Odisha Heavy Rainfall / ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ: ୪୮ ଘଣ୍ଟା ଭୀଷଣ ବର୍ଷା, ୩ ଜିଲ୍ଲାକୁ ରେଡ୍ ଆଲର୍ଟ
·25 mins ago·2 min read

Key Points
ଲଘୁଚାପ ପ୍ରଭାବରେ ଭୀଷଣ ବର୍ଷା
୩ ଜିଲ୍ଲାରେ ରେଡ୍ ଆଲର୍ଟ
୮ ଜିଲ୍ଲାରେ ଅରେଞ୍ଜ ଆଲର୍ଟ
୩ ଜିଲ୍ଲାରେ ରେଡ୍ ଆଲର୍ଟ
୮ ଜିଲ୍ଲାରେ ଅରେଞ୍ଜ ଆଲର୍ଟ
ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ । ୪୮ ଘଣ୍ଟା ଭୀଷଣ ବର୍ଷା ନେଇ ରେଡ୍ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଆଶଙ୍କା ରହିଛି । ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ବାଂଲାଦେଶ ଉପକୂଳରେ ଥିବା ଉପର ବାୟୁ ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ ଏବଂ ଉତ୍ତର ଓଡିଶା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ସାରା ରାଜ୍ୟକୁ ଝଡ଼ବର୍ଷା ସମ୍ଭାବନା ସହ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ନେଇ ଚେତାବନୀ ଦେଇଛି ପାଣିପାଗ ବିଭାଗ ।
ତେବେ ଆଜି ଅତି ପ୍ରବଳ ବର୍ଷା ନେଇ ମୟୂରଭଞ୍ଜ, ବାଲେଶ୍ୱର ଓ କେନ୍ଦୁଝରକୁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଭଦ୍ରକ, ଯାଜପୁର, କଟକ, ଢେଙ୍କାନାଳ, ଅନୁଗୁଳ, ଦେଓଗଡ, ସମ୍ବଲପୁର ଓ ସୁନ୍ଦରଗଡ଼ ଏହି ୮ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି ହୋଇଛି । ବଳକା ୧୯ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । ସେହିପରି ସମୁଦ୍ର ଅଶାନ୍ତ ରହିବ । ତେଣୁ ୨୯ ରୁ ୩୧ ଯାଏ ମସ୍ଥ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି ।
ଆସନ୍ତା ୨ ତାରିଖ ଯାଏ ରାଜ୍ୟରେ ବର୍ଷା ଜାରି ରହିବ । ଏହି ସମୟରେ ଓଡ଼ିଶା ଉପକୂଳରେ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିପାରେ । ଝଟ୍କା ପବନର ବେଗ ଘଣ୍ଟା ପ୍ରତି ୬୦ କିମି ରହିପାରେ । ଭୀଷଣ ବର୍ଷା ଯୋଗୁଁ ଆକସ୍ମିକ ବନ୍ୟା ସହ କୁତ୍ରିମ ବନ୍ୟା ଓ ଭୂସ୍ଖଳନର ଆଶଙ୍କା ମଧ୍ୟ ରହିଛି ।
ଗତ ୨୪ ଘଣ୍ଟାରେ ମୟୂରଭଞ୍ଜର ବାଙ୍ଗିରିପୋଷିରେ ସର୍ବାଧିକ ୧୫୯ ମିମି ବର୍ଷା ରେକର୍ଡ କରାଯାଇଛି । ଜୁନ ୧ରୁ ଏଯାବତ ୧୧୧୫.୯ ମିମି ବର୍ଷା ହୋଇଛି । ଯାହାକି ସ୍ଵାଭବିକ ୮୯୬.୩ ମିମି ବର୍ଷାଠାର ୨୫ ପ୍ରତିଶତ ଅଧିକ ଅଟେ । କେବଳ ଗଜପତି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି ।
Warning for Odisha.
— Meteorological Centre, Bhubaneswar (@mcbbsr) August 29, 2026
Day-1 & Day-2 : Extremely Heavy Rainfall.
Day-1 to Day-4 : Heavy to Very Heavy Rainfall.
Day-1 to Day-6 : Heavy Rainfall.
Day-1 to Day-5 : Thunderstorm with Lightning and Gusty Wind.
Day-7 : No Warning.#odisha #rainfall #weather #warning pic.twitter.com/USqiHAjCtD
ତେବେ ଆଜି ଅତି ପ୍ରବଳ ବର୍ଷା ନେଇ ମୟୂରଭଞ୍ଜ, ବାଲେଶ୍ୱର ଓ କେନ୍ଦୁଝରକୁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଭଦ୍ରକ, ଯାଜପୁର, କଟକ, ଢେଙ୍କାନାଳ, ଅନୁଗୁଳ, ଦେଓଗଡ, ସମ୍ବଲପୁର ଓ ସୁନ୍ଦରଗଡ଼ ଏହି ୮ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି ହୋଇଛି । ବଳକା ୧୯ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । ସେହିପରି ସମୁଦ୍ର ଅଶାନ୍ତ ରହିବ । ତେଣୁ ୨୯ ରୁ ୩୧ ଯାଏ ମସ୍ଥ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି ।
Fishermen Warning#Fishermen #warning pic.twitter.com/Oyz9d3ck4c
— Meteorological Centre, Bhubaneswar (@mcbbsr) August 29, 2026
ଆସନ୍ତା ୨ ତାରିଖ ଯାଏ ରାଜ୍ୟରେ ବର୍ଷା ଜାରି ରହିବ । ଏହି ସମୟରେ ଓଡ଼ିଶା ଉପକୂଳରେ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିପାରେ । ଝଟ୍କା ପବନର ବେଗ ଘଣ୍ଟା ପ୍ରତି ୬୦ କିମି ରହିପାରେ । ଭୀଷଣ ବର୍ଷା ଯୋଗୁଁ ଆକସ୍ମିକ ବନ୍ୟା ସହ କୁତ୍ରିମ ବନ୍ୟା ଓ ଭୂସ୍ଖଳନର ଆଶଙ୍କା ମଧ୍ୟ ରହିଛି ।
ଗତ ୨୪ ଘଣ୍ଟାରେ ମୟୂରଭଞ୍ଜର ବାଙ୍ଗିରିପୋଷିରେ ସର୍ବାଧିକ ୧୫୯ ମିମି ବର୍ଷା ରେକର୍ଡ କରାଯାଇଛି । ଜୁନ ୧ରୁ ଏଯାବତ ୧୧୧୫.୯ ମିମି ବର୍ଷା ହୋଇଛି । ଯାହାକି ସ୍ଵାଭବିକ ୮୯୬.୩ ମିମି ବର୍ଷାଠାର ୨୫ ପ୍ରତିଶତ ଅଧିକ ଅଟେ । କେବଳ ଗଜପତି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories