Videos
|
Weather-calamities

Odisha Flood Alert / ଅବପାତ ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା, ପୁଣି ବଢ଼ିଲା ବନ୍ୟା ଚିନ୍ତା

Santosh Kumar Sahoo
Browse all articles by Santosh Kumar Sahoo
·2 weeks ago·2 min read
ଅବପାତ ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା, ପୁଣି ବଢ଼ିଲା ବନ୍ୟା ଚିନ୍ତା
Odisha Flood Alert

Key Points

ପୁଣି ବନ୍ୟା ଭୟ !
ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା
କେଉଁ ଜିଲ୍ଲା ରହିଛି ବିପଦରେ?
ଉତ୍ତର ଓଡ଼ିଶାରେ ଅବପାତ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁ ପୁଣି ବଢ଼ିଲା ବନ୍ୟା ଚିନ୍ତା । ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝରରେ ପ୍ରବଳ ବର୍ଷା ହେଉଛି । ତେବେ ବଡ଼ ବନ୍ୟା ହେବନି ବୋଲି କହିଛନ୍ତି ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ । ସାଳନ୍ଦୀ ଓ ବୈତରଣୀରେ ପାଣି ବଢ଼ିଲେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେବ । ବୈତରଣୀ ଆଖୁଆପଦାରେ ବଢ଼ି ବିପଦ ସଂକେତ ଟପିବ ବୋଲି ଆକଳନ କରାଯାଇଛି । ଯାଜପୁର ଜିଲ୍ଲାର ଦଶରଥପୁରରେ ଜଳବନ୍ଦୀ ସମସ୍ୟା ରହିବ । କିନ୍ତୁ ଅଧିକ କ୍ଷତି ହେବନି ବୋଲି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।

ସେହିପରି ସେ ଆହୁରି କହିଛନ୍ତି, ସାଳନ୍ଦୀ ଉପରମୁଣ୍ଡରେ ଅଧିକ ବର୍ଷା ହୋଇଛି । ଚାନ୍ଦବାଲି, ଆରଡ଼ି ଓ ତିହିଡିରେ ଜଳ ନିଷ୍କାସନ ସମସ୍ୟା ହେଉଛି । ଆସନ୍ତାକାଲି ଯାଏଁ ସତର୍କ ରହିବାକୁ ପଡ଼ିବ । ସେହିପରି ବୁଢାବଳଙ୍ଗ ସତର୍କ ସଂକେତ ଟପିବ, ହେଲେ ବନ୍ୟା ହେବନି । ସୁବର୍ଣ୍ଣରେଖାରେ ବି ବନ୍ୟା ଆସିବା ଆଶଙ୍କା ନାହିଁ । ରେଙ୍ଗାଲି ଡ୍ୟାମରୁ ପାଣି ଦୁଇଟି ଗେଟ ଦେଇ ଯାଉଛି । IMD ଆକଳନ ଅନୁୟାୟୀ ଆସନ୍ତାକାଲି ଦ୍ଵିତୀୟାର୍ଦ୍ଧରେ ବର୍ଷା କମିବ । ଦକ୍ଷିଣ ଓଡ଼ିଶାରେ ଭଲ ବର୍ଷା ହୋଇନଥିବା ସେ ସୂଚନା ଦେଇଛନ୍ତି ।

ଅଧିକ ପଢ଼ନ୍ତୁ: ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜରେ ଜିଲ୍ଲାର ସମସ୍ତ ସ୍କୁଲ ଛୁଟି


ସେପଟେ ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହେଲା ଅବପାତ । ବାରିପଦାଠାରୁ ୧୯୦ କିମି ଦୂରରେ ଅବପାତ କେନ୍ଦ୍ରୀଭୂତ ରହିଛି l ଏହା ଆଗାମୀ ୨୪ ଘଣ୍ଟା ଯାଏଁ ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସହ ପଶ୍ଚିମବଙ୍ଗ ଦେଇ ଝାଡ଼ଖଣ୍ଡ ମୁହାଁ ହେବା ସମ୍ଭାବନା ରହିଛି ।

ଏହା ପ୍ରଭାବରେ ସାରା ରାଜ୍ୟରେ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ଓ ଅତ୍ୟନ୍ତ ପ୍ରବଳ ବର୍ଷାକୁ ନେଇ କେନ୍ଦୁଝର ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି ହୋଇଛି । ଯାଜପୁର, କଟକ, ଢେଙ୍କାନାଳ, ଅନୁଗୁଳ, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବାଲେଶ୍ୱର ଓ ମୟୂରଭଞ୍ଜରେ ପ୍ରବଳରୁ ଅତି ପ୍ରବଳ ବର୍ଷାକୁ ନେଇ ଅରେଞ୍ଜ ୱର୍ଣ୍ଣିଂ ଜାରି କରିଛି ବିଭାଗ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେହିପରି ଅନ୍ୟ ଜିଲ୍ଲାଗୁଡ଼ିକୁ ବିଜୁଳି ଘଡ଼ଘଡ଼ି ସହ ୩୦ରୁ ୪୦ କିମି ବେଗରେ ଝଟକା ପବନ ବହିବାର ସମ୍ଭାବନାକୁ ନେଇ ୟେଲୋ ୱର୍ଣ୍ଣିଂ ଜାରି କରିଛି ବିଭାଗ ।
Heavy Rain Hits North Odisha, Flood Concerns Rise Again | Argus News