Odisha Rain Forecast / ୧୩ରେ ଲଘୁଚାପ ସମ୍ଭାବନା, ନାହିଁ ବାତ୍ୟା ଆଶଙ୍କା...ଦଶହରାରେ ଶୁଖିଲା ରହିବ ପାଗ
·1 hour ago·2 min read

Key Points
ଓଡ଼ିଶାରେ ହୋଇପାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା
ସପ୍ତମୀ ଓ ଅଷ୍ଟମୀରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଆଶଙ୍କା
ଦଶହରାରେ ଶୁଖିଲା ରହିବ ପାଗ
ସପ୍ତମୀ ଓ ଅଷ୍ଟମୀରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଆଶଙ୍କା
ଦଶହରାରେ ଶୁଖିଲା ରହିବ ପାଗ
ରାଜ୍ୟରେ ଏବେ ପାଗ ବଦଳିବାରେ ଲାଗିଛି । ଦକ୍ଷିଣ ଆଣ୍ଡାମାନ ସାଗର ନିକଟବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାବେଳେ, ଆଗାମୀ ଅକ୍ଟୋବର ୧୩ ତାରିଖରେ ଏହା ଏକ ଲଘୁଚାପର ରୂପ ନେବ । ତେବେ ଏହାର ପ୍ରଭାବରେ ରାଜ୍ୟରେ ବାତ୍ୟାର କୌଣସି ଆଶଙ୍କା ନାହିଁ ବୋଲି ପାଣିପାଗ ବିଜ୍ଞାନୀମାନେ ସ୍ପଷ୍ଟ କରିଛନ୍ତି । ହେଲେ, ଆଗାମୀ ଅକ୍ଟୋବର ୧୬ରୁ ୧୮ ତାରିଖ ମଧ୍ୟରେ ଓଡ଼ିଶାର ଉପକୂଳ ଓ ସଂଲଗ୍ନ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।
ଦକ୍ଷିଣ ଆଣ୍ଡାମାନ ସାଗର ନିକଟବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ଅକ୍ଟୋବର ୧୩ରେ ନେବ ଲଘୁଚାପର ରୂପ । ଏହାର ପ୍ରଭାବରେ ଅକ୍ଟୋବର ୧୬ରୁ ୧୮ ତାରିଖ ମଧ୍ୟରେ ଓଡ଼ିଶାର ଉପକୂଳ ଓ ସଂଲଗ୍ନ ଆଭ୍ୟନ୍ତରୀଣ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ମୌସୁମୀ ଅପସାରଣ ପ୍ରକ୍ରିୟା ଓ ଉତ୍ତର-ପୂର୍ବ ମୌସୁମୀର ସକ୍ରିୟତା ମଧ୍ୟରେ ଏହି ପାଣିପାଗ ପ୍ରଣାଳୀ ସୃଷ୍ଟି ହେବାକୁ ଯାଉଛି । ଲଘୁଚାପ ଅଧିକ ଘନୀଭୂତ ହେବାର ସମ୍ଭାବନା କମ୍ ରହିଛି । ଓଡ଼ିଶା ଉପରେ ନାହିଁ ବାତ୍ୟା ଆଶଙ୍କା । କିନ୍ତୁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବର୍ଷାର ପ୍ରଭାବ ଅପେକ୍ଷାକୃତ ଅଧିକ ରହିପାରେ । ବିଶେଷ କରି ଅକ୍ଟୋବର ୧୭ ଓ ୧୮ ତାରିଖରେ କେତେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ପଶ୍ଚିମ ଓଡ଼ିଶାରେ ତୁଳନାତ୍ମକ ଭାବେ ବଡ଼ ଧରଣର ବର୍ଷାର ସମ୍ଭାବନା କମ ରହିଛି । ଦଶହରା ସମୟରେ ପାଗ ଅପେକ୍ଷାକୃତ ଶୁଖିଲା ରହିବା ନେଇ ଆକଳନ କରିଛନ୍ତି ପାଣିପାଗ ବିଜ୍ଞାନୀ ।
ଏପଟେ ୧୩ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ଅବପାତ ନେଇ ଚିତ୍ର ଅସ୍ପଷ୍ଟ । ଆସନ୍ତା ୨୪ ଘଣ୍ଟାରେ ଓଡ଼ିଶାର ଉତ୍ତର ଓ ଉପକୂଳବର୍ତ୍ତୀ ଅଞ୍ଚଳ ଅର୍ଥାତ୍ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ ଓ ଖୋର୍ଦ୍ଧା ଜିଲ୍ଲାର କେତେକ ସ୍ଥାନରେ ବଜ୍ରପାତ ଏବଂ ଝଟକା ପବନ ବହିବାର ଆଶଙ୍କା ରହିଛି । ପାଣିପାଗ ବିଭାଗର ପାଣିପାଗ କେନ୍ଦ୍ର ପକ୍ଷରୁ ହଳଦିଆ ସତର୍କତା ଜାରି କରାଯାଇଛି । ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଗାମୀ ୭ ଦିନ ମଧ୍ୟରେ ଦିନ ଓ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ନାହିଁ ସମ୍ଭାବନା । ୧୬ରୁ ୧୮ ତାରିଖ ଯାଏଁ ଉପକୂଳ ଓଡ଼ିଶାରେ ବର୍ଷା ହୋଇପାରେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories