Videos
|
Weather-calamities

Odisha School Holiday / ଓଡ଼ିଶାରେ ବର୍ଷାର ତାଣ୍ଡବ, କାଲି ଏହି ଜିଲ୍ଲାର ସମସ୍ତ ସ୍କୁଲ ଛୁଟି

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·1 min read
ଓଡ଼ିଶାରେ ବର୍ଷାର ତାଣ୍ଡବ, କାଲି ଏହି ଜିଲ୍ଲାର ସମସ୍ତ ସ୍କୁଲ ଛୁଟି
School Closed

Key Points

ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା
ନବରଙ୍ଗପୁରରେ କାଲି ସବୁ ସ୍କୁଲ ଛୁଟି
ପ୍ରବଳ ବର୍ଷା ପାଇଁ ନବରଙ୍ଗପୁରରେ ସ୍କୁଲ ବନ୍ଦ
ଦକ୍ଷିଣ ଓଡ଼ିଶାରେ ବର୍ଷାର ତାଣ୍ଡବ । ଲଗାଣ ବର୍ଷା ଯୋଗୁଁ ଫୁଲୁଛି ନଦୀ, ବଢୁଛି ଜଳସ୍ତର । ରାସ୍ତା ଉପରେ ଚାଲିଛି ବନ୍ୟା ପାଣି, ଠପ୍ ହୋଇଯାଇଛି ଯାତାୟାତ । ଆହୁରି ୨ ଦିନ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଆଗାମୀ ଦିନରେ ନଦୀରେ ଜଳସ୍ତର ବିପଦ ସଂକେତ ଟପିବା ସହିତ ବନ୍ୟା ସ୍ଥିତି ଆଣିପାରେ । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ନବରଙ୍ଗପୁରରେ ଆସନ୍ତାକାଲି ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି । ୨୫ ତାରିଖରେ ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ସହିତ ସମସ୍ତ ସରକାରୀ, ବେସରକାରୀ ସ୍କୁଲ ବନ୍ଦ ରହିବା ନେଇ ଜିଲ୍ଲାପାଳ ନିର୍ଦ୍ଦେଶାନାମା ଜାର କରିଛନ୍ତି । ସତର୍କତାମୂଳକ ପଦକ୍ଷେପ ଭାବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।

ସେପଟେ ଆହୁରି ୨ ଦିନ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଆଗାମୀ ଦିନରେ ନଦୀରେ ଜଳସ୍ତର ବିପଦ ସଂକେତ ଟପିବା ସହିତ ବନ୍ୟା ସ୍ଥିତି ଆଣିପାରେ । ତେବେ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ଅନୁସାରେ ଏଯାଏଁ କୌଣସି ସ୍ଥାନରେ ବନ୍ୟା ସ୍ଥିତି ଆସିନି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: