Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Weather-calamities

Heat Wave Alert / ୪୫ ଡିଗ୍ରୀ ମୁହାଁ ପାରଦ, ୫ ଜିଲ୍ଲାକୁ ହିଟ୍‌ୱେଭ୍‌ ଆଲର୍ଟ

Santosh Kumar Sahoo
Browse all articles by Santosh Kumar Sahoo
·2 months ago·2 min read
୪୫ ଡିଗ୍ରୀ ମୁହାଁ ପାରଦ, ୫ ଜିଲ୍ଲାକୁ ହିଟ୍‌ୱେଭ୍‌ ଆଲର୍ଟ
Heat Wave Alert

Key Points

ତତଲା କଡ଼େଇରେ ଓଡ଼ିଶା
୫ ଜିଲ୍ଲାକୁ ହିଟୱେଭ୍‌ ସତର୍କତା
ଆଗୁଆ ହୋଇପାରେ ଖରା ଛୁଟି
ରାଜ୍ୟରେ ଏବେ ‘ଟାଇଁ ଟାଇଁ’ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଜନଜୀବନକୁ କଲବଲ କରୁଛି । ସୂର୍ଯ୍ୟଙ୍କ ପ୍ରଖର କିରଣରେ ସାରା ଓଡ଼ିଶା ସତେ ଯେମିତି ତତଲା କଡ଼େଇରେ ଭାଜି ହେଉଛି । ଆଜି ରାଜଧାନୀ ଭୁବନେଶ୍ୱରରେ ପାରଦ ୪୨ ଡିଗ୍ରୀ ଛୁଇଁଥିବା ବେଳେ ଝାରସୁଗୁଡ଼ା ୪୪ ଡିଗ୍ରୀ ଅତିକ୍ରମ କରି ଦେଶର ଅନ୍ୟତମ ଉତ୍ତପ୍ତ ସହର ପାଲଟିଛି । ଏହି ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏବେ ଆଗୁଆ ଖରା ଛୁଟି ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

ସୂର୍ଯ୍ୟଙ୍କ ପ୍ରକୋପରେ ସିଝୁଛି ସାରା ଓଡ଼ିଶା । ପ୍ରବଳ ଖରା ସାଙ୍ଗକୁ ଗରମ ଗୁଳୁଗୁଳି ଏବେ ଲୋକଙ୍କ ପାଇଁ ଅସହ୍ୟ ହୋଇପଡ଼ିଛି । ଦିନ ୯ଟା ପରଠୁ ରାଜ୍ୟର ବିଭିନ୍ନ ସ୍ଥାନରେ ସତେ ଯେମିତି ନିଆଁ ବର୍ଷୁଛି । ପ୍ରବଳ ଖରା ସାଙ୍ଗକୁ ଗରମ ଗୁଳୁଗୁଳି ଏବେ ଲୋକଙ୍କ ପାଇଁ ଅସହ୍ୟ ହୋଇପଡ଼ିଛି । ଆଜି ଦିନ ସାଢ଼େ ଦୁଇଟା ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ଉପରକୁ ଉଠିଛି । ରାଜଧାନୀରେ ୪୨ ଡିଗ୍ରୀ ଛୁଇଁଛି ତାତି । ଦିନ ୧ଟା ୩୦ ସୁଦ୍ଧା ଭୁବନେଶ୍ୱର ଏୟାରପୋର୍ଟ ଅଞ୍ଚଳରେ ତାପମାତ୍ରା ୪୨°C ରେକର୍ଡ କରାଯାଇଛି । ଝାରସୁଗୁଡ଼ା ତାପମାତ୍ରା ସର୍ବାଧିକ ୪୩.୪ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ହୀରାକୁଦ ତାପମାତ୍ର ୪୩ ଡିଗ୍ରୀ, ସମ୍ବଲପୁର ତାପମାତ୍ର ୪୨.୬ ଡିଗ୍ରୀ, ରାଉରକେଲାରେ ୪୨ ଡିଗ୍ରୀ ରେକର୍ଡ ହୋଇଛି । ଏହି ପାଞ୍ଚ ଜିଲ୍ଲା ପାଇଁ ହିଟୱେଭ୍‌ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର ।

ଖରାପାଇଁ ବାରିପଦା ସହରରେ ମଧ୍ୟ ସ୍ଥିତି ସଙ୍ଗୀନ । ଦିନ ୧୧ଟା ବାଜିଲେ ରାସ୍ତାଘାଟ ଶୂନଶାନ ହୋଇଯାଉଛି । ଛତା, ଟୋପି ଓ ପାଣି ବୋତଲ ବିନା ବାହାରକୁ ବାହାରିବା ଅସମ୍ଭବ ହୋଇପଡ଼ିଛି । ଶରୀରକୁ ଥଣ୍ଡା ରଖିବା ପାଇଁ ସହରର ଲସି ଓ ଆଖୁରସ ଦୋକାନରେ ଭିଡ଼ ଜମୁଛି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ କାମ କରିବା ଉପରେ କଟକଣା ଲଗାଯିବା ସହ ସ୍ୱାସ୍ଥ୍ୟକେନ୍ଦ୍ରରେ ଓଆରଏସ୍ ଓ ସ୍ୱତନ୍ତ୍ର ବେଡ୍ ପ୍ରସ୍ତୁତ ରଖାଯାଇଛି ।

ପ୍ରଚଣ୍ଡ ତାତିରୁ କୋମଳମତି ଶିଶୁମାନଙ୍କୁ ରକ୍ଷା କରିବା ପାଇଁ ସରକାର ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି । ଆଗୁଆ ଖରା ଛୁଟି ପାଇଁ ରାଜସ୍ୱ ବିଭାଗ, ଗଣଶିକ୍ଷା ବିଭାଗ ଏବଂ SRCଙ୍କ ମିଳିତ ବୈଠକ ପରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପ୍ରସ୍ତାବ ପଠାଯାଇଛି । ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ପ୍ରକାଶ ପାଇବ ।

ରାଜ୍ୟରେ ଏବେ ପ୍ରାକ୍-ଗ୍ରୀଷ୍ମ ସ୍ଥିତି ଯାହା, ଆଗକୁ ଏହା ଆହୁରି ଭୟଙ୍କର ହେବା । ଆସନ୍ତା୨୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସହିତ କେତେକ ସ୍ଥାନରେ କାଳବୈଶାଖୀର ସମ୍ଭାବନା ରହିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Odisha Heatwave: Temperature Near 45°C, Alert Issued for 5 Districts | Argus News