Videos
|
Weather-calamities

Odisha Heavy Rain / ଆସନ୍ତାକାଲି ପୁଣି ଲଘୁଚାପ ! ୭ ଦିନ ଯାଏଁ ପ୍ରବଳ ବର୍ଷା

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ଆସନ୍ତାକାଲି ପୁଣି ଲଘୁଚାପ ! ୭ ଦିନ ଯାଏଁ ପ୍ରବଳ ବର୍ଷା
Odisha Heavy Rain

Key Points

ଓଡ଼ିଶାକୁ ପୁଣି ବଡ଼ ବର୍ଷା ବିପଦ
ଆସୁଛି ନୂଆ ଲଘୁଚାପ
୧୪ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା
ଆସନ୍ତାକାଲି ପୁଣି ଆଉ ଏକ ଲଘୁଚାପ । ଆଗାମୀ ୭ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ରହିଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତାକାଲି ସୁଦ୍ଧା ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ମୌସୁମୀ ସକ୍ରିୟ ରହିଥିବା ଏବଂ ନୂଆ ଲଘୁଚାପ ପ୍ରଭାବରେ ରାଜ୍ୟରେ ଆସନ୍ତା ୭ ଦିନ ଯାଏଁ ବର୍ଷା ଜାରି ରହିବ ଏବଂ ୪ ଦିନ ପାଇଁ ପ୍ରବଳ ବର୍ଷା ନେଇ ସତର୍କତା ଜାରି କରାଯାଇଛି ।

ସେପଟେ ଆଜିଠୁ ୧୪ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ସମୁଦ୍ର ପତ୍ତନଠାରୁ ୩.୧ କିମି ଉଚ୍ଚତା ପର୍ଯ୍ୟନ୍ତ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି ।

ଅଧିକ ପଢ଼ନ୍ତୁ: ଆସାମ ବନ୍ୟାରେ ମୃତ୍ୟୁ ସଂଖ୍ୟା ୧୦୦ ଛୁଇଁଲା, ପ୍ରାୟ ୧.୪ ଲକ୍ଷ ପ୍ରଭାବିତ


ଅନ୍ୟପକ୍ଷରେ, ପୂର୍ବରୁ ସୃଷ୍ଟି ହୋଇଥିବା ଲଘୁଚାପଟି ବର୍ତ୍ତମାନ ଦକ୍ଷିଣ-ପୂର୍ବ ମଧ୍ୟପ୍ରଦେଶ ସଂଲଗ୍ନ ଛତିଶଗଡ଼ରେ ସକ୍ରିୟ ଥିଲେ ବି ଏହାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ନାହିଁ । କିନ୍ତୁ ଏହା ଦୁର୍ବଳ ହେବା ବେଳକୁ ପୁଣି ନୂଆ ଲଘୁଚାପ ଆସୁଥିବାରୁ ବର୍ଷାର ପରିମାଣ ବଢ଼ିବ ।

ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ରାଜ୍ୟରେ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ଏବଂ କିଛି ସ୍ଥାନରେ ପ୍ରବଳ ବର୍ଷା ଜାରି ରହିବ । ତେବେ ଆଜି ପାଇଁ ୨୨ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂଜାରି କରାଯାଇଛି । ସେହି ଜିଲ୍ଲାଗୁଡ଼ିକ ହେଲା -କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଖୋର୍ଦ୍ଧା, ପୁରୀ, କଟକ, ବାଲେଶ୍ୱର, କେନ୍ଦୁଝର, ଭଦ୍ରକ, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼, ମୟୂରଭଞ୍ଜ, ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼, ସମ୍ବଲପୁର ଏବଂ ଦେବଗଡ଼ । ଅବଶିଷ୍ଟ ୮ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ୩୦ରୁ ୪୦ କିମି ପବନ ବହିବା ନେଇ ସତର୍କ କରାଯାଇଛି । ଓଡ଼ିଶା ଉପକୂଳରେ ପବନର ବେଗ ଘଣ୍ଟାପ୍ରତି ୩୫ରୁ ୪୫ କିମି ଏବଂ ସର୍ବାଧିକ ୫୫ କିମି ପର୍ଯ୍ୟନ୍ତ ରହିପାରେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: