Videos
|
Weather-calamities

Odisha Rain Deficit / ଜୁନ୍‌ରେ ପ୍ରବଳ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି, ବର୍ଷା ଅଭାବରୁ ଆଗେଇ ପାରୁନି ଚାଷ କାମ

Santosh Kumar Sahoo
Browse all articles by Santosh Kumar Sahoo
·1 month ago·2 min read
ଜୁନ୍‌ରେ ପ୍ରବଳ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି, ବର୍ଷା ଅଭାବରୁ ଆଗେଇ ପାରୁନି ଚାଷ କାମ
Monsoon

Key Points

ଚାଷୀ ପ୍ରସ୍ତୁତ, ଜମି ପ୍ରସ୍ତୁତ...
ହେଲେ ମୌସୁମୀ ଉଭାନ୍
୪/୫ଦିନ ମଧ୍ୟରେ ମୌସୁମୀ ଛୁଇଁବ ସାରା ଓଡ଼ିଶା
ଏ ବର୍ଷ ବିଳମ୍ବ ହେଉଛି ଚାଷ । ବର୍ଷା ଅଭାବରୁ ଆଗେଇ ପାରୁନି ଖରିଫ ଚାଷ କାର୍ଯ୍ୟ । ମୌସୁମୀ ଓଡ଼ିଶା ଛୁଇଁଥିଲେ ବି ରାଜ୍ୟର ବିଭିନ୍ନ ଅଂଚଳରେ ଏବେ ବି ଟାଣ ଖରା ସହ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି । କେଉଁଠି ଚାଷୀ ଆକାଶକୁ ଚାହିଁ ଚିନ୍ତାରେ ବସିଛି ତ ପୁଣି କେଉଁଠି ବର୍ଷା ପାଇଁ ଆରମ୍ଭ ହୋଇଛି ନିଆରା ପରମ୍ପରା ।

ରଜ ପରେ ବି କମୁନି ଖରାର ପ୍ରକୋପ । ଖରିଫ ଚାଷ ଆରମ୍ଭ କରିବାରେ ବିଳମ୍ବ, ଚିନ୍ତାରେ ଚାଷୀକୂଳ । ନୂଆପଡା ଜିଲ୍ଲା ଖଡ଼ିଆଳ, ବୋଡେନ ଏବଂ ସିନାପାଲି ବ୍ଲକରେ ମୌସୁମୀ ବର୍ଷାର ଦେଖାନାହିଁ । ଚାଷୀ ଜମିରେ ଧାନ ବୁଣିବା ପାଇଁ ପ୍ରସ୍ତୁତ ଥିବା ବେଳେ ବର୍ଷାର ଅଭାବ ଦେଖାଦେଇଛି । ଜମିରେ ହଳ ଲଙ୍ଗଳ କରିବା ସହ ଗଛ ଲତା ସଫା କରି, ଧାନ ବିହନ ଆଣି ଘରେ ରଖିଛି ଚାଷୀ । କିନ୍ତୁ ମୌସୁମୀ ବର୍ଷା ବିଳମ୍ବ ଯୋଗୁଁ ଏବେ ଚାଷୀଙ୍କ ଚିନ୍ତା ବଢିଛି ।

ସେପଟେ ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ଚାଷୀମାନେ ବର୍ଷାକୁ ଅପେକ୍ଷା କରି ରହିଛନ୍ତି । ଯେଉଁଠି ବି ସାମାନ୍ୟ ବର୍ଷା ହୋଇଛି ତାହା କାମରେ ଆସୁନି ଫଳରେ ଅଡୁଆରେ ଚାଷୀ । ଜିଲ୍ଲାରେ ଚଳିତ ସିଜିନରେ ୨୭.୪୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଯାହା ଫଳରେ ଚାଷ କାମ ପୂରା ଠପ୍ ହୋଇଯାଇଥିବା ଚାଷୀମାନେ କହିଛନ୍ତି ।

ଅନ୍ୟପକ୍ଷରେ ପରମ୍ପରା ଅନୁଯାଇ ଅଣ୍ଡିରା ବାହାଘର କରି ବର୍ଷାକୁ ନିମନ୍ତ୍ରଣ କରିଛନ୍ତି କୋରେଇ ବ୍ଲକ ବନ୍ଦାଳର ଗମ୍ଭାରୀଆ ଗ୍ରାମବାସୀ । ବର ଯାଉଛି, ବାଜା ବାଜୁଛି, ବାଣ ଫୁଟୁଛି ଡିଜେ ବାଜୁଛି ରୋଷଣୀ କରି ଆସୁଛନ୍ତି ବର କନିଆ । ଲୋକ କଥା ଅନୁଯାଇ ଅଣ୍ଡିରା ବାହାଘର ହେଲେ ବର୍ଷା ହୁଏ । ଏଥିପାଇଁ ଏକାଠି ବର୍ଷାକୁ ନିମନ୍ତ୍ରଣ କରୁଛନ୍ତି ଗ୍ରାମବାସୀ । ହରିବୋଲ ହୁଳହୁଳିରେ କମ୍ପୁଛି ପୁରା ପରିବେଶ ।

ଜୁନ୍ ୧୨ରେ ଦକ୍ଷିଣ ପଶ୍ଚିମ ମୌସୁମୀ ଓଡ଼ିଶାରେ ପହଞ୍ଚିଥିଲା । ତାପରେ ଏହା ବିଭିନ୍ନ ଅଂଚଳକୁ ଅଗ୍ରସର ହୋଇଥିଲେ ମଧ୍ୟ ବର୍ଷାର ପରିମାଣ କମ୍ ରହିଛି । ଆଉ ୪/୫ଦିନ ମଧ୍ୟରେ ମୌସୁମୀ ସାରା ଓଡ଼ିଶା ଛୁଇଁବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ଆକଳନ କରିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Odisha Farmers Worried As Rain Deficit Delays Kharif Farming | Argus News