Flood Warning / ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷିବ; ୬ ଜିଲ୍ଲାକୁ ରେଡ୍ ଆଲର୍ଟ, ତଳିଆ ଅଞ୍ଚଳରେ ଆସିପାରେ ବନ୍ୟା
·1 hour ago·2 min read

Key Points
୪ ଦିନ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
ଲଗାଣ ବର୍ଷା କାରଣରୁ ବଢିବ ନଦୀ ଜଳସ୍ତର
ତଳିଆ ଅଞ୍ଚଳରେ ବନ୍ୟାର ଆଶଙ୍କା ସୃଷ୍ଟି ହୋଇପାରେ

ଭୁବନେଶ୍ଵର: ଉତ୍ତର ପଶ୍ଚିମ ବଙ୍ଗୋପସାଗରର ତତସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଉତ୍ତର ଓଡିଶା ଉପକୂଳରେ ଲଘୁଚାପ ସକ୍ରିୟ ରହିଛି । ଏହା ସହିତ ଜଡିତ ଘୁର୍ଣ୍ଣିବଳୟ ୯.୪ କିମି ସମୁଦ୍ର ପତନକୁ ବ୍ୟାପିଛି । ୨ ଦିନ ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ଆଗାମୀ ୪୮ ଘଣ୍ଟା ଯାଏ ଭୀଷଣ ବର୍ଷା ସମ୍ଭାବନା ଥିବା ବେଳେ ୪ ଦିନ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ।
ଆସନ୍ତା ୨୪ ଘଣ୍ଟାରେ କଟକ, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର ଏବଂ କେନ୍ଦୁଝର ୬ ଜିଲ୍ଲାକୁ ଭୀଷଣ ବର୍ଷା ବା ଅତ୍ୟଧିକ ପ୍ରବଳ ବର୍ଷା ସମ୍ଭାବନାକୁ ନେଇ ରେଡ୍ ଆଲର୍ଟ ଜାରି କରାଯାଇଛି । ସେହିପରି ଢେଙ୍କାନାଳ, ମୟୂରଭଞ୍ଜ, ସୁନ୍ଦରଗଡ଼, ଅନୁଗୋଳ, ବାଲେଶ୍ଵର, ଖୋର୍ଦ୍ଧା, ପୁରୀ, ନୟାଗଡ଼ ଏବଂ ବୌଦ୍ଧ ଏହି ୯ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସେହିପରି ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ସୋନପୁର, ବଲାଙ୍ଗୀର, ଦେବଗଡ଼, କନ୍ଧମାଳ, କଳାହାଣ୍ଡି ଏବଂ ଗଞ୍ଜାମ ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି ।
ପଢନ୍ତୁ ଏହି ଖବର: ସାରା ଦେଶରେ ଛାଇ ରହିଛି ମେଘ ବାଦଲ; ହେଲେ ତଥାପି କାହିଁକି ଘାରିଛି 'ଗଡଜିଲା ଏଲ୍ ନିନୋ' ଭୟ?

- କାଲି ପ୍ରବଳ ବର୍ଷା ପାଇଁ ରେଡ୍ ଆଲର୍ଟ
ପଢନ୍ତୁ ଏହି ଖବର: ସାରା ଦେଶରେ ଛାଇ ରହିଛି ମେଘ ବାଦଲ; ହେଲେ ତଥାପି କାହିଁକି ଘାରିଛି 'ଗଡଜିଲା ଏଲ୍ ନିନୋ' ଭୟ?
- ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories