Weather Alert / ଆଜି ପୁଣି ହେବ କାଳବୈଶାଖୀ ! ୪୦ରୁ ୫୦ କିମି ବେଗରେ ବହିପାରେ ପବନ
·4 months ago·2 min read

Key Points
ଆଜି ପୁଣି ହେବ କାଳବୈଶାଖୀ !
୪୦ରୁ ୫୦ କିମି ବେଗରେ ବହିପାରେ ପବନ
ଆସନ୍ତା କାଲି ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା !

ଭୁବନେଶ୍ବର, ୧୫/୦୫: ରାଜ୍ୟରେ ଆଗକୁ ତାତି ବଢ଼ିପାରେ । ୨ଦିନରେ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଶୁକ୍ରବାର ଉତ୍ତର ଓଡ଼ିଶାର ବହୁ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇପାରେ । ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ଯାଜପୁର, ଢେଙ୍କାନାଳରେ ଝଡ଼ ବର୍ଷା ଆଶଙ୍କା ଅଛି । ୪୦ରୁ ୫୦ କିମି ବେଗରେ ପବନ ବି ବହିପାରେ । ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ମଧ୍ୟ ବର୍ଷା ଆଶଙ୍କା ଅଛି । ୧୬ ତାରିଖରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର ବିକ୍ଷିପ୍ତ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ।
୧୯ ତାରିଖ ଯାଏ ଉତ୍ତର ଓଡ଼ିଶାର ବହୁ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇପାରେ । ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସ୍ପଷ୍ଟଚିହ୍ନିତ ଲଘୁଚାପ ପ୍ରଭାବରେ ମୌସୁମୀ ଅଗ୍ରସର ହୋଇପାରେ । ଦକ୍ଷିଣ ବଙ୍ଗୋପସାଗର, ଆଣ୍ଡାମାନ ସାଗର ଓ ଆଣ୍ଡାମାନ ନିକୋବର ଦୀପକୁ ମୌସୁମୀ ଅଗ୍ରସର ପାଇଁ ପାଗ ଅନୁକୂଳ ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଗୁରୁବାର ବଲାଙ୍ଗୀରରେ ୪୦.୩, ସମ୍ବଲପୁରରେ ୪୦.୨, ଝାରସୁଗୁଡ଼ାରେ ୩୯.୬, ନୂଆପଡ଼ା ଓ ଭବାନୀପାଟଣାରେ ୩୯.୫ ଡିଗ୍ରୀ ରେକର୍ଡ ହୋଇଛି।
ପଢନ୍ତୁ ଏହି ଖବର: ଆଗାମୀ ୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା , ୪୦ରୁ ୫୦ କିମି ବେଗରେ ବହିପାରେ ପବନ
ଏବେ ଦେଶର ଅଧାରୁ ଅଧିକ ସ୍ଥାନ ଏବେ ତାତିରେ ଜଳୁଛି। ଓଡ଼ିଶାରେ ବି ଗତ ଦୁଇ ଦିନ ହେଲା ଅସହ୍ୟ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ଆଗକୁ ଦିନ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଏଭଳି ସ୍ଥଳେ ଦକ୍ଷିଣ-ପଶ୍ଚିମ ମୌସୁମୀର ଶୀଘ୍ର ଆଗମନ ଖବର ସମସ୍ତଙ୍କୁ ଆଶ୍ବସ୍ତ କରୁଛି | ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଆସନ୍ତା ୧୬ ତାରିଖ ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ବଙ୍ଗୋପସାଗର, ଆଣ୍ଡାମାନ ସାଗର ଓ ଆଣ୍ଡାମାନ ନିକୋବର ଦ୍ଵୀପପୁଞ୍ଜ ସ୍ପର୍ଶ କରିବ ବୋଲି ପାଣିପାଗ ବିଭାଗ କହିଛି। ସାଧାରଣତଃ ମେ’ ୨୦ରୁ ୨୨ ତାରିଖ ମଧ୍ୟରେ ଆଣ୍ଡାମାନ ପହଞ୍ଚିଥାଏ। ହେଲେ ଚଳିତ ଥର ଏହା ପାଖାପାଖି ୪ରୁ ୫ ଦିନ ପୂର୍ବରୁ ଆଣ୍ଡାମାନ ସ୍ପର୍ଶ କରୁଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଦିଲ୍ଲୀ, ନୋଏଡା ଏବଂ ଗାଜିଆବାଦରେ କାଳବୈଶାଖୀ ଦେଖା ଦେଇଥିଲା। ଭାରତୀୟ ପାଣିପାଗ ବିଭାଗ ଦିଲ୍ଲୀ, ନୋଏଡା ଏବଂ ଗାଜିଆବାଦ ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି। ଆଇଏମଡି ଅନୁଯାୟୀ, ଆଗାମୀ ଏନସିଆର ଅଞ୍ଚଳରେ ଝଡ଼ବର୍ଷା ଏବଂ ଧୂଳିଝଡ଼ ସହିତ ମଧ୍ୟମ ବର୍ଷା ହେବାର ସମ୍ଭାବନା ଅଛି। ଉତ୍ତର ପ୍ରଦେଶର ୨୫ଟି ଜିଲ୍ଲାରେ ଧୂଳି ଝଡ଼ରେ ୧୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହେବାର ଗୋଟିଏ ଦିନ ପରେ, ନୋଏଡାରେ ପ୍ରବଳ ପବନ ସହରକୁ ପ୍ରଭାବିତ କରିଛି ।
Related Topics
Explore more stories