Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Weather-calamities

Odisha School Holiday / ପ୍ରବଳ ଖରା ପାଇଁ ବଢ଼ିଲା ସ୍କୁଲ ଛୁଟି, ଜାଣନ୍ତୁ କେବେ ଖୋଲିବ ସ୍କୁଲ...

Santosh Kumar Sahoo
Browse all articles by Santosh Kumar Sahoo
·1 month ago·2 min read
ପ୍ରବଳ ଖରା ପାଇଁ ବଢ଼ିଲା ସ୍କୁଲ ଛୁଟି, ଜାଣନ୍ତୁ କେବେ ଖୋଲିବ ସ୍କୁଲ...
Summer Vacation

Key Points

ଅନୁଗୁଳ ଜିଲ୍ଲାରେ ବଢ଼ିଲା ଗ୍ରୀଷ୍ମଛୁଟି ଅବଧି
୨୦ ତାରିଖ ଯାଏଁ ବଢ଼ିଲା ଗ୍ରୀଷ୍ମଛୁଟି ଅବଧି
ଜୁନ୍ ୨୨ ତାରିଖରେ ଅନୁଗୁଳରେ ଖୋଲିବ ସ୍କୁଲ
ସାରା ରାଜ୍ୟରେ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ । ମୌସୁମୀ ଓଡ଼ିଶା ଛୁଇଁବା ପରେ ମଧ୍ୟ ରାଜ୍ୟରୁ ବର୍ଷା ଗାୟବ ହୋଇଯାଇଥିବା ପରି ମନେ ହେଉଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବା ବେଳେ ସ୍କୁଲ ଖୋଲିବା ନେଇ ଅଗୁଗୁଳ ଜିଲ୍ଲା ପ୍ରଶାସନ ପକ୍ଷରୁ ବଡ଼ ନିଷ୍ପତ୍ତି ନେଇଛି ।

ଅନୁଗୁଳ ଜିଲ୍ଲାରେ ବଢ଼ିଲା ଗ୍ରୀଷ୍ମଛୁଟି ଅବଧି । ଆସନ୍ତା ଜୁନ୍‌ ୨୦ ତାରିଖ ଯାଏଁ ବଢ଼ିଲା ଗ୍ରୀଷ୍ମଛୁଟି ଅବଧି । ଜୁନ୍ ୨୨ ତାରିଖରେ ଅନୁଗୁଳରେ ସମସ୍ତ ସ୍କୁଲ ଖୋଲିବ । ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି ।

ବୌଦ୍ଧରେ ବି ବଢ଼ିଲା ଖରା ଛୁଟି ଅବଧି । ୨୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ସମସ୍ତ ସ୍କୁଲ, କଲେଜ ଓ ଅଙ୍ଗନବାଡ଼ି କେନ୍ଦ୍ର । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି ।

ସେପଟେ ସୁବର୍ଣ୍ଣପୁର ଜିଲ୍ଲାରେ ସ୍କୁଲ ଖରା ଛୁଟି ଅବଧିକୁ ବୃଦ୍ଧି କରିଛି ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳ ନୃପରାଜ ସାହୁ କହିଛନ୍ତି, "ଏବେ ଜିଲ୍ଲାରେ ପ୍ରଖର ଖରା ହେଉଛି, ବର୍ଷା ଆସି ନାହିଁ । ଗ୍ରୀଷ୍ମର ଅଧିକ ପ୍ରଭାବ ରହିଥିବାରୁ ୨୦ ତାରିଖ ପର୍ଯ୍ୟନ୍ତ ସ୍କୁଲ୍ ଗୁଡ଼ିକ ବନ୍ଦ ରହିବ । ୨୨ରୁ ସ୍କୁଲ୍ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି ।"

ଅଧିକ ପଢ଼ନ୍ତୁ: ଗରମ ଓ ଗୁଳୁଗୁଳି ପାଇଁ ୧୮ରେ ଖୋଲିବନି ବିଦ୍ୟାଳୟ; ବଢ଼ିଲା ସ୍କୁଲ୍ ଖରା ଛୁଟି


ସୁବର୍ଣ୍ଣପୁର ଜିଲ୍ଲାରେ ସ୍କୁଲ, କଲେଜ, ଅଙ୍ଗନୱାଡ଼ି ସମେତ ସମସ୍ତ ଶିକ୍ଷାନୁଷ୍ଠାନକୁ ୨୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଏହି ସମୟରେ ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ପରୀକ୍ଷା ଆୟୋଜନ କରାଯାଇପାରିବ । ତେବେ ପରୀକ୍ଷା ସକାଳ ସମୟରେ ଖରା ପୂର୍ବରୁ ହେବ ।

ଏଥିସହ ପରୀକ୍ଷା ସମୟରେ ସ୍କୁଲ୍ କର୍ତ୍ତୃପକ୍ଷ ଖରାରୁ ରକ୍ଷା ପାଇବା ପାଇଁ ପର୍ଯ୍ୟାପ୍ତ ପଦକ୍ଷେପ ନେବେ । ଶିକ୍ଷାନୁଷ୍ଠାନରେ ପାନୀୟ ଜଳ ସହ ଅନ୍ୟ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ଅନ୍ୟମାନଙ୍କୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ଜିଲ୍ଲାପାଳ ।

ସୂଚନା ଅନୁସାରେ, ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ, ଆସନ୍ତାକାଲି ୧୮ ତାରିଖରେ ସମସ୍ତ ସ୍କୁଲ ଖୋଲିବାର ଥିଲା । ଏନେଇ ପୂର୍ବରୁ ସୂଚନା ଦେଇଥିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ମନ୍ତ୍ରୀ କହିଥିଲେ, ଖରାର ପ୍ରକୋପ ବଢ଼ିଲେ ଛୁଟି ଅବଧି ବୃଦ୍ଧି ନେଇ ବିଚାର କରାଯିବ । ଏବେ ଖରାକୁ ଦେଖି ସୁବର୍ଣ୍ଣପୁର ଓ ଅନୁଜୁଳ ଜିଲ୍ଲାରେ ସ୍କୁଲ ଛୁଟି ଅବଧି ବୃଦ୍ଧି କରାଯାଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha School Holiday Extended Due To Heatwave | Argus News