Odisha Dense Fog / ରାଜ୍ୟକୁ ମାଡ଼ିଆସିଲା ଘନ କୁହୁଡ଼ି, ବିଭିନ୍ନ ଅଞ୍ଚଳରେ ହ୍ରାସ ପାଇଲା ଦୃଶ୍ୟମାନ ଦୂରତା
·16 mins ago·1 min read

Key Points
ଛାଡ଼ିଲା ବର୍ଷା ରାଜ୍ୟକୁ ମାଡ଼ିଆସିଲା ଘନ କୁହୁଡ଼ି
ରାଜଧାନୀର ବିଭିନ୍ନ ଅଞ୍ଚଳରେ ହ୍ରାସ ପାଇଲା ଦୃଶ୍ୟମାନ ଦୂରତା
ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ

ରାଜ୍ୟରେ ଧୀରେ ଧୀରେ ବଢ଼ୁଛି ଶୀତର ପ୍ରକୋପ । ଖସୁଛି ପାରଦ, ବଢ଼ୁଛି ଶୀତ । ବର୍ଷାର ପ୍ରଭାବ କମିବା ପରେ ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି । ଗାଁଠୁ ସହର, ସବୁଠି କୁହୁଡ଼ି ଚାଦରରେ ଢାଙ୍କି ହୋଇ ରହିଛି ପରିବେଶ । ଫଳରେ ଦୃଶ୍ୟମାନ ଦୂରତା ହ୍ରାସ ପାଇବା ସହ ଯାତାୟାତରେ ନାନା ସମସ୍ୟା ସୃଷ୍ଟି ହୋଇଛି ।
ଭୋରୁ ଭୋରୁ ରାଜଧାନୀ ଭୁବନେଶ୍ୱରରେ ଘନ କୁହୁଡ଼ି ଦେଖିବାକୁ ମିଳିଥିବା ବେଳେ ଝାରସୁଗୁଡ଼ାରେ ଗତ ରାତିରୁ କୁହୁଡ଼ିର ପ୍ରଭାବ ଅନୁଭୂତ ହୋଇଛି । ସେହିପରି ଶ୍ରୀକ୍ଷେତ୍ର ପୁରୀରେ ମଧ୍ୟ କୁହୁଡ଼ିର ଘନ ଆସ୍ତରଣ ଯୋଗୁଁ ଶ୍ରୀମନ୍ଦିର ଆଖି ଆଗରୁ ଅଦୃଶ୍ୟ ହୋଇଯାଇଛି । ସକାଳୁ କୁହୁଡ଼ି ଯୋଗୁଁ ମହାପ୍ରଭୁଙ୍କ ପତିତପାବନ ବାନା ଓ ନୀଳଚକ୍ର ଦର୍ଶନ କରିବାରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।
ଅନ୍ୟପଟେ ଘନ କୁହୁଡ଼ିର ସିଧାସଳଖ ପ୍ରଭାବ ପଡ଼ିଛି ରାସ୍ତାଘାଟରେ ଯାନବାହନ ଚଳାଚଳ ଉପରେ । ବିଶେଷ କରି ଜାତୀୟ ରାଜପଥରେ ଦୃଶ୍ୟମାନ ଦୂରତା କମିଯିବାରୁ ଗାଡ଼ି ଚଳାଚଳ ଧୀର ହୋଇଛି । ଘନ କୁହୁଡ଼ି ଯୋଗୁଁ ଦୁର୍ଘଟଣାର ଆଶଙ୍କା ମଧ୍ୟ ବଢ଼ିଥିବାରୁ ଯାନବାହନ ଚାଳକଙ୍କୁ ସତର୍କତାର ସହ ଗାଡ଼ି ଚଳାଇବାକୁ ପରାମର୍ଶ ଦିଆଯାଉଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories