Cold Wave / ଦିନିକିଆ ବ୍ରେକ୍ ପରେ ପୁଣି ଫେରିଲା ଶୀତ, ୩.୬° ଯାଏଁ ଖସିଲା ପାରଦ
·6 months ago·1 min read

Key Points
ପୁଣି ଖସିଲା ପାରଦ
ରାଜ୍ୟରେ ପୁଣି ବଢ଼ିଲା ଶୀତ
ବାଦଲ ହଟିବା ପରେ ଉପକୂଳ ଓଡ଼ିଶାରେ ଖସିଲା ପାରଦ
ରାଜ୍ୟରେ ପୁଣି ବଢ଼ିଲା ଶୀତ
ବାଦଲ ହଟିବା ପରେ ଉପକୂଳ ଓଡ଼ିଶାରେ ଖସିଲା ପାରଦ
ପୁଣି ବଢିଲା ଶୀତ । ଦିନିକିଆ ବ୍ରେକ୍ ପରେ ରାଜ୍ୟରେ ପୁଣି ଅନୁଭୂତ ହୋଇଛି ଶୀତ ଲହରୀ । ଓଡ଼ିଶା ଆକାଶରୁ ବାଦଲ ଆଚ୍ଛାଦନ ହଟିବା ପରେ ଉପକୂଳ ଓଡ଼ିଶାରେ ଗତକାଲି ଅପେକ୍ଷା ୩.୬° ସେଲସିୟସ ଯାଏଁ ପାରଦ ଖସିଛି । ଆଜି ସକାଳ ୫ଟା ୩୦ରେ ଝାରସୁଗୁଡା ୯.୪°C ତାପମାତ୍ରା ରେକର୍ଡ ହୋଇଛି । ସେହିପରି କେନ୍ଦୁଝରରେ ୧୧.୬°ସେଲିୟସ, ଭୁବନେଶ୍ୱରରେ ୧୩.୪° ସେଲସିୟସ ରେକର୍ଡ ହୋଇଛି । ତେବେ ଗତକାଲି ସକାଳ ୫ଟା ୩୦ ସମୟରେ ରାଜଧାନୀରେ ତାପମାତ୍ରା ୧୭°C ରେକର୍ଡ ହୋଇଥିଲା ।
ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ ତଥ୍ୟ ଅନୁସାରେ, ଆଜି ସକାଳ ୫ଟା ୩୦ରେ ଝାରସୁଗୁଡାରେ ୯.୪° ସେଲସିୟସ୍, କେନ୍ଦୁଝରରେ ୧୧.୬° ସେଲସିୟସ୍, ଭୁବନେଶ୍ବର ୧୩.୪° ସେଲସିୟସ୍, ବାଲେଶ୍ୱରରେ ୧୪° ସେଲସିୟସ୍, ଚାନ୍ଦବାଲିରେ ୧୪.୮° ସେଲସିୟସ ଓ ପାରଦ୍ବୀପରେ ୧୫° ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories