Heavy Rain Alert Odisha / ପ୍ରବଳ ବର୍ଷା: ଆଜି ରାତି ଗୁରୁତ୍ବପୂର୍ଣ୍ଣ, ଜିରୋ କାଜୁଆଲ୍ଟି ଉପରେ ରାଜ୍ୟ ସରକାରଙ୍କ ଫୋକସ୍
·1 hour ago·2 min read

Key Points
ପ୍ରବଳ ବର୍ଷା ସ୍ଥିତି ମୁକାବିଲା ପାଇଁ ସଜାଗ ରାଜ୍ୟ ସରକାର
ଜିରୋ କାଜୁଆଲ୍ଟି ଉପରେ ଫୋକସ୍
୬ ଜିଲ୍ଲାରେ ୩୩ଟି ଓଡ୍ରାଫ୍ ଟିମ୍ ମୁତୟନ
ଜିରୋ କାଜୁଆଲ୍ଟି ଉପରେ ଫୋକସ୍
୬ ଜିଲ୍ଲାରେ ୩୩ଟି ଓଡ୍ରାଫ୍ ଟିମ୍ ମୁତୟନ
ପ୍ରବଳ ବର୍ଷା ସ୍ଥିତି ମୁକାବିଲା ପାଇଁ ସଜାଗ ରାଜ୍ୟ ସରକାର । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ନିଆଯାଇଛି ବଡ଼ ନିଷ୍ପତ୍ତି । ଜିରୋ କାଜୁଆଲ୍ଟି ଉପରେ ରହିଛି ସର୍ବାଧିକ ଫୋକସ୍ । ରାୟଗଡ଼ା ଓ କୋରାପୁଟ ସମେତ ପ୍ରଭାବିତ ଆଶଙ୍କା ଥିବା ୬ ଜିଲ୍ଲାରେ ମୁତୟନ ହୋଇଛନ୍ତି ୩୩ଟି ଓଡ୍ରାଫ୍ ଟିମ୍ । ସ୍ଥିତି ମୁକାବିଲା ପାଇଁ ଜିଲ୍ଲାୱାରୀ ହୋଇଛି ବଡ଼ ପ୍ରସ୍ତୁତି । ପ୍ରବଳ ବର୍ଷା ଓ ରାତିର ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଲୋକଙ୍କୁ ଦିଆଯାଇଛି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ।
ଗଭୀର ଅବପାତ ପ୍ରଭାବରେ ଲାଗି ରହିଛି ବର୍ଷା । ଉପକୂଳରେ ବର୍ଷା ଭୟ ଲାଗି ରହିଥିବା ବେଳେ ଦକ୍ଷିଣ ଓଡ଼ିଶାରେ ଜାରି ହୋଇଛି ଆଲର୍ଟ । ସମ୍ଭାବ୍ୟ ବିପର୍ଯ୍ୟୟର ମୁକାବିଲା ପାଇଁ ପ୍ରସ୍ତୁତ ସରକାର । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ କରିଛନ୍ତି ଜରୁରୀକାଳୀନ ସମୀକ୍ଷା ବୈଠକ । ପ୍ରାକୃତିକ ବିପର୍ଯ୍ୟୟରେ ଜିରୋ କାଜୁଆଲ୍ଟି ଉପରେ ସରକାରଙ୍କ ଫୋକସ୍ ରହିବ ବୋଲି ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ଲୋକଙ୍କ ଧନଜୀବନ ସୁରକ୍ଷା ପାଇଁ ସର୍ବୋଚ୍ଚ ସ୍ତରର ପ୍ରସ୍ତୁତି ଜାରି ରଖିବାକୁ ଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ସମ୍ଭାବ୍ୟ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ସୁରକ୍ଷା ଓ ଜରୁରୀ ସେବା ସୁନିଶ୍ଚିତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି ହୋଇଛି । ଗଞ୍ଜାମ ଜିଲ୍ଲାରେ ୪୨୧ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଗଜପତିରେ ଭୂସ୍ଖଳନ ଆଶଙ୍କା ଥିବାରୁ ପ୍ରାୟ ୧୫୦ ଜଣଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି ।
ସ୍ଥିତି ମୁକାବିଲା ପାଇଁ ଜିଲ୍ଲାୱାରୀ ହୋଇଛି ବଡ଼ ପ୍ରସ୍ତୁତି । ରାଜସ୍ୱ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜୀବ ଭବନରେ ହୋଇଥିବା ବୈଠକରେ ସ୍ଥିତି ସମୀକ୍ଷା କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ବିଶେଷ କରି ରାୟଗଡ଼ା ଓ କୋରାପୁଟ ଜିଲ୍ଲା ପାଇଁ ଅଧିକ ସତର୍କତା ଅବଲମ୍ବନ କରାଯାଇଛି । ପରିସ୍ଥିତି ଉପରେ ନଜର ରଖିବାକୁ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ କୋରାପୁଟ ଓ ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଗଜପତି ଜିଲ୍ଲା ଗସ୍ତ କରିଛନ୍ତି । ମୋଟ ୩୩ଟି ଓଡ୍ରାଫ୍ ଟିମ୍ ପ୍ରଭାବିତ ଆଶଙ୍କା ଥିବା ୬ଟି ଜିଲ୍ଲାରେ ମୁତୟନ ଅଛନ୍ତି । ଗଞ୍ଜାମରେ ୬, କୋରାପୁଟରେ ୬, ଗଜପତିରେ ୩, ମାଲକାନଗିରିରେ ୩, ରାୟଗଡ଼ାରେ ୩, କଳାହାଣ୍ଡିରେ ୨ ଓ ବଲାଙ୍ଗିରରେ ଗୋଟିଏ ଓଡ୍ରାଫ୍ ଟିମ୍ ସଜାଗ ରହିଛନ୍ତି । ଏହାସହ ଛତ୍ରପୁରରେ ଆଉ ୯ଟି ଟିମ୍ ରିଜର୍ଭ ରଖାଯାଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେପଟେ ପ୍ରବଳ ବର୍ଷା ଓ ରାତିର ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଲୋକଙ୍କୁ ଦିଆଯାଇଛି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ।
-ରାତିରେ ବିଜୁଳି କଟିବା ଆଶଙ୍କା ଥିବାରୁ ମୋବାଇଲ୍, ପାୱାରବ୍ୟାଙ୍କ ଓ ଟର୍ଚ୍ଚ ଫୁଲ୍ ଚାର୍ଜ୍ କରି ରଖନ୍ତୁ ।
-ତଳ ମହଲାରେ ପାଣି ପଶିବା ଭୟ ଥିଲେ ଉପର ମହଲାକୁ ଚାଲିଯାଆନ୍ତୁ । ମାଟି କାନ୍ଥ କିମ୍ବା ପୁରୁଣା ଗଛ ଓ ହୋର୍ଡିଂ ତଳେ ଆଶ୍ରୟ ନିଅନ୍ତୁ ନାହିଁ ।
-ରାତିରେ ନଦୀ କୂଳକୁ ଯାଆନ୍ତୁ ନାହିଁ ଓ ଜଳମଗ୍ନ ରାସ୍ତାରେ କିମ୍ବା ଭାସି ଯାଉଥିବା ପୋଲ୍ରେ ଯାତାୟାତ କରନ୍ତୁ ନାହିଁ ।
-ସୋସିଆଲ ମିଡିଆର ଭିତ୍ତିହୀନ ସୂଚନା ଦେଖି ଆତଙ୍କିତ ହୁଅନ୍ତୁ ନାହିଁ, କେବଳ ସରକାରୀ ସୂଚନାକୁ ବିଶ୍ୱାସ କରନ୍ତୁ ।
-ଜରୁରୀକାଳୀନ ପରିସ୍ଥିତିରେ ଧୈର୍ଯ୍ୟ ରଖି ପ୍ରଶାସନର ନିର୍ଦ୍ଦେଶାବଳୀ ପାଳନ କରିବାକୁ ଅନୁରୋଧ କରାଯାଇଛି ।
-ରାତିରେ ବିଜୁଳି କଟିବା ଆଶଙ୍କା ଥିବାରୁ ମୋବାଇଲ୍, ପାୱାରବ୍ୟାଙ୍କ ଓ ଟର୍ଚ୍ଚ ଫୁଲ୍ ଚାର୍ଜ୍ କରି ରଖନ୍ତୁ ।
-ତଳ ମହଲାରେ ପାଣି ପଶିବା ଭୟ ଥିଲେ ଉପର ମହଲାକୁ ଚାଲିଯାଆନ୍ତୁ । ମାଟି କାନ୍ଥ କିମ୍ବା ପୁରୁଣା ଗଛ ଓ ହୋର୍ଡିଂ ତଳେ ଆଶ୍ରୟ ନିଅନ୍ତୁ ନାହିଁ ।
-ରାତିରେ ନଦୀ କୂଳକୁ ଯାଆନ୍ତୁ ନାହିଁ ଓ ଜଳମଗ୍ନ ରାସ୍ତାରେ କିମ୍ବା ଭାସି ଯାଉଥିବା ପୋଲ୍ରେ ଯାତାୟାତ କରନ୍ତୁ ନାହିଁ ।
-ସୋସିଆଲ ମିଡିଆର ଭିତ୍ତିହୀନ ସୂଚନା ଦେଖି ଆତଙ୍କିତ ହୁଅନ୍ତୁ ନାହିଁ, କେବଳ ସରକାରୀ ସୂଚନାକୁ ବିଶ୍ୱାସ କରନ୍ତୁ ।
-ଜରୁରୀକାଳୀନ ପରିସ୍ଥିତିରେ ଧୈର୍ଯ୍ୟ ରଖି ପ୍ରଶାସନର ନିର୍ଦ୍ଦେଶାବଳୀ ପାଳନ କରିବାକୁ ଅନୁରୋଧ କରାଯାଇଛି ।
Related Topics
Explore more stories