Odisha Cyclone Alert / ଅକ୍ଟୋବର ନୁହେଁ, ସେପ୍ଟେମ୍ବରରେ ଆସିପାରେ ବାତ୍ୟା, ଭୟ ବଢ଼ାଇଲା ପାଣିପାଗ ବିଜ୍ଞାନୀଙ୍କ ଆକଳନ
·1 hour ago·2 min read

Key Points
ଅକ୍ଟୋବର ନୁହେଁ, ସେପ୍ଟେମ୍ବରରେ ଆସିପାରେ ବାତ୍ୟା
ଥାଇଲାଣ୍ଡରୁ ଆସୁଛି ବଡ଼ ବିପଦ
ସତ ହେବ କି ପାଞ୍ଜିର ଭବିଷ୍ୟବାଣୀ ?
ଥାଇଲାଣ୍ଡରୁ ଆସୁଛି ବଡ଼ ବିପଦ
ସତ ହେବ କି ପାଞ୍ଜିର ଭବିଷ୍ୟବାଣୀ ?
ଅକ୍ଟୋବର ନ ଆସୁଣୁ ଘାରିଲାଣି ବାତ୍ୟା ଭୟ । ସାଧାରଣତଃ ଅକ୍ଟୋବରରେ ଓଡ଼ିଶାରେ ଅଧିକ ବାତ୍ୟା ଭୟ ରହୁଥିବା ବେଳେ ଏ ବର୍ଷ ସେପ୍ଟେମ୍ବର ମାସରେ ବାତ୍ୟା ଆସିବା ନେଇ ଆଶଙ୍କା ଦେଖାଦେଇଛି । ଆମେରିକାର ନ୍ୟାସନାଲ ହରିକେନ୍ ସେଣ୍ଟର, ୟୁରୋପର ଇସିଏମ୍ଡବ୍ଲୁଏଫ୍ (ECMWF) ଏବଂ WINDY.COM ର ପୂର୍ବାନୁମାନ ବଢାଇଛି ଚିନ୍ତା । ଏଥିସହ ପାଣିପାଗ ବିଜ୍ଞାନୀଙ୍କ ଆକଳନ ପୁଣି ଭୟ ବଢାଇଛି । ଆଗାମୀ ୪୮ରୁ ୭୨ ଘଣ୍ଟା ଓଡ଼ିଶା ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ରହିଛି ।
ଅକ୍ଟୋବର ମାସରେ ଓଡିଶାରେ ସାଧାରଣତଃ ବାତ୍ୟା ଆଶଙ୍କା ରହିଥିବା ବେଳେ ଏବର୍ଷ ସେପ୍ଟେମ୍ବର ମାସରେ ବାତ୍ୟା ଆଶଙ୍କା ରହିଛି । ଆମେରିକାର ନ୍ୟାସନାଲ ହରିକେନ୍ ସେଣ୍ଟର ମଡେଲ ଓ ୟୁରୋପର ଇସିଏମ୍ଡବ୍ଲୁଏଫ୍ ମଡେଲ୍ ବାତ୍ୟା ହେବା ନେଇ ପୂର୍ବାନୁମାନ କରିଛନ୍ତି । WINDY.COM ପକ୍ଷରୁ ମଧ୍ୟରୁ ମଧ୍ୟ ବାତ୍ୟାର ଆଶଙ୍କା ଥିବା ଆକଳନ ହୋଇଛି । କିନ୍ତୁ ଏହାର ପ୍ରକୋପ କ'ଣ ରହିବ, ତୀବ୍ରତା ଓ କେଉଁ ଦିଗରେ ଗତି କରିବ ତାହା ସ୍ପଷ୍ଟ ହୋଇନାହିଁ ।
ସେପଟେ ପାଣିପାଗ ବିଜ୍ଞାନୀ ସୁରେନ୍ଦ୍ର ନାଥ ପଶୁପାଳକଙ୍କ ଆକଳନ ଅନୁସାରେ ୧୯ କିମ୍ବା ୨୦ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ୨୨ ରୁ ୨୪ ସେପ୍ଟେମ୍ବରରେ ଅବପାତ, ୨୩ ରୁ ୨୫ ସେପ୍ଟେମ୍ବର ମଧ୍ୟରେ ପରିବେଶ ଅନୁକୂଳ ରହିଲେ ଗଭୀର ଅବପାତ, ୨୪ରୁ ୨୬ ସେପ୍ଟେମ୍ବର ସମୟରେ ସିଷ୍ଟମ୍ ଉତ୍ତର କିମ୍ବା ଉତ୍ତର-ପଶ୍ଚିମ ବଙ୍ଗୋପସାଗରକୁ ପହଞ୍ଚିବା ବେଳେ ଅଧିକ ଶକ୍ତିଶାଳୀ ହେବାର କିଛି ମଡେଲ ଆକଳନ କରୁଛନ୍ତି । ତେଣୁ ବାତ୍ୟା ଆଶଙ୍କାକୁ ଏଡ଼ାଇ ଦିଆଯାଇପାରିବ ନାହିଁ ବୋଲି ସେ କହିଛନ୍ତି । ଏହା ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ଅତିକ୍ରମ କରିବା ଆଶଙ୍କା ରହିଛି ।
ସେପଟେ ସେପ୍ଟମ୍ବର ୨୦ରୁ ରାଜ୍ୟରେ ଅତ୍ୟନ୍ତ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଜ୍ଞାନୀ ଶରତ ସାହୁ କହିଛନ୍ତି । ୧୮ରୁ ୧୯ ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ ଦକ୍ଷିଣ ଚୀନ୍ ସାଗରରୁ ଅବଶିଷ୍ଟାଂଶ ଭାବେ ପ୍ରବେଶ କରିବାର ସମ୍ଭାବନା ରହିଛି । ଯାହା ପ୍ରଭାବରେ ସେପ୍ଟେମ୍ବର ୨୦ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗର ଏବଂ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହା ପରବର୍ତ୍ତୀ ସମୟରେ ଆହୁରି ଘନୀଭୂତ ହୋଇ ଗଭୀର ଅବପାତ କିମ୍ବା ବାତ୍ୟାର ରୂପ ନେଇପାରେ ବୋଲି ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଶରତ ଚନ୍ଦ୍ର ସାହୁ । ଆସନ୍ତା ୨୦ ବେଳକୁ ଚିତ୍ର ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି । ୨୪ରୁ ୨୭ ସେପ୍ଟେମ୍ବର ମଧ୍ୟରେ ବର୍ଷା ଅଧିକ ହେବାର ସମ୍ଭାବନା ରହିବ । ତେଣୁ ଆଗାମୀ ୪୮ ରୁ ୭୨ ଘଣ୍ଟା ଓଡ଼ିଶା ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ ରହିବ ।
ସେପଟେ ଦେଶର ବିଭିନ୍ନ ସ୍ଥାନରେ ମୌସୁମୀ ବାୟୁପ୍ରବାହ ଦୁର୍ବଳ ରହିଛି । ଚଳିତବର୍ଷ ଓଡ଼ିଶାରେ ମୌସୁମୀ ଋତୁରେ ୧୧ଟି ଲଘୁଚାପ ସୃଷ୍ଟି ହୋଇଥିଲେ ମଧ୍ୟ ଭୀଷଣ ଅବପାତର ରୂପ ନେଇ ନାହିଁ । କିନ୍ତୁ ରାଜ୍ୟରେ ଏଥର ସ୍ୱାଭାବିକଠୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ଓଡ଼ିଶାରେ ଅକ୍ଟୋବର ବାତ୍ୟାର ତିକ୍ତ ଅନୁଭୂତି ରହିଆସିଛି । ତେଣୁ ଏଥର ଆଗୁଆ ବାତ୍ୟା ଆଶଙ୍କା ପୁଣିଥରେ ଛନକା ଭରିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories