Videos
|
Weather-calamities

Zero Degree Temperature / ଜାଡ଼ରେ ଥରୁଛି ଓଡ଼ିଶା, ଶିମିଳିପାଳରେ ତାପମାତ୍ରା ‘ଶୂନ’ ରେକର୍ଡ

Santosh Kumar Sahoo
Browse all articles by Santosh Kumar Sahoo
·8 months ago·2 min read
ଜାଡ଼ରେ ଥରୁଛି ଓଡ଼ିଶା, ଶିମିଳିପାଳରେ ତାପମାତ୍ରା ‘ଶୂନ’ ରେକର୍ଡ
Zero Degree

Key Points

ଶିମିଳିପାଳରେ ତାପମାତ୍ରା ‘ଶୂନ’ ରେକର୍ଡ
ଉପରବାରକାମୁଡ଼ାରେ ‘ଶୂନ’ ତାପମାତ୍ରା ନେଇ ସୂଚନା
ଏନେଇ ଆର୍‌ସିସିଏଫ୍‌ କାର୍ଯ୍ୟାଳୟ ପକ୍ଷରୁ ସୂଚନା
ଜାଡ଼ରେ ଥରୁଛି ଓଡ଼ିଶା । ସବୁଠି ପାରଦ ତଳ ମୁହାଁ । ୨୩ ସହରର ପାରଦ ୧୦ ଡିଗ୍ରୀ ତଳେ ଥିବାବେଳେ ୩୮ସହରରେ ୧୨ ଡିଗ୍ରୀ ତଳେ ତାପମାତ୍ରା ରହିଛି । ମୟୂରଭଞ୍ଜ ଜିଲା ଶିମିଳିପାଳରେ ତାପମାତ୍ରା ‘ଶୂନ’ ହୋଇଥିବା ରେକର୍ଡ କରାଯାଇଛି । ଉପରବାରକାମୁଡ଼ାରେ ‘ଶୂନ’ ତାପମାତ୍ରା ଥିବା ନେଇ ଆର୍‌ସିଏଫ୍‌ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ସେହିପରି ଚହଲାରେ ତାପମାତ୍ରା ୨ ଡିଗ୍ରୀ ଥିବାବେଳେ ବରେଇପାଣି ଓ ଗୁଡୁଗୁଡ଼ିଆରେ ୫ ଡିଗ୍ରୀ ରହିଛି ।

ସେପଟେ ରାଜ୍ୟରେ ପ୍ରବଳ ଶୀତ ଜାରି ରହିଥିବା ବେଳେ ଆଜିଠୁ ଆହୁରି ଶୀତ ବୃଦ୍ଧି ପାଇଛି । ହାଡ଼ ଭଙ୍ଗା ଶୀତରେ ଥରୁଛି ସାରା ଓଡ଼ିଶା । ଅନେକ ସ୍ଥାନରେ ୨ରୁ ୪ ଡିଗ୍ରୀ ତାପମାତ୍ରା ହ୍ରାସ ପାଇଥିବା ବେଳେ ଶୀତର ପ୍ରକୋପ ବଢ଼ିବା ସହ ୩ ଦିନ ଯାଏ କୋଲ୍ଡ ୱେଭ ବା ଶୀତ ଲହରୀ ନେଇ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ପ୍ରବଳ ଶୀତ ନେଇ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ସୋନପୁର, ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦୁଝର, ବାଲେଶ୍ୱର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଆଦି ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ ଦିଆଯାଇଛି ।

୮ ତାରିଖ ପାଇଁ ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, କେନ୍ଦୁଝର ଓ ମୟୂରଭଞ୍ଜ ୭ ଜିଲାକୁ ପ୍ରବଳ ଶୀତ ନେଇ ୟେଲୋ ୱାର୍ଣ୍ଣିଂ ରହିଛି । ୯ ତାରିଖ ପର୍ଯ୍ୟନ୍ତ ପଶ୍ଚିମରୁ ଉପକୂଳ ଅଧିକାଂଶ ଜିଲ୍ଲାରେ ଏଭଳି ଶୀତ ଲହରୀ ଲାଗି ରହିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଶୀତ ଭିତରେ କଲବଲ କରିବ କୁହୁଡ଼ି । ରାଜ୍ୟର ଅଧିକାଂଶ ଜିଲ୍ଲାରେ ହାକୁକାରୁ ମଧ୍ୟମ ଧରଣର କୁହୁଡ଼ି ଲାଗି ରହିବ । ଉପକୂଳ ଓଡ଼ିଶାରେ ଅଧିକ ରହିବ କୁହୁଡ଼ିର ପ୍ରଭାବ । ଆସନ୍ତା ୨୪ ଘଣ୍ଟାରେ ନୟାଗଡ଼, ବୌଦ୍ଧ ଓ କୋରାପୁଟକୁ ଘନ କୁହୁଡ଼ି ପାଇଁ ୟେଲୋ ଆଲର୍ଟ ଦିଆଯାଇଛି ।

Related Topics

Explore more stories

Odisha Shivers in Cold Wave, Similipal Records Zero Degree Temperature | Argus News