Cyclone Montha / ବାତ୍ୟା ମୁକାବିଲା ପାଇଁ ଜିଲ୍ଲାପାଳଙ୍କୁ ଅଧିକ କ୍ଷମତା, ନେବାକୁ ପଡ଼ିବନି କାହାରି ଅନୁମତି: ମୁଖ୍ୟମନ୍ତ୍ରୀ
·8 months ago·2 min read

Key Points
ସରକାର ଜିରୋ କାଜୁଆଲିଟି ଲକ୍ଷ୍ୟରେ କାର୍ଯ୍ୟ କରୁଛନ୍ତି । ୨ ହଜାର ୪୮ଟି ବାତ୍ୟା ଆଶ୍ରୟ ସ୍ଥଳୀକୁ ପ୍ରସ୍ତୁତ ରଖାଯାଇଛି । ଏବେ ସୁଦ୍ଧା ୮ଟି ଜିଲ୍ଲାରେ ୧୧ ହଜାର ୩୯୬ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି ।
ଭୁବନେଶ୍ଵର: ବାତ୍ୟା 'ମୋନ୍ଥା'ର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, "ମୋନ୍ଥାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଓ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିଛନ୍ତି । ସରକାର ଜିରୋ କାଜୁଆଲିଟି ଦିଗରେ କାର୍ଯ୍ୟ କରୁଛନ୍ତି ।"
ଆନ୍ଧ୍ରର କାକିନାଡ଼ାରେ ସ୍ଥଳ ଭାଗ ଛୁଇଁବାକୁ ଥିବା ବେଳେ ପ୍ରଭାବିତ ହେବ ଦକ୍ଷିଣ ଓଡ଼ିଶାର ୮ ଜିଲ୍ଲା । ଗଜପତି, ଗଞ୍ଜାମ, ରାୟଗଡା, କନ୍ଧମାଳ,କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି, କୋରାପୁଟ ଜିଲ୍ଲାରେ ବର୍ଷା ଲାଗି ରହିଛି । ପ୍ରଥମ ଦିନରେ ୫ ଜିଲ୍ଲା ଓ ଦ୍ୱିତୀୟ ଦିନ ମଧ୍ୟ ୫ଟି ଜିଲ୍ଲା ପ୍ରଭାବିତ ହେବାର ଆଶଙ୍କା ରହିଛି ।
ଏଥିସହ ପଢ଼ନ୍ତୁ: ଫସଲ କ୍ଷୟକ୍ଷତି ରିପୋର୍ଟ ଆସିବାର ୭ ଦିନରେ ଚାଷୀଙ୍କୁ ମିଳିବ କ୍ଷତିପୂରଣ: ଉପମୁଖ୍ୟମନ୍ତ୍ରୀ
ସରକାର ଜିରୋ କାଜୁଆଲିଟି ଲକ୍ଷ୍ୟରେ କାର୍ଯ୍ୟ କରୁଛନ୍ତି । ୨ ହଜାର ୪୮ଟି ବାତ୍ୟା ଆଶ୍ରୟ ସ୍ଥଳୀକୁ ପ୍ରସ୍ତୁତ ରଖାଯାଇଛି । ଏବେ ସୁଦ୍ଧା ୮ଟି ଜିଲ୍ଲାରେ ୧୧ ହଜାର ୩୯୬ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି । ଆବଶ୍ୟକ ସ୍ଥଳେ ଆଉ ୩୦ ହଜାର ୫୫୪ ଜଣଙ୍କୁ ଆଶ୍ରୟ ସ୍ଥଳୀକୁ ନେବା ପାଇଁ ଚିହ୍ନଟ କରାଯାଇଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ଏବେ ସୁଦ୍ଧା ୧ ହଜାର ୮୭୧ ଜଣ ଗର୍ଭବତୀଙ୍କୁ ସ୍ଥାନାନ୍ତର କରାଯାଇଛି । ଆଉ ୮୨୨ ଜଣଙ୍କୁ ସ୍ଥାନାନ୍ତର କରାଯିବ । ମୋଟ ୨ ହଜାର ୬୯୩ ଜଣ ଗର୍ଭବତୀ ସ୍ଥାନାନ୍ତରିତ ହେବେ । ବିଦ୍ୟୁତ୍ ଓ ପାଣି ବନ୍ଦୋବସ୍ତ ପାଇଁ ୩୯ଟି ଓଡ୍ରାଫ, ୧୨୩ଟି ଅଗ୍ନିଶମ, ୫ଟି NDRF ଟିମ୍ଙ୍କୁ ମୁତୟନ କରାଯାଇଛି ।
ପର୍ଯ୍ୟଟକଙ୍କୁ ଗୋପାଳପୁର, ମହେନ୍ଦଗିରି, ଦେଓମାଳି ଆଦି ପର୍ଯ୍ୟଟନ ସ୍ଥଳୀକୁ ବାରଣ କରାଯାଇଛି । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି । ପ୍ରଭାବିତ ଜିଲ୍ଲାରେ ୩୦ ପର୍ଯ୍ୟନ୍ତ ସ୍କୁଲ୍ ବନ୍ଦ ରହିଥିବା ବେଳେ ସ୍ଥିତି ଦେଖି ଆବଶ୍ୟକ ସ୍ଥଳେ ଛୁଟି ବୃଦ୍ଧି ହେବ । ଅଙ୍ଗନବାଡ଼ି ଛୁଆଙ୍କୁ ଘରେ ଖାଦ୍ୟ ପହଞ୍ଚା ଯାଉଛି ।
ଏଥିସହ ପଢ଼ନ୍ତୁ: ୨୦୨୫ର ଶକ୍ତିଶାଳୀ ବାତ୍ୟା 'ମେଲିସା', ଘଣ୍ଟାକୁ ୨୮୨ କିଲୋମିଟର ବେଗରେ ପବନ
ବର୍ଷା, ବାତ୍ୟା ସମୟରେ ସାପ କାମୁଡ଼ା ମାମଲା ବୃଦ୍ଧି ପାଇଥାଏ । ତେଣୁ ସ୍ଵାସ୍ଥ୍ୟକେନ୍ଦ୍ରରେ ସାପ କାମୁଡ଼ା ଇଞ୍ଜେକ୍ସନ୍ ରଖିବା ସହ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଭିଜ୍ଞତା ଥିବା ଡାକ୍ତର ନିୟୋଜିତ ହୋଇଛନ୍ତି । ଜଳବନ୍ଦୀ ସ୍ଥାନରେ ପମ୍ପ ସେଟ, ଜେନେରେଟ ରଖାଯାଇଛି । ଗାଈଗୋରୁଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରାଯାଇଛି ।
ସରକାର ବାତ୍ୟା ମୁକାବିଲା ପାଇଁ ୩ ଦିନ ମଧ୍ୟରେ ପ୍ରସ୍ତୁତି ସାରିଛନ୍ତି । ବାତ୍ୟା ମୁକାବିଲା ପାଇଁ ଜିଲ୍ଲପାଳ ମାନଙ୍କୁ ଅଧିକ କ୍ଷମତା ଦିଆଯାଇଛି । ଯେଉଁଠି ଯାହା ଆବଶ୍ୟକ ଜିଲ୍ଲାପାଳମାନେ କାହାର ଅନୁମତି ନ ନେଇ ଜିରୋ କାଜୁଆଲିଟି ପାଇଁ ପଦକ୍ଷେପ ନେଇ ପାରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories