Odisha Flood Update / ପ୍ରବଳ ବର୍ଷା ସତ୍ତ୍ୱେ ରାଜ୍ୟରେ ବର୍ତ୍ତମାନ ନାହିଁ ବନ୍ୟା ସ୍ଥିତି, ଖୋଲାଯାଇନି କୌଣସି ଡ୍ୟାମ୍ ଗେଟ୍
·5 mins ago·1 min read

Key Points
ରାଜ୍ୟରେ ବନ୍ୟା ଆଶଙ୍କା ନାହିଁ
ଆଶ୍ୱସ୍ତ କଲା ଜଳସମ୍ପଦ ବିଭାଗ
ଦୁଇ ଦିନ ବର୍ଷା ହେଲେ ବି ଆସିବନି ବନ୍ୟା
ଆଶ୍ୱସ୍ତ କଲା ଜଳସମ୍ପଦ ବିଭାଗ
ଦୁଇ ଦିନ ବର୍ଷା ହେଲେ ବି ଆସିବନି ବନ୍ୟା
ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିଲେ ମଧ୍ୟ ବର୍ତ୍ତମାନ ବନ୍ୟା ସ୍ଥିତି ସୃଷ୍ଟି ହେବାର ଆଶଙ୍କା ନାହିଁ । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ବର୍ଷା ରେକର୍ଡ ହୋଇଥିବା ବେଳେ ଭଦ୍ରକ, ପୁରୀ, କନ୍ଧମାଳ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ମଧ୍ୟ ଭଲ ବର୍ଷା ହୋଇଛି । ତେବେ ଏହି ବର୍ଷା ଯୋଗୁଁ କୌଣସି ନଦୀରେ ବନ୍ୟା ପରିସ୍ଥିତି ଉପୁଜିବାର ସମ୍ଭାବନା ନଥିବା ଜଣାପଡ଼ିଛି ।
ଋଷିକୂଲ୍ୟା ନଦୀ ଅବବାହିକାରେ ଜଳପ୍ରବାହ ବୃଦ୍ଧି ପାଇଛି । ତେବେ ପୂର୍ବରୁ ଜଳସ୍ତର ହ୍ରାସ ପାଇଥିବାରୁ ବର୍ତ୍ତମାନ ଆଉ ଜଳ ନିଷ୍କାସନ କରାଯାଉନାହିଁ । ସେହିପରି ଗଞ୍ଜାମ ଜିଲ୍ଲାର ସମସ୍ତ ନଦୀର ଜଳସ୍ତର ବିପଦ ସଙ୍କେତ ତଳେ ରହିଛି । ସନ୍ଧ୍ୟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇଲେ ମଧ୍ୟ ଏହା ବିପଦ ସଙ୍କେତ ଅତିକ୍ରମ କରିବାର ଆଶଙ୍କା ନାହିଁ । ଋଷିକୂଲ୍ୟା ଓ ବହୁଦା ନଦୀରେ ସନ୍ଧ୍ୟା ସମୟରେ ଜଳସ୍ତର ବଢ଼ିପାରେ, କିନ୍ତୁ ଏହାଦ୍ୱାରା ବନ୍ୟା ସ୍ଥିତି ସୃଷ୍ଟି ହେବନାହିଁ ।
ଅନ୍ୟପଟେ, କୌଣସି ନଦୀ କିମ୍ବା ଜଳଭଣ୍ଡାରର ଗେଟ୍ ଖୋଲାଯାଇନାହିଁ । ହୀରାକୁଦ ଡ୍ୟାମ୍ରେ ମଧ୍ୟ ବନ୍ୟା ସମ୍ପର୍କିତ କୌଣସି ସଙ୍କେତ ନାହିଁ । ଝାଡ଼ଖଣ୍ଡରେ ବର୍ଷା ହେଲେ ମଧ୍ୟ ସୁବର୍ଣ୍ଣରେଖା ନଦୀରେ ବନ୍ୟା ପରିସ୍ଥିତି ଉପୁଜିବାର ଆଶଙ୍କା ନାହିଁ ।
ଆଗାମୀ ଦୁଇ ଦିନ ଧରି ବର୍ଷା ଜାରି ରହିବାର ସମ୍ଭାବନା ଥିଲେ ମଧ୍ୟ ଏହାଦ୍ୱାରା ରାଜ୍ୟରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହେବନାହିଁ । ତେଣୁ ବର୍ତ୍ତମାନ ପାଇଁ ରାଜ୍ୟବାସୀଙ୍କୁ ବନ୍ୟା ଭୟ କରିବାର ଆବଶ୍ୟକତା ନାହିଁ। ପୂର୍ବରୁ ଦେଖାଦେଇଥିବା ବନ୍ୟା ପରିସ୍ଥିତି ଭଳି ସ୍ଥିତି ଏଥର ସୃଷ୍ଟି ହେବାର ଆଶଙ୍କା ନଥିବା ସ୍ପଷ୍ଟ କରିଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories