Heatwave Alert / ତତଲା କଡ଼େଇରେ ସିଝୁଛି ସାରା ଓଡ଼ିଶା, ୨୨ ଯାଏଁ ନାହିଁ ନିସ୍ତାର
·4 months ago·2 min read

Key Points
ଆସନ୍ତାକାଲିଠାରୁ ୨୨ ଯାଏଁ ନାହିଁ ନିସ୍ତାର
ପଶ୍ଚିମଠୁ ଉପକୂଳ ସବୁଠି ବର୍ଷିବ ଅଗ୍ନି
କେବଳ ଦିନ ନୁହେଁ ରାତିରେ ବି କଲବଲ କରିବ ତାତି
ପଶ୍ଚିମଠୁ ଉପକୂଳ ସବୁଠି ବର୍ଷିବ ଅଗ୍ନି
କେବଳ ଦିନ ନୁହେଁ ରାତିରେ ବି କଲବଲ କରିବ ତାତି
ଜଳୁଛି ପଶ୍ଚିମଠୁ ଉପକୂଳ । ପ୍ରବଳ ଗ୍ରୀଷ୍ମ ପ୍ରବାହରେ କଲବଲ ହେଉଛି ସାରା ଓଡ଼ିଶା । ପଶ୍ଚିମରେ ସୂର୍ଯ୍ୟଙ୍କ ପ୍ରବଳ ତାଉ ଆଉ ଉପକୂଳରେ ଛଟପଟ କରୁଛି ଗୁଳୁଗୁଳି । ଏଭଳି ସ୍ଥିତିରେ ଆଇଏମଡିର ପୂର୍ବାନୁମାନ ବଢ଼ାଇ ଦେଇଛି ଟେନସନ । ଆସନ୍ତା ୨୨ ତାରିଖ ଯାଏଁ ଆଉ ନିସ୍ତାର ନାହିଁ । ଏପଟେ ପଶ୍ଚିମ ଓଡ଼ିଶାର ୬ ଜିଲ୍ଲାକୁ ଆସନ୍ତାକାଲି ଓ ୨୦ ତାରିଖ ପାଇଁ ହିଟୱେଭ୍ ୱାର୍ଣ୍ଣିଂ ଜାରି ହୋଇଛି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ୭ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା ହୋଇଛି ।
ରାଜ୍ୟରେ ହିଟୱେଭ୍ କଣ୍ଡିସନ ନେଇ ଏଭଳି ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ପାଇଁ ପଶ୍ଚିମ ଓଡ଼ିଶାର ୫ ଜିଲ୍ଲାକୁ ଜାରି ହୋଇଥିଲା ହିଟୱେଭ୍ ୱାର୍ଣ୍ଣିଂ । ଏହି ଜିଲ୍ଲାଗୁଡ଼ିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର ଓ ନୂଆପଡ଼ା । ସେହିପରି ଆସନ୍ତାକାଲି ପାଇଁ ୬ ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର, ନୂଆପଡ଼ା ଓ କଳାହାଣ୍ଡିକୁ ହିଟୱେଭ୍ ୱାର୍ଣ୍ଣିଂ ଜାରି ହୋଇଛି । ଗତ ୨୪ ଘଣ୍ଟାରେ ୪୦ ଡିଗ୍ରୀ ଉପରେ ୧୦ ସହରର ତାପମାତ୍ରା ରେକର୍ଡ ହୋଇଛି । ଆସନ୍ତା ୨୧ ତାରିଖରେ ୮ ଜିଲ୍ଲା ଓ ୨୨ ତାରିଖରେ ବି ପଶ୍ଚିମ ଓଡ଼ିଶାର ୮ ଜିଲ୍ଲାକୁ ଜାରି ହୋଇଛି ହିଟୱେଭ ୱାର୍ଣ୍ଣିଂ । କେବଳ ଦିନରେ ନୁହେଁ ରାତିରେ ବି ପ୍ରଚଣ୍ଡ ଗରମ ଅନୁଭୂତ ହେବ ବୋଲି ଚେତାଇଛି ପାଣିପାଗ ବିଭାଗ ।
ଅସହ୍ୟ ଖରାକୁ ଦୃଷ୍ଟିରେ ରଖି ପିଲାଙ୍କ ସୁରକ୍ଷା ପାଇଁ ରାଜ୍ୟର ୭ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା ହୋଇଛି । ସମ୍ବଲପୁର, ନୂଆପଡ଼ା, ବଲାଙ୍ଗିର, ନବରଙ୍ଗପୁର, ଝାରସୁଗୁଡ଼ା, କଳାହାଣ୍ଡି ଓ ସୁବର୍ଣ୍ଣପୁର ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରିଛନ୍ତି ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ।
ହିଟୱେଭ ମୁକାବିଲା ପାଇଁ SOP ପ୍ରସ୍ତୁତ କରିଛି ରାଜସ୍ବ ବିଭାଗ । ଏନେଇ ଜିଲ୍ଲାପାଳଙ୍କ ସହ ବୈଠକ କରିଛନ୍ତି ରାଜସ୍ବ ମନ୍ତ୍ରୀ । ହିଟୱେଭ ୱାର୍ଣ୍ଣିଂ ଥିବା ସ୍ଥାନରେ ଆଶ୍ରୟ ସ୍ଥଳୀ ନିର୍ମାଣ କରିବେ ସରକାର । ଜିଲ୍ଲାପାଳଙ୍କୁ ଏଥିପାଇଁ ଅଧିକୃତ କରାଯାଇଛି । ସରକାର ଦେଇଥିବା SOP ବାହାରେ ଜିଲ୍ଲାପାଳ ନିଷ୍ପତ୍ତି ନେଇପାରିବେ । ଦିନ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଯାତ୍ରୀ ଓ ମାଲ ପରିବହନ ଉପରେ ତଦାରଖ କରାଯିବ । ରାସ୍ତାରେ ଡ୍ରାଇଭରଙ୍କ ପାଇଁ ବିଶ୍ରାମ, ORS, ପିଇବା ପାଣିର ବ୍ୟବସ୍ଥା କରାଯାଇଛି । ଫୋନ୍ କଲ୍ ଆସିବାର ୨୦ ମିନିଟ ଭିତରେ ଆମ୍ବୁଲାନ୍ସ ପହଞ୍ଚିବା ପାଇଁ ବ୍ୟବସ୍ଥା ହୋଇଛି । ସ୍କୁଲ ଛୁଟି ନେଇ ଗଣ ଶିକ୍ଷା ବିଭାଗ ସହ ଆଲୋଚନା ହୋଇଛି । ଯେଉଁଠି ତାତି ବଢୁଛି ସେଠାରେ ସ୍କୁଲ ଛୁଟି ପାଇଁ ଜିଲ୍ଲାପାଳଙ୍କୁ କ୍ଷମତା ଦିଆଯାଇଛି । ଅଂଶୁଘାତ ମୃତ୍ୟୁ ପାଇଁ କ୍ଷତି ପୂରଣ ଦିଆଯାଉଛି । ରିପୋର୍ଟ ପାଇବାର ୨୪ ଘଣ୍ଟା ଭିତରେ ଟଙ୍କା ଦିଆଯିବ । ହିଟୱେଭ ଥିବା ସ୍ଥାନରେ ବିନା ଏସି ଗାଡ଼ିରେ ଯାତ୍ରୀ ପରିବହନ ବେଳେ କୌଣସି ଅଘଟଣ ହେଲେ ଗାଡ଼ି ମାଲିକ ଦାୟୀ ରହିବେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଆସନ୍ତା ୨୨ ଯାଏଁ ତତଲା କଡ଼େଇରେ ଭାଜି ହେବ ସାରା ଓଡ଼ିଶା । ତେବେ ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ରହିଛି । ଯଦି ଏହାର ପ୍ରଭାବରେ ବର୍ଷା ହୁଏ ତେବେ ଅସହ୍ୟ ଗରମରେ ତ୍ରାହି ତ୍ରାହି ଡାକୁଥିବା ରାଜ୍ୟବାସୀଙ୍କୁ ଟିକିଏ ଆଶ୍ବସ୍ତ ହେବେ ।
Related Topics
Explore more stories