Odisha Rain Alert / ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ୨୫ ତାରିଖ ଯାଏଁ ପ୍ରବଳ ବର୍ଷିବ
·1 hour ago·2 min read

Key Points
ଉତ୍ତର ଆଣ୍ଡାମାନ ସାଗର ଓ ତାର ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି
ଆଜି ସନ୍ଧ୍ୟା ୫ଟା ୩୦ ସମୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି
୨୧ରେ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଅବପାତରେ ପରିଣତ ହେବ

ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଉତ୍ତର ଆଣ୍ଡାମାନ ସାଗର ଏବଂ ତାର ସଂଲଗ୍ନ ଅଞ୍ଚଳରେ ଆଜି ସନ୍ଧ୍ୟା ୫ଟା ୩୦ ସମୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ୨୨ ତାରିଖରୁ ୨୫ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ । ଏଥିପାଇଁ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଦକ୍ଷିଣ ଓଡ଼ିଶାରେ ସୃଷ୍ଟି ହୋଇପାରେ ଆକସ୍ମିକ ବନ୍ୟା ସହ ଭୂସ୍ଖଳନ ।
ଉତ୍ତର ଆଣ୍ଡାମାନ ସାଗରରେ ଆଜି ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ୨୧ରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଏକ ଅବପାତ, ଆଉ ୨୨ ତାରିଖ ବେଳକୁ ଆହୁରି ଘନୀଭୂତ ହୋଇ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଏକ ଗଭୀର ଅବପାତରେ ପରିଣତ ହେବ । ୨୩ ସେପ୍ଟେମ୍ବର ସକାଳ ବେଳକୁ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ନିକଟରେ ପହଞ୍ଚିବ । ସେତେବେଳେ କନ୍ଧମାଳ, ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ୫୦ରୁ ୬୦ କିମି ବେଗରେ ପବନ ହୋଇପାରେ । ୨୪ ସେପ୍ଟେମ୍ବରରେ କଳାହାଣ୍ଡି, କନ୍ଧମାଳ ଓ ରାୟଗଡା ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି ହୋଇଛି । ସେପ୍ଟେମ୍ବର ୨୧ ସୁଦ୍ଧା ସମସ୍ତ ମତ୍ସ୍ୟଜୀବୀଙ୍କୁ ଉପକୂଳକୁ ଫେରି ଆସିବାକୁ କୁହାଯାଇଛି । ୨୨ରୁ ୨୪ ସେପ୍ଟେମ୍ବର ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି ।
ଅଧିକ ପଢ଼ନ୍ତୁ: ଆସୁଛି ବାତ୍ୟା ‘ଅର୍ଣ୍ଣବ’ ? ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ, ଓଡ଼ିଶାକୁ ବଢ଼ୁଛି ବିପଦ !
ସେପଟେ ପାଣିପାଗ ବିଜ୍ଞାନୀ ବିଶ୍ୱଜିତ ସାହୁ କହିଛନ୍ତି, ଲଘୁଚାପ ଶକ୍ତିଶାଳୀ ହୋଇ ଗଭୀର ଅବପାତ କିମ୍ବା ସାମାନ୍ୟ ତୀବ୍ରତା ବିଶିଷ୍ଟ ବାତ୍ୟା ରୂପ ନେବା ପାଇଁ ଅନୁକୂଳ ପାଣିପାଗ ରହିଛି । ଏଥିଯୋଗୁଁ ୨୨ ରୁ ୨୫ ଯାଏ ପ୍ରବଳ ବର୍ଷା ହୋଇପାରେ । ଲଘୁଚାପ ପରେ କେତେ ଏହାର ତୀବ୍ରତା ରହିବ ବାତ୍ୟାରେ ପରିଣତ ହେବ କି ନାହିଁ ତାହା ପରେ ହିଁ ସ୍ପଷ୍ଟ ହୋଇପାରିବ । ଏପଟେ ପାଣିପାଗ ବିଜ୍ଞାନୀ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ବଡ଼ ବାତ୍ୟା ନେଇ ଭୟ ନାହିଁ,ଛୋଟ କିମ୍ବା ମଧ୍ୟମ ଧରଣର ବାତ୍ୟା ହୋଇପାରେ । ୨୭ ତାରିଖ ପର୍ଯ୍ୟନ୍ତ ମଧ୍ୟ ରାଜ୍ୟର କିଛି ଜିଲ୍ଲାରେ ବର୍ଷାର ବିସ୍ତୃତି ରହିପାରେ ।
ସୃଷ୍ଟି ହେଲା #ଲଘୁଚାପ
— usd (@usd0705) September 19, 2026
ଉତ୍ତର ଆଣ୍ଡାମାନ ସାଗର ଏବଂ ତାର ସଂଲଗ୍ନ ଅଞ୍ଚଳରେ ଆଜି ସନ୍ଧ୍ୟା 5ଟା 30 ସମୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି l ଏହା ପଶ୍ଚିମ ଉତ୍ତରପଶ୍ଚିମ ଦିଗରେ ଗତିକରି ଆହୁରି ଘନୀଭୂତ ହୋଇ 21ରେ ପୂର୍ବକେନ୍ଦ୍ରୀୟରେ ଏକ ଅବପାତ ଏବଂ 22ରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ରେ ଏକ ଗଭୀର ଅବପାତ ସମ୍ଭାବନା ରହିଛି pic.twitter.com/rLXv1hHuvv
ଉତ୍ତର ଆଣ୍ଡାମାନ ସାଗରରେ ଆଜି ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ୨୧ରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଏକ ଅବପାତ, ଆଉ ୨୨ ତାରିଖ ବେଳକୁ ଆହୁରି ଘନୀଭୂତ ହୋଇ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଏକ ଗଭୀର ଅବପାତରେ ପରିଣତ ହେବ । ୨୩ ସେପ୍ଟେମ୍ବର ସକାଳ ବେଳକୁ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ନିକଟରେ ପହଞ୍ଚିବ । ସେତେବେଳେ କନ୍ଧମାଳ, ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ୫୦ରୁ ୬୦ କିମି ବେଗରେ ପବନ ହୋଇପାରେ । ୨୪ ସେପ୍ଟେମ୍ବରରେ କଳାହାଣ୍ଡି, କନ୍ଧମାଳ ଓ ରାୟଗଡା ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି ହୋଇଛି । ସେପ୍ଟେମ୍ବର ୨୧ ସୁଦ୍ଧା ସମସ୍ତ ମତ୍ସ୍ୟଜୀବୀଙ୍କୁ ଉପକୂଳକୁ ଫେରି ଆସିବାକୁ କୁହାଯାଇଛି । ୨୨ରୁ ୨୪ ସେପ୍ଟେମ୍ବର ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି ।
ଅଧିକ ପଢ଼ନ୍ତୁ: ଆସୁଛି ବାତ୍ୟା ‘ଅର୍ଣ୍ଣବ’ ? ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ, ଓଡ଼ିଶାକୁ ବଢ଼ୁଛି ବିପଦ !
ସେପଟେ ପାଣିପାଗ ବିଜ୍ଞାନୀ ବିଶ୍ୱଜିତ ସାହୁ କହିଛନ୍ତି, ଲଘୁଚାପ ଶକ୍ତିଶାଳୀ ହୋଇ ଗଭୀର ଅବପାତ କିମ୍ବା ସାମାନ୍ୟ ତୀବ୍ରତା ବିଶିଷ୍ଟ ବାତ୍ୟା ରୂପ ନେବା ପାଇଁ ଅନୁକୂଳ ପାଣିପାଗ ରହିଛି । ଏଥିଯୋଗୁଁ ୨୨ ରୁ ୨୫ ଯାଏ ପ୍ରବଳ ବର୍ଷା ହୋଇପାରେ । ଲଘୁଚାପ ପରେ କେତେ ଏହାର ତୀବ୍ରତା ରହିବ ବାତ୍ୟାରେ ପରିଣତ ହେବ କି ନାହିଁ ତାହା ପରେ ହିଁ ସ୍ପଷ୍ଟ ହୋଇପାରିବ । ଏପଟେ ପାଣିପାଗ ବିଜ୍ଞାନୀ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ବଡ଼ ବାତ୍ୟା ନେଇ ଭୟ ନାହିଁ,ଛୋଟ କିମ୍ବା ମଧ୍ୟମ ଧରଣର ବାତ୍ୟା ହୋଇପାରେ । ୨୭ ତାରିଖ ପର୍ଯ୍ୟନ୍ତ ମଧ୍ୟ ରାଜ୍ୟର କିଛି ଜିଲ୍ଲାରେ ବର୍ଷାର ବିସ୍ତୃତି ରହିପାରେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories