Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Weather-calamities

Weather Update / ସମ୍ବଲପୁରରେ ପ୍ରବଳ ବର୍ଷା, ସହରର ତଳିଆ ଅଞ୍ଚଳରେ ପଶିଲା ପାଣି

Santosh Kumar Sahoo
Browse all articles by Santosh Kumar Sahoo
·9 months ago·2 min read
ସମ୍ବଲପୁରରେ ପ୍ରବଳ ବର୍ଷା, ସହରର ତଳିଆ ଅଞ୍ଚଳରେ ପଶିଲା ପାଣି

Key Points

ସମ୍ବଲପୁରରେ ଲଗାଣ ବର୍ଷା । ସହରର ଅନେକ ଅଂଚଳ ଜଳମଗ୍ନ । ତଳିଆ ଅଂଚଳରେ ଥିବା ଘରେ ପଶିଲା ପାଣି ।

ମା' ଜଗତଜନନୀ ଦୁର୍ଗାଙ୍କ ନବରାତ୍ରୀ ଆରମ୍ଭ ହୋଇଥିବା ବେଳେ ବର୍ଷାରେ ଭିଜୁଛି ସାରା ଓଡ଼ିଶା । ବଙ୍ଗୋପସାଗରରେ ଏବେ ଏକ ଲଘୁଚାପ ସୃଷ୍ଟି ହୋଇଥିବା ବେଳେ ତା’ ପଛକୁ ଦାନା ବାନ୍ଧୁଛି ଆଉ ଦୁଇଟି ଲଘୁଚାପ । ୨୫ ତାରିଖ ବେଳକୁ ପୂର୍ବକେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଗୋଟିଏ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବା ବେଳେ, ପୁଣି ୩୦ ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟର ସମ୍ଭାବନା ରହିଛି । ତେବେ ଅକ୍ଟୋବର ୧ ତାରିଖରେ ଘୂର୍ଣ୍ଣିବଳୟ ଲଘୁଚାପ ରୂପ ନେଲେ ନବମୀ ଓ ଦଶମୀରେ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି ।


ସେପଟେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଜାରି ରହିଛି ପ୍ରବଳ ବର୍ଷା । ସମ୍ବଲପୁରରେ ଲଗାଣ ବର୍ଷା ଯୋଗୁ ସହରର ଅନେକ ଅଂଚଳ ଜଳମଗ୍ନ । ରାଜପଥ ହେଉ କି ସହର ଅନେକ ଗଳି କନ୍ଦି ଜଳମଗ୍ନ ହେଲାଣି । ଗତକାଲି ସଂଧ୍ୟାଠୁ ଲଗାଣ ବର୍ଷା ଜାରି ରହିଛି । ସହର ମୁଖ୍ୟ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଜମିବା ସହ ପଡ଼ା ଗୁଡ଼ିକରେ ରାସ୍ତାରେ ପାଣି ପ୍ରବାହିତ ହେବା ସହ ତଳିଆ ଅଂଚଳରେ ଥିବା ଘର ଭିତରକୁ ପାଣି ପ୍ରଵେଶ କରିଛି ।


ସେପଟେ ପ୍ରବଳ ବର୍ଷା ପରେ ହୀରାକୁଦ ଡ୍ୟାମରୁ ଖୋଲିଲା ଆଉ ୪ଟି ଗେଟ୍‌ । ବର୍ତ୍ତମାନ ମୋଟ ୧୨ଟି ଗେଟ୍‌ ଦେଇ ଜଳ ନିଷ୍କାସନ ହେଉଛି । ଏବେ ଜଳସ୍ତର ୬୨୯.୯୭ ଫୁଟ୍ ରହିଛି । ଉପର ମୁଣ୍ଡରୁ ସେକେଣ୍ଡ ପ୍ରତି ୨ ଲକ୍ଷ ୫ ହଜାର ୪୨୬ କ୍ୟୁସେକ ଜଳ ପ୍ରବେଶ କରୁଛି । ସେହିପରି ସେକେଣ୍ଡ ପ୍ରତି ୧ ଲକ୍ଷ ୬୭ ହଜାର ୩୦୭ କ୍ୟୁସେକ ଜଳ ନିଷ୍କାସିତ ହେଉଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ ପ୍ରବଳ ବର୍ଷା ନେଇ ବାଲେଶ୍ଵର, ଭଦ୍ରକ, ଯାଜପୁର, ଗଞ୍ଜାମ, ଗଜପତି, ଅନୁଗୁଳ, ଦେଓଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଢେଙ୍କାନାଳ, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ସୋନପୁର ଓ ବୌଦ୍ଧ ଜିଲ୍ଲା ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି ।


ସେହିପରି ଲଗାତାର ବର୍ଷା ଫଳରେ ମାଲକାନଗିରି ଜିଲ୍ଲା ବଣ୍ଡାଘାଟିରେ ଧସିଛି ମାଟି । ଯାହାଫଳରେ ରାସ୍ତାରେ ଯାତାୟାତ ପ୍ରଭାବିତ ହୋଇଛି । ସେହିପରି ଗଞ୍ଜାମ-କନ୍ଧମାଳ ସୀମାନ୍ତ କଳିଙ୍ଗା ଘାଟିରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଛି । ଯାହାଫଳରେ ଯାହାତାୟାତ ପୂରା ଠପ ହୋଇଯାଇଛି ।

Related Topics

Explore more stories

Sponsored
Heavy Rain Batters Odisha: Sambalpur Flooded, Hirakud Dam Opens 12 Gates | Argus News