Videos
|
Weather-calamities

Odisha Rain Alert / ବାତ୍ୟା ଅର୍ଣ୍ଣବ ଦୁର୍ବଳ, ହେଲେ ଟଳିନି ବର୍ଷା ବିପଦ ! IMD ଜାରି କଲା ସତର୍କ ସୂଚନା

Santosh Kumar Sahoo
Browse all articles by Santosh Kumar Sahoo
·34 mins ago·1 min read
ବାତ୍ୟା ଅର୍ଣ୍ଣବ ଦୁର୍ବଳ, ହେଲେ ଟଳିନି ବର୍ଷା ବିପଦ ! IMD ଜାରି କଲା ସତର୍କ ସୂଚନା
Odisha Rain Alert

Key Points

ଓଡ଼ିଶାକୁ ପୁଣି ଘେରିଲା ବର୍ଷା ବିପଦ
ବଙ୍ଗୋପସାଗରରେ ଆଉ ଏକ ଅବପାତ !
IMD ଜାରି କଲା ସତର୍କ ସୂଚନା

ଓଡ଼ିଶା ଓ ଆନ୍ଧ୍ରରେ ଛାରଖାର ପରେ ଧୀରେ ଧୀରେ ଦୁର୍ବଳ ହେଉଛି ବାତ୍ୟା ଅର୍ଣ୍ଣବ । ଏହା ଦୁର୍ବଳ ହେବା ସହ ଏହାର ଅବଶିଷ୍ଟାଂଶ ଆଜି ଉତ୍ତର ଛତିଶଗଡ଼ ଓ ସଂଲଗ୍ନ ପୂର୍ବ ମଧ୍ୟପ୍ରଦେଶରେ ଏକ ଲଘୁଚାପ କ୍ଷେତ୍ରରେ ସକ୍ରିୟ ରହିଛି । ଓଡ଼ିଶା ଉପରୁ ‘ଅର୍ଣ୍ଣବ’ ବିପଦ ଟଳିଥିଲେ ସୁଦ୍ଧା ଆସନ୍ତା ୫ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି ।

ପାଣିପାଗ ବିଭାଗର ସୂଚନା ଅନୁସାରେ, ଦକ୍ଷିଣ ଆଣ୍ଡାମାନ ସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ସକ୍ରିୟ ରହିଛି । ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଆଜି ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଆଣ୍ଡାମାନ ସାଗର ଅଞ୍ଚଳରେ ଅବପାତରେ ପରିଣତ ହୋଇପାରେ । ଏହାପରେ ଆହୁରି ଅଧିକ ଘନୀଭୂତ ହୋଇ ପରବର୍ତ୍ତୀ ଦୁଇ ଦିନ ମଧ୍ୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଗତି କରିବ ବୋଲି ଆଇଏମ୍‌ଡି ପୂର୍ବାନୁମାନ କରିଛି ।

ଏହା ପ୍ରଭାବରେ ଆସନ୍ତାକାଲିଠୁ ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ନୟାଗଡ଼, ଗଞ୍ଜାମ ସମେତ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକର କେତେକ ସ୍ଥାନରେ ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ହେବାର ସମ୍ଭାବନା ରହିଛି । ସେହିପରି ୨ ଓ ୩ ତାରିଖରେ ଦକ୍ଷିଣ ଓଡ଼ିଶାର ସମସ୍ତ ଜିଲ୍ଲା ସମେତ ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ର କେତେକ ସ୍ଥାନରେ ବର୍ଷା ସହ ୩୦ରୁ ୪୦ କିମି ବେଗରେ ପବନ ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: