୍ଭ ହେବ । ଓଡ଼ିଶା ଉପକୂଳରେ ମଧ୍ୟ ତା'ର ପ୍ରଭାବ ରହିବ । ପ୍ରଭାବ କମ୍‌ ରହିଲେ ବି ବିଭାଗ ପ୍ରସ୍ତୁତ ଅଛି । ସେହିପରି କୌଣସି ଗୁଜବରେ ବିଶ୍ବାସ ନ କରିବା ସହ ରାଜ୍ୟବାସୀ ବ୍ୟସ୍ତ ନ ହେବାକୁ ଅପିଲ କରିଛନ୍ତି ରାଜସ୍ବ ମନ୍ତ୍ରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Low Pressure Likely Over Bay of Bengal, Rain Forecast for Next 5 Days in Odisha | Argus News