Videos
|
Weather-calamities

Heatwave Alert / ଆକାଶରୁ ହେଉଛି ଅଗ୍ନି ବର୍ଷା, ୪୬ ଡିଗ୍ରୀ ଛୁଇଁଲା ତାପମାତ୍ରା

Santosh Kumar Sahoo
Browse all articles by Santosh Kumar Sahoo
·2 months ago·1 min read
ଆକାଶରୁ ହେଉଛି ଅଗ୍ନି ବର୍ଷା, ୪୬ ଡିଗ୍ରୀ ଛୁଇଁଲା ତାପମାତ୍ରା
Heatwave Alert

Key Points

ରାଜ୍ୟରେ ଅସହ୍ୟ ତାତି
ରେକର୍ଡ ଭାଙ୍ଗିଲା ତାତି
୪୦ ଉପରେ ୧୭ ସହରର ତାପମାତ୍ରା
ରାଜ୍ୟରେ ଅସହ୍ୟ ହେଉଛି ତାତି । ଆକାଶରୁ ଅଗ୍ନି ବର୍ଷା ହେଉଛି । ଘରୁ ବାହାରିବା ମୁସ୍କିଲ । ସେପଟେ ୪୬ ଡିଗ୍ରୀ ଛୁଇଁଲା ପାରଦ । ଆଜି ଝାରସୁଗୁଡ଼ାରେ ସର୍ବୋଚ୍ଚ ତାପମାତ୍ରା ୪୬ ଡିଗ୍ରୀ ରେକର୍ଡ କରାଯାଇଛି । ଚଳିତ ବର୍ଷ ରେକର୍ଡ ଭାଙ୍ଗିଲା ତାତି । ନିକଟ ଅତୀତରେ ୨୦୨୪ ମସିହା ମେ' ୩୧ରେ ଝାରସୁଗୁଡାରେ ପାରଦ ୪୭ ଡିଗ୍ରୀ ଛୁଇଁଥିଲା । ସେହିପରି ୨୮ ମେ' ୧୯୯୮ରେ ୪୮ ଡିଗ୍ରୀ, ୨୪ ମେ' ୧୯୯୮ରେ ୪୭.୬ ଡିଗ୍ରୀ ଓ ୨୦ ମେ' ୧୯୭୮ରେ ତାପମାତ୍ରା ୪୭.୫ ଡିଗ୍ରୀ ରେକର୍ଡ ହୋଇଥିଲା ।

ଅଧିକ ପଢ଼ନ୍ତୁ: 

ତେବେ ଆଗାମୀ ୫ ଦିନ ଯାଏ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ସହ ରହିବ ଉଷ୍ମ ରାତ୍ରିର ସ୍ଥିତି । ଆସନ୍ତା ୨୪ ଘଣ୍ଟାରେ ନୟାଗଡ଼, ଅନୁଗୁଳ, ସମ୍ବଲପୁର ଓ ଝାରସୁଗୁଡ଼ା ଏହି ୪ ଜିଲ୍ଲାରେ ପ୍ରବଳ ଖରା ଓ ଗରମକୁ ନେଇ ହିଟ୍ ୱେଭ ଜାରି କରିଛି ପାଣିପାଗ ବିଭାଗ । ଏହା ସହ ବଲାଙ୍ଗିର ଓ ସମ୍ବଲପୁର ଜିଲ୍ଲାରେ ଉଷ୍ମ ରାତ୍ରି ସହ କଳାହାଣ୍ଡି, ନୂଆପଡା, ବଲାଙ୍ଗୀର, ବୌଦ୍ଧ, ବରଗଡ଼, ସୁନ୍ଦରଗଡ଼, ଗଂଜାମ, ଗଜପତି, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର ଭଦ୍ରକ ଓ ବାଲେଶ୍ୱର ଏହି ୧୬ ଜିଲ୍ଲାରେ ଉଷ୍ମ ଓ ଆଦ୍ର ସ୍ଥିତି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୬ରୁ ୭ ଦିନ ଯାଏ ତାପମାତ୍ରାରେ କୌଣସି ପରିବର୍ତ୍ତନ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Odisha Heatwave: Jharsuguda Records 46°C | Argus News